ଭଞ୍ଜନଗର/ସୋରଡା,୨୬।୪ (ଡି.ଏନ.ଏ.)- ସୋରଡା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍ ମେଶିନ ଭାଙ୍ଗିବା ଅଭିଯୋଗରେ ଗତ ୧୮ ତାରିଖରୁ ସୋରଡା ଜେଲରେ ଅଛନ୍ତି। ଏହି ମାମଲାରେ ନୀଳମଣି ଜାମିନ ପାଇବା ପାଇଁ ଆବେଦନ କରିଥିବାବେଳେ ପୋଲିସ ୨ଜଣଙ୍କ ଏତଲାକୁ ଭିତ୍ତିକରି ଆଉ ୨ ମାମଲା ନୀଳମଣିଙ୍କ ନାମରେ ଯୋଡି ଦେଇଛନ୍ତି। ନୀଳମଣି ଖୁବ୍ଶୀଘ୍ର ଜାମିନରେ ବାହାରିବେ ବୋଲି ତାଙ୍କ ସମର୍ଥକମାନେ ଯେଉଁ ଆଶା ରଖିଥିଲେ ତାହା ୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚତ୍ୟାଇଛି। ଯାହାକୁ ନେଇ ନୀଳମଣିଙ୍କ ସମର୍ଥକମାନେ ନିରାଶ ହୋଇଛନ୍ତି। ଗୁରୁବାର ନୀଳମଣିଙ୍କୁ ଇଭିଏମ୍ ଭଙ୍ଗାରୁଜା ମାମଲାରେ ଜାମିନ ମିଳିବ ବୋଲି ତାଙ୍କ ସମର୍ଥକମାନେ ଆଶା ରଖିଥିଲେ। ଏନେଇ ନୀଳମଣିଙ୍କ ଓକିଲ ସୋରଡା ଏଡିଜେ କ୍ୟାମ୍ପ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ସୋରଡା ପୋଲିସ ନିର୍ବାଚନରେ ବ୍ୟସ୍ତ ଥିବା ଯୋଗୁ ଆଜି ସିଡି ଦାଖଲ କରିପାରି ନ ଥିଲା। ଫଳରେ ଆଜି ନୀଳମଣିଙ୍କୁ ଜାମିନ ମିଳିପାରି ନ ଥିଲା। ଏହାର ପରବର୍ତ୍ତୀ ଶୁଣାଣି ୨ରେ ହେବ ବୋଲି ଏଡିଜେ ମହଲତ ସା ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ସୋରଡା କୋର୍ଟରେ ସରକାରଙ୍କ ପକ୍ଷରୁ ଗଞ୍ଜାମ ପିପି ଅଜିତ କୁମାର ପଟ୍ଟନାୟକ ଓ ଭଞ୍ଜନଗର ଅତିରିକ୍ତ ପିପି ଏମ୍. ତାଜ୍ ଆଦେନୀ ମକଦ୍ଦମା ପରିଚାଳନା କରୁଥିଲେ। ଏନେଇ ଆଦେନୀ ଏଠାରେ ସୂଚନା ଦେଇଛନ୍ତି ଯେ, ଆଉ ଏକ ମାମଲାରେ ନୀଳମଣିଙ୍କୁ ଶୁକ୍ରବାର ଭଞ୍ଜନଗର କୋର୍ଟରେ ହାଜର କରାଯିବ। ସେହିଭଳି ସୋରଡା ଜେଏମ୍ଏଫସିଙ୍କ ଅନୁପସ୍ଥିତିରେ ଭଞ୍ଜନଗର ଏସ୍ଡିଜେମ୍ କୋର୍ଟରେ ନୀଳମଣିଙ୍କୁ ଆଉ ଏକ ମାମଲାରେ ଗୁରୁବାର କଡା ସୁରକ୍ଷା ମଧ୍ୟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ସୋରଡା ଜେଲ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ନୀଳମଣିଙ୍କ ଓକିଲ ଖରାଂଶୁ ଶେଖର ଦାସ ଏଠାରେ କହିଛନ୍ତି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ନୀଳମଣିଙ୍କୁ ହଇରାଣ କରାଯାଉଛି। ଆଗାମୀ ଦିନରେ ନିଶ୍ଚିତ ନ୍ୟାୟ ମିଳିବ।

ଗଞ୍ଜାମ ଜିଲାପାଳଙ୍କ ଅଚାନକ ପୁରୁଷୋତ୍ତମପୁର ଗସ୍ତ: ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅନିୟମିତତା ନେଇ କଲେ ଦାଗିଦ୍
ପୁରୁଷୋତ୍ତମପୁର,୧୯ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଅଚାନକ ପୁରୁଷୋତ୍ତମପୁର ଗସ୍ତରେ ଆସି ଏନ୍ଏସି ପକ୍ଷରୁ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମ୍ସିସି ଓ...

ମା’ ଖମ୍ବେଶ୍ୱରୀଙ୍କ ସୁନାବେଶ
ଆସିକା,୪ା୧୦(ଡି.ଏନ.ଏ.): ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଗତ ସୋମବାରଠାରୁ ଦେବୀଙ୍କ ଶାରଦୀୟ ନବରାତ୍ର ପୂଜା ଲାଗି ମନ୍ଦିର ପରିସର ଉତ୍ସବ ମୁଖରିତ ହୋଇଛି।...

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ
ବ୍ରହ୍ମପୁର ଅଫିସ,୩ା୧: ବିଦ୍ୟୁତ୍ ଆଘାତରେ ଗୁରୁତର ଜଣେ ଶ୍ରମିକଙ୍କ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ସେ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ...

ହତ୍ୟାର ଡେମୋ ଦେଖାଇଲେ ମୁଖ୍ୟ ଅଭିଯୁକ୍ତ
ବ୍ରହ୍ମପୁର ଅଫିସ,୫ା୩: ବ୍ରହ୍ମପୁର ହିଲ୍ପାଟଣା ଅଞ୍ଚଳର କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ମୁନଙ୍କୁ ଗୋଷାଣୀନୂଆଗଁା ଥାନା ପୋଲିସ ଗତ...

କାଠ ଫାଳିଆରେ ପୁଅକୁ ପିଟି ହତ୍ୟା ଘଟଣା: ଜେଲ ଗଲେ ବାପା
ଶେରଗଡ,୨୯ା୧୦(ଡି.ଏନ.ଏ.)- ଶେରଗଡ ବ୍ଲକ କେରିକେରି ଝୋଳା ଗ୍ରାମରେ ମଙ୍ଗଳବାର ରାତିରେ ବାପା ଶିବ ଗୌଡ ତାଙ୍କ ପୁଅ ପିଣ୍ଟୁଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିଲେ।...

ନିର୍ଯାତନାକୁ ନେଇ ଧାରଣା ଦେବା ଘଟଣା: ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ, ବୋହୂ ଫେରାର
ଗଞ୍ଜାମ,୨୮।୮(ଡି.ଏନ୍.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ ୩ ମଧ୍ୟଖଣ୍ଡ ସାହିରେ ଶାଶୁଘର ସମ୍ମୁଖରେ ବୋହୂ ଧାରଣା ଦେବା ଘଟଣା ନୂଆମୋଡ ନେଇଛି। ଏଠାରେ ରହୁଥିବା...

ରାସ୍ତା ମରାମତି ଲାଗି ଜିଲାପାଳଙ୍କୁ ଜଣାଇଲେ ଗ୍ରାମବାସୀ
ବ୍ରହ୍ମପୁର ଅଫିସ୍,୨୮।୧୦: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଲକର ଆଙ୍କୁଶପୁର ଛକଠାରୁ ପ୍ରତାପକୃଷ୍ଣଚନ୍ଦପୁର ଭାୟା ମଶିଆାଲି ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି।...

୫ ଫୁଟିଆ ନାଗସାପ ଉଦ୍ଧାର
ବୁଗୁଡ଼ା,୧୬ା୯(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଗୋଲାବଞ୍ଜର ଗ୍ରାମରେ ସୋମବାର ସନ୍ଧ୍ୟାରେ ଉକ୍ତ ଗ୍ରାମର ବାଳକୃଷ୍ଣ ଆଚାରୀଙ୍କ ଘରୁ ଏକ ୫ ଫୁଟିଆ ନାଗସାପ ଉଦ୍ଧାର କରାଯାଇଛି। ସାପଟି...