ଇନ୍ଦୋର ଉଦାହରଣ ଦେଇ ବୁଝାଇଲେ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ସେହିଭଳି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବାହାବା ସାଉଣ୍ଟିଛନ୍ତି ରାଜ୍ୟ ସରକାର। ତେବେ ଏହି ପରିପ୍ରେକ୍ଷୀରେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସ୍ବଚ୍ଛ ସହର ଓ ସ୍ବାର୍ଟ ସହରର ଉଦାହରଣ ଦେଇଛନ୍ତି। ସେ ଦୁଇ ସହର ଇନ୍ଦୋର ଓ ଭୁବନେଶ୍ୱର ମଧ୍ୟରେ କରୋନା ସ୍ଥିତିର ତୂଳନାତ୍ମକ ଉପସ୍ଥାପନା କରିଥିଲେ। ସେ କହିଲେ, ଇନ୍ଦୋର ହେଉଛି ଦେଶର ନମ୍ବର ୱାନ୍‌ ସ୍ବଚ୍ଛ ସହର। ଏଠାରେ ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ରହିଛି। ଦେଶର ୧୭୦ କରୋନା ହଟ୍‌ସ୍ପଟ ମଧ୍ୟରେ ଇନ୍ଦୋର ମଧ୍ୟ ରହିଛି। ମାର୍ଚ୍ଚ ୨୫ରେ ଏଠାରେ ପ୍ରଥମ କରୋନା ପଜିଟିଭ୍‌ କେସ୍‌ ଆସିଥିବାବେଳେ ସେହିଦିନରୁ ହିଁ ଲକଡାଉନ୍‌ ଘୋଷଣା ହୋଇଥିଲା। ସୋମବାର ସକାଳ ୯ଟା ୩୦ ସୁଦ୍ଧା ମୋଟ୍‌ ପଜିଟିଭ୍‌ ସଂଖ୍ୟା ୮୯୨ ଥିବାବେଳେ ମୃତ୍ୟୁ ସଂଖ୍ୟା ୪୯ ରହିଛି, ଭାରତର ମୋଟ ମୃତ୍ୟୁ ସଂଖ୍ୟାର ଏହା ହେଉଛି ୯.୦୨ ପ୍ରତିଶତ। ଅନ୍ୟପକ୍ଷରେ ଭୁବନେଶ୍ୱର ଦେଶର ଏକ ନମ୍ବର ସ୍ମାର୍ଟସିଟି। ଏଠାରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ରହିଛନ୍ତି। ଦେଶର ୧୭୦ କରୋନା ହଟ୍‌ସ୍ପଟ ମଧ୍ୟରେ ଭୁବନେଶ୍ୱର ମଧ୍ୟ ରହିଛି। ଏଠାରେ ମାର୍ଚ୍ଚ ୧୬ରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା, କିନ୍ତୁ ୨୨ ମାର୍ଚ୍ଚରେ ଲକଡାଉନ ଘୋଷଣା ହୋଇଥିଲା। ସୋମବାର ସକାଳ ୯ଟା ୩୦ ସୁଦ୍ଧା ମୋଟ ପଜିଟିଭ୍‌ ସଂଖ୍ୟା ୪୬ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି, ଯାହା ଭାରତର ମୋଟ ମୃତ୍ୟୁ ସଂଖ୍ୟାର ୦.୧୮ ପ୍ରତିଶତ। ତେବେ ଅନେକ କ୍ଷେତ୍ରରେ ଭୁବନେଶ୍ୱର କରୋନା ମୁକାବିଲାରେ ଦେଶର ଏକ ନମ୍ବର ସ୍ବଚ୍ଛ ସହରଠାରୁ ଆଗରେ ରହିଛି। କିନ୍ତୁ ରାଜଧାନୀବାସୀ ଅବୁଝା ଭଳି ହେଉଛନ୍ତି। ଲକଡାଉନ୍‌ କଟକଣା ହେଉ କିମ୍ବା କଣ୍ଟେନମେଣ୍ଟ ଜୋନ୍‌ କଥା କୁହାଯାଉ, ସବୁଠି ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି। ଲୋକମାନେ ଜାଣିବା ଦରକାର କି ଦେଶର ୧୭୦ ହଟ୍‌ ସ୍ପଟ ମଧ୍ୟରୁ ଖୋର୍ଦ୍ଧା ଏବେ ରେଡ୍‌ ଜୋନରେ ଅଛି। ଠିକ୍‌ ସମୟରେ ସ୍ଥିତି ନିୟନ୍ତ୍ରଣ ନ ହେଲେ ତାହା ହାତରୁ ବାହାରିଯାଇ ବିସ୍ଫୋରଣ ରୂପ ନେବ। ଏପରି କି ଆଗ୍ନେୟଗିରି ସୃଷ୍ଟି କରିପାରେ। ତେଣୁ ଇନ୍ଦୋର-ଭୁବନେଶ୍ୱର ମଧ୍ୟରେ ଯେଉଁ ତାରତମ୍ୟ ରହିଛି ତାହାକୁ ଆପଣମାନେ ହିଁ ବଜାୟ ରଖିପାରିବେ ବୋଲି ବାଗ୍‌ଚୀ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଜି ଧରିଲେ ଅବକାରୀ ଅନିୟମିତତା

ଭୁବନେଶ୍ୱର,୩।୧୨(ବ୍ୟୁରୋ): ମଦ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ବ୍ୟାପକ ହେରଫେର ହେଉଛି। କେତେ ମଦ ଉତ୍ପାଦନ ଓ ଯୋଗାଣ ହେଉଛି ତାହାର ତଥ୍ୟ ଅବକାରୀ କମିଶନଙ୍କ...

ଦୋଷ ଲୁଚାଇବା ପାଇଁ ନୂଆ ଫନ୍ଦି

ଯାଜପୁର ଅଫିସ,୧୮।୧: ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ସିହା ଗ୍ରାମପଞ୍ଚାୟତରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାମରେ...

ରାଜ୍ୟରେ ସୁସ୍ଥ ହେଲେ ୩୮୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୪୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୯, କଟକରୁ ୩୫,...

୧୦ହଜାର ଟଙ୍କା ଲାଞ୍ଚ ନେଇ ସେସୁ କିରାଣି ଗିରଫ: ସହଯୋଗ କରିଥିବା ପାନଦୋକାନୀ ମଧ୍ୟ ବନ୍ଧାହେଲେ

ପୁରୀ ଅଫିସ/କଣାସ, ୫ା୧୧(ଡି.ଏନ୍‌.ଏ):  ପୁରୀ ଜିଲା କଣାସ ବ୍ଲକ ବିଦ୍ୟୁତ୍‌ ବିଭାଗ ସେସୁ ଅଧୀନରେ କାର୍ଯ୍ୟରତ କିରାଣି ସୁରେନ୍ଦ୍ର ନାୟକ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।...

ଶ୍ରୀଲଙ୍କାରୁ ମିଳିଲା କରୋନାର ନୂଆ ଷ୍ଟ୍ରେନ୍‌, ଯାହା ସବୁଠୁ ମାରାତ୍ମକ; ଜାଣନ୍ତୁ ଏ ସମ୍ପର୍କରେ…

କଲମ୍ବୋ,୨୫।୪: ଭାରତ ସମେତ ବିଶ୍ୱରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଆଉ ଏକ ଦୁଃଖଦ ଖବର ଆସିଛି ପଡ଼ୋଶୀ ଶ୍ରୀଲଙ୍କାରୁ। ଏଠାରେ କରୋନା...

କଟକ ସହରରେ ଥମିବାର ନାଁ ନେଉନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ପୁଣି ୧୬ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୧୩।୭: କଟକ ସହରରୁ ସୋମବାର ଆଉ ୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ୨ ଜଣ...

ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରି ଦିଅର ଗିରଫ

ବ୍ରଜରାଜନଗର,୧୩।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଲଜକୁରା ଫାଟକପଡ଼ାର ଜଣେ ଯୁବକ ସମ୍ପର୍କୀୟ ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଘଟଣା ପ୍ରଘଟ କଲେ ମହିଳାଙ୍କୁ...

ଅମିତାଭ ବଚ୍ଚନ ପରିବାର ସଦସ୍ୟଙ୍କ ଆରୋଗ୍ୟ କାମନା ପାଇଁ ପେଣ୍ଟିଂ

ମୁମ୍ବାଇ, ୧୫।୭: ବିଗ୍‌ ବି ଅମିତାଭ ବଚ୍ଚନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପୁତ୍ର ଅଭିଷେକ ବଚ୍ଚନ, ପୁତ୍ରବଧୂ...

Advertisement
Archives

Model This Week