Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିର କ୍ରମାଗତ ଦ୍ୱିତୀୟ ପରାଜୟ

ଗୁଆହାଟୀ, ୨୭।୧୦(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଷଷ୍ଠ ସଂସ୍କରଣରେ ପଦାର୍ପଣ କରିଥିବା ଓଡ଼ିଶା ଏଫ୍‌ସି ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫ୍‌ସିଠାରୁ ୨-୧ ଗୋଲରେ ହାତଛଡ଼ା କରିବା ପରେ ଶନିବାର ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଅନୁରୂପ ଭାବେ ପରାସ୍ତ ହୋଇଛି। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଘରୋଇ ଦଳ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ୨-୧ ଗୋଲରେ ଓଡ଼ିଶାକୁ ହରାଇଛି। ତାରକା ଷ୍ଟ୍ରାଇକର ଆସାମୋଆ ଜିଆନଙ୍କ ନିର୍ଣ୍ଣାୟକ ଗୋଲ ବଳରେ ନର୍ଥଇଷ୍ଟ ଲିଗ୍‌ରେ ତା’ର ପ୍ରଥମ ବିଜୟ ହାସଲ କରିଛି।
ରିଡିମ ଟିଲାଙ୍ଗ୍‌ ଦ୍ୱିତୀୟ ମିନିଟ୍‌ରେ ମାର୍ଟିନ ଚାଭେଜ ଓ ପାନାଜିଓଟିସ୍‌ଙ୍କଠାରୁ ସହାୟତା ପାଇ ଗୋଲ ଦେଇଥିଲେ ଓ ନର୍ଥଇଷ୍ଟକୁ ୧-୦ରେ ଅଗ୍ରଣୀ କରାଇଥିଲେ। ସପ୍ତମ ମିନିଟ୍‌ରେ ନାରାୟଣ ଦାସ ଓ ଶୁଭମ ଷଡଙ୍ଗୀ ଓଡ଼ିଶା ପାଇଁ ପ୍ରଥମ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ମାର୍ଟିନେଜ ଜିଉଡେସ ମାରିଥିବା ଫ୍ରି କିକ୍‌କୁ ନର୍ଥଇଷ୍ଟ ଗୋଲକିପର ସୁଭାଶିଷ ରାୟ ପଣ୍ଡ କରିଥିଲେ। ଏହାର ୬ ମିନିଟ ପରେ ସୁଭାଶିଷ ଜେରୀ ମାଅମିଙ୍ଗଥାଙ୍ଗାଙ୍କ ପ୍ରୟାସକୁ ଅଟକାଇବାରେ ସମର୍ଥ ହୋଇଥିଲେ। ପ୍ରଥମାର୍ଦ୍ଧରେ ଉଭୟ ଦଳ ପକ୍ଷରୁ ଘନଘନ ଆକ୍ରମଣ ହୋଇଥିଲା। ତେବେ ଗୋଲକିପରମାନେ ଉନ୍ନତ ପ୍ରଦର୍ଶନ କରି ଗୋଲ ସୁଯୋଗ ଦେଇ ନ ଥିଲେ। ମ୍ୟାଚ୍‌ର ୭୧ତମ ମିନିଟ୍‌ରେ ସିସ୍କୋ ହେର୍ନାଣ୍ଡେଜ୍‌ ଓଡ଼ିଶା ତରଫରୁ ଗୋଲ ଦେଇଥିଲେ ଓ ମ୍ୟାଚ୍‌କୁ ୧-୧ ସମାନସ୍ଥିତିକୁ ଆଣିଥିଲେ। ଏହାର ଠିକ ଦୁଇ ମିନିଟ୍‌ ପରେ ରେଫରି ଡେଲଗାଡୋଙ୍କୁ ନାଲି କାର୍ଡ ଦେଖାଇଥିଲେ। ଫଳରେ ତାଙ୍କୁ ପଡିଆ ବାହାରକୁ ଯିବାକୁ ପଡିଥିଲା। ଫଳରେ ଓଡ଼ିଶାକୁ ଧକ୍କା ଲାଗିଥିଲା ଓ ଦଳ ୧୦ଜଣଙ୍କୁ ନେଇ ଖେଳ ଜାରି ରଖିଥିଲା। ଏହାର ସୁଯୋଗ ନେଇ ନର୍ଥଇଷ୍ଟ ତରଫରୁ ୮୪ତମ ମିନିଟ୍‌ରେ ଆସାମୋଆ ଜିଆନ ଗୋଲ ଦେଇ ଦଳକୁ ଜିତାଇଥିଲେ। ଏହି ନିର୍ଣ୍ଣାୟକ ଗୋଲ ପାଇଁ ଜିଆନ ହିରୋ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାସଲ କରିଥିଲେ। ସେହିପରି ମ୍ୟାଚ୍‌ର ଉଦୀୟମାନ ଖେଳାଳି ହିସାବରେ ନର୍ଥଇଷ୍ଟର ରିଡିମ ଟିଲାଙ୍ଗଙ୍କୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡରହାମରେ ଇଣ୍ଟ୍ରା ସ୍କାଡ୍‌ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍‌...

କ୍ରିକେଟ ପଡ଼ିଆ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନୀ…

ନୂଆଦିଲ୍ଲୀ,୧୬।୧୦ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି! କ୍ରିକେଟ ପଡ଼ିଆରେ ନିଜର...

କୋଭିଡ-୧୯ ମୁକାବିଲା: ଶାହରୁଖଙ୍କ ଉପହାରକୁ ଦାନରେ ଦେଲେ ଅଖତର

ନୂଆଦିଲ୍ଲୀ,୧୭।୫: କରୋନା ଭାଇରସ ମୁକାବିଲା ପାଇଁ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଆଉ ଏକ ଦୃଷ୍ଟାନ୍ତମୂଳକ କାଯ୍ୟ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ...

ହକି ଲୋକପ୍ରିୟତା ପଛରେ ଓଡ଼ିଶା

ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ପାଇଁ ହକି ଖେଳର ଲୋକପ୍ରିୟତା ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶା ସରକାର ଉଭୟ ମହିଳା ଓ ପୁରୁଷ ହକି...

ଜନ୍ମଦିନରେ ଏହି କ୍ରିକେଟର୍‌ଙ୍କୁ ମିଳିଲା ବଡ଼ ଉପହାର

କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଇଶାନ କିଶନ ଏବଂ ସୂର୍ଯ୍ୟ କୁମାର ଯାଦବ ଦିନିକିଆ...

କୋର୍ଟକୁ ଯାଇପାରନ୍ତି ୭ ଆଇ-ଲିଗ୍‌ କ୍ଲବ

ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଯଦି ଇଣ୍ଡିଆନ ସୁପର ଲିଗ୍‌ (ଆଏସ୍‌ଏଲ୍‌)କୁ ବିଧିବଦ୍ଧ ଦେଶର ଟପ୍‌ ଲିଗ୍‌ ଘୋଷଣା କରେ ତେବେ ୭ଟି...

କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଗାଭାସ୍କର: ଅନୁଷ୍କାଙ୍କ କଡ଼ା ସମାଲୋଚନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବିବାଦରେ ପଡିଛନ୍ତି। ଏଥିପାଇଁ କୋହଲିଙ୍କ ସ୍ତ୍ରୀ...

ହ୍ୟାଟ୍ରିକ୍‌ ଆଇପିଏଲ ଜିତିଥିବା ଏକମାତ୍ର ଖେଳାଳି

ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଟି୨୦ ଲିଗ୍‌ ଆଇପିଏଲରେ ହ୍ୟାଟ୍ରିକ ଟାଇଟଲ ହାତେଇଥିବା ଜଣେ ଖେଳାଳି ରହିଛନ୍ତି। ସେ ହେଉଛନ୍ତି ଲେଗ୍‌ ସ୍ପିନର କର୍ନ ଶର୍ମା।...

Advertisement
Archives

Model This Week