Posted inଖେଳ

ଇଣ୍ଡିଆନ ସୁପରଲିଗ୍‌ରେ ଓଡ଼ିଶା ଏଫସି: ହ୍ୟାଟ୍ରିକ ଡ୍ର ପରେ ବିଜୟ ଲକ୍ଷ୍ୟ

ପୁଣେ, ୪।୧୨-ସ୍ଥାନୀୟ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ବୁଧବାର ଓଡ଼ିଶା ଏଫସି ଏବଂ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫସି ମଧ୍ୟରେ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ମ୍ୟାଚ ହେବ। ଓଡ଼ିଶା ଏଫସି ଗତ ତିନୋଟି ମ୍ୟାଚରେ ପଏଣ୍ଟ ଭାଗକରି ଡ୍ରରେ ହ୍ୟାଟ୍ରିକ କରିଛି। ଜୋସେଫ ଗାମ୍ବାଉଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ଏଟିକେ ଏବଂ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଗୋଲଶୂନ୍ୟ ଏବଂ ଚେନ୍ନାଇନ୍‌ ଏଫସି ବିପକ୍ଷରେ ୨-୨ରେ ମ୍ୟାଚ ଡ୍ର ରଖିଥିଲା। ତେଣୁ ଆଗାମୀ ମ୍ୟାଚରେ ଶକ୍ତିଶାଳୀ ବେଙ୍ଗାଲୁରୁ ବିପକ୍ଷରେ ଭଲ ଖେଳି ଦଳ ବିଜୟ ପଥକୁ ଫେରିବା ଲକ୍ଷ୍ୟ ରଖିଛି।
ଦେଖିବାକୁ ଗଲେ ଓଡ଼ିଶା ଏଫସି ଗତ କେତୋଟି ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରି ଆସିଛି। ବଲ୍‌କୁ ଅଧିକ ସମୟରେ ନିଜ ନିୟନ୍ତ୍ରଣରେ ରଖିବା ସହ ପାସିଂରେ ମଧ୍ୟ ପରସ୍ପର ମଧ୍ୟରେ ସମନ୍ବୟକୁ ଦେଖାଇଛି। ତେବେ ଚାପ ସମୟରେ ଠିକ୍‌ଭାବେ ଫିନିଶିଂ କରିପାରି ନାହିଁ। ଫଳରେ ମ୍ୟାଚ ଫଳାଫଳକୁ ନିଜ ସପକ୍ଷରେ ନେବାରେ ବିଫଳ ହୋଇଛି। ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ। ଏହାର ରକ୍ଷଣଭାଗ ଅତ୍ୟନ୍ତ ଦୃଢ଼ ଥିବାରୁ ଖେଳିଥିବା ୬ ମ୍ୟାଚରୁ ଏପର୍ଯ୍ୟନ୍ତ ମାତ୍ର ୨ଟି ଗୋଲ ବରଣ କରିଛି ଏବଂ ଅପରାଜୟ ରହିଛି। ”ବେଙ୍ଗାଲୁରୁ ବର୍ତ୍ତମାନର ଚାମ୍ପିୟନ ଏବଂ ଲିଗ୍‌ର ଅନ୍ୟତମ ଶ୍ରେଷ୍ଠ ଦଳ। ତେବେ ଉଭୟ ଦଳ ସମାନ ଷ୍ଟାଇଲରେ ଖେଳୁଥିବାରୁ ଆଗାମୀ ମ୍ୟାଚକୁ ନେଇ ଉତ୍କଣ୍ଠା ରହିଛି। ଆମ ଦଳର ପ୍ରସ୍ତୁତିରେ ମୁଁ ସନ୍ତୁଷ୍ଟ। ବେଙ୍ଗାଲୁରୁକୁ ଆମେ କଡ଼ା ଚ୍ୟାଲେଞ୍ଜ ଦେଇ ପାରିବୁ“ ବୋଲି ଗାମ୍ବାଉ ପ୍ରକାଶ କରିଛନ୍ତି।
ଓଡ଼ିଶା ଏଫସି ମୁଖ୍ୟତଃ ଆଡ୍ରିଆନ ସାଣ୍ଟାନାଙ୍କ ଉପରେ ନିର୍ଭର କରିବ। ସେ ୪ଟି ଗୋଲ ସ୍କୋର କରି ସାରିଥିବାରୁ ବେଙ୍ଗାଲୁରୁ ରକ୍ଷଣଭାଗ ଭେଦ କରିବା ଭାର ତାଙ୍କ ଉପରେ ରହିବ। ପ୍ଲେ ମେକର କିସ୍କୋ ହର୍ନାଣ୍ଡେଜଙ୍କ ନିକଟରେ ମଧ୍ୟ ଏହି ଦକ୍ଷତା ଅଛି। ୩ଟି ଗୋଲ ଦେଇ ସାରିଥିବା ଏହି ସ୍ପାନିଶ ଖେଳାଳି ନିଜ ପୂର୍ବତନ ଦଳ ବିପକ୍ଷରେ ଖେଳିବାକୁ ଯାଉଥିବାରୁ ବଡ଼ ଭୂମିକା ତୁଲାଇବା ଆଶା କରାଯାଉଛି। ଓଡ଼ିଶା ଏଫସି ବିପକ୍ଷ ମ୍ୟାଚ ରୋମାଞ୍ଚକ ହେବ ବୋଲି ବେଙ୍ଗାଲୁରୁ ଟିମ୍‌ କୋଚ୍‌ କାଲର୍‌ସ କ୍ୱାଡର୍ଟ ମଧ୍ୟ ପୂର୍ବାନୁମାନ କରିଛନ୍ତି। ”ବଲ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ ଓଡ଼ିଶା ଏଫସି ନିଶ୍ଚିତ ଆମସହିତ ଲଢ଼େଇ କରିବ। ଗାମ୍ବାଉ ଜଣେ କଠିନ ପରିଶ୍ରମୀ ଭଦ୍ରଲୋକ ଏବଂ ଉତ୍ତମ କୋଚ୍‌। ସେ ଆକ୍ରମଣାତ୍ମକ ଫୁଟବଲ ଖେଳିବାକୁ ଭଲ ପାଆନ୍ତି। ତେଣୁ ମ୍ୟାଚରେ ନିଶ୍ଚିତ ଉତ୍କଣ୍ଠା ରହିବ“ ବୋଲି କ୍ୱାଡର୍ଟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଷ୍ଟ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: ସେମିଫାଇନାଲରେ ସୁବ୍ରତ

ଭୁବନେଶ୍ୱର,୧୫।୧୨(ସ୍ପୋଟର୍‌ସ ବ୍ୟୁରୋ)- ପାଟଣାରେ ଚାଲିଥିବା ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶାର ସୁବ୍ରତ ଦାସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସୁବ୍ରତ ପ୍ରି- କ୍ୱାର୍ଟର ଓ...

ପ୍ଲେ ଅଫ୍‌ ଦୌଡରେ ୬ ଟିମ୍‌

ନୂଆଦିଲ୍ଲୀ,୨୦।୫: ଆଇପିଏଲର ୨୦୨୩ର ୬୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ (ଆରଆର) ଶେଷ ଲିଗ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ୪ ଉଇକେଟ୍‌ରେ ପରାସ୍ତ କରିଛି।...

ରୋହିତ ଶର୍ମାଙ୍କ ‘ପୋଲ୍‌’ ଖୋଲି ଦେଲେ ଦୀନେଶ କାର୍ତ୍ତିକ

ଲଣ୍ଡନ,୧୨।୮: ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଏବେ ଇଂଲଣ୍ଡରେ ଅଛନ୍ତି ଏବଂ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ କମେଣ୍ଟ୍ରି କରୁଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର...

ଭିଡ ଭିତରେ ଫସିଗଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଅଛନ୍ତି। ମଝିରେ ମଝିରେ ତାଙ୍କ ଅବସରକୁ...

ରେକର୍ଡ ଦୃଷ୍ଟିରୁ ଧୋନୀ, କିନ୍ତୁ କୁମ୍ବଲେ ଶ୍ରେଷ୍ଠ

ନୂଆଦିଲ୍ଲୀ, ୨୩ା୪ (ପି.ଟି.)-ରେକର୍ଡ ଦୃଷ୍ଟିିରୁ ମହେନ୍ଦ୍ର ସିଂ ଧୋନୀ ମହାନ୍‌ ହୋଇଥାଇ ପାରନ୍ତି କିନ୍ତୁ ମୋ ପାଇଁ ଅନିଲ କୁମ୍ବଲେ ଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି...

ସୁଇସ୍‌ ଓପନ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ବାତିଲ

ନୂଆଦିଲ୍ଲୀ, ୧୧।୬(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ୟାଲେଣ୍ଡର ପ୍ରଭାବିତ ହେବାରେ ଲାଗିଛି। ବିକଳ୍ପ ସମୟ ନ ପାଇବା କାରଣରୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ...

ଟି୨୦ ବିଶ୍ୱକପ ଭେନ୍ୟୁ ୫କୁ କମିପାରେ

ନୂଆଦିଲ୍ଲୀ, ୧।୫(ପି.ଟି.)- ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିଲେ ହେଁ ଆସନ୍ତା ଅକ୍ଟୋବରରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବାନେଇ ଭାରତୀୟ କ୍ରିକେଟ...

ବିଶ୍ୱକପ୍‌ ଦଳରେ ଶାର୍ଦ୍ଦୁଳଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୧୦: ଚେନ୍ନାଇ ସପୁର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ବୁଧବାର ସାମିଲ କରାଯାଇଛି। ତେବେ ପୂର୍ବରୁ...

Advertisement
Archives

Model This Week