ଇଟାଲି ଚର୍ଚ୍ଚରେ କଫିନ୍‌ର ଲମ୍ବା ଲାଇନ

ରୋମ୍‌,୨୯।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଚାଇନାରେ ମୃତ୍ୟୁର ତାଣ୍ଡବ ରଚିବା ପରେ କରୋନା ଇଟାଲିରେ ମଧ୍ୟ ଘରେ ଘରେ ଆତଙ୍କ ସୃଷ୍ଟି କରିଛି। ସମ୍ପ୍ରତି ଇଟାଲିରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଛି। ଧାର୍ମିକ ପରମ୍ପରା ଅନୁସାରେ ଏଠାରେ ମୃତକଙ୍କୁ କଫିନରେ କବର ଦିଆ ଯାଇଥାଏ। ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏଠାକାର ବିଭିନ୍ନ ଚର୍ଚ୍ଚରେ ମୃତଦେହ ଥିବା କଫିନ୍‌ର ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। କଫିନ୍‌ ଗୁଡ଼ିକୁ ଟ୍ରକ୍‌ରେ ବିଭିନ୍ନ କବରସ୍ତାନକୁ ନିଆଯାଇ ସେଠାରେ ପୋତି ଦିଆଯାଉଛି। ବହୁ କ୍ଷେତ୍ରରେ ସଂକ୍ରମଣ ଭୟରେ ମୃତକଙ୍କୁ ଶେଷ ଥର ପାଇଁ ଦର୍ଶନ କରିବାକୁ କୌଣସି ପରିବାର ସଦସ୍ୟ ମଧ୍ୟ ଆସୁ ନାହାଁନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଚର୍ଚ୍ଚରୁ କଫିନ୍‌ଗୁଡ଼ିକୁ କବରସ୍ତାନ ପର୍ଯ୍ୟନ୍ତ ନିଆ ଯିବାର ବ୍ୟବସ୍ଥା କରାଯାଉଛି। ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରେ ପୁଣି ବଢ଼ିବ ତୈଳ ଦର

କଲମ୍ବୋ,୨୬ା୬: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସିଲୋନ ପେଟ୍ରୋଲିୟମ କର୍ପୋରେଶନ ଗ୍ୟାସ ରବିବାର ଇନ୍ଧନ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏକ ରିପୋର୍ଟ ଅନୁଯାୟୀ,...

ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର କମିଲା: ପ୍ରତି ୩ ଜଣରେ ଜଣେ ସଂକ୍ରମିତ

ନୂଆଦିଲ୍ଲୀ, ୧୩।୬: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏଠାରେ ଗତ ୧୨ ଦିନ ମଧ୍ୟରେ ମେ ୩୦ଠାରୁ ସଂକ୍ରମଣ ହାରରେ ୨୧...

କରୋନାକୁ ପରାସ୍ତ କଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୯।୯: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନା ଭାଇରସ୍‌କୁ ପରାସ୍ତ କରିଛନ୍ତି। କରୋନା ଭାଇରସ୍‌ ଓ ଡେଙ୍ଗୁରେ ଆକ୍ରାନ୍ତ ସିସୋଦିଆ ମଙ୍ଗଳବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ...

କମଲା ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହେଁ, ଇଭାଙ୍କା ତାଙ୍କଠାରୁ ଭଲ: ଟ୍ରମ୍ପ

ଓ୍ବାଶିଂଟନ,୨୯।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାର ପ୍ରଚାର କର୍ଯ୍ୟରେ ବ୍ୟସ୍ତ ହୋଇ ଗଲେଣି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ସେ...

ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ଟପିଲା ୫ ଶହ…

ନୂଆଦିଲ୍ଲୀ,୨୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି...

ଏମିତି ଏକ ଦେଶ, ଯେଉଁଠି କରୋନା ପାଇଁ ନାହିଁ କୌଣସି ପ୍ରତିବନ୍ଧକ

ମହାମାରୀ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି।...

ଦୈନିକ ସଂକ୍ରମଣ ୪୦ ହଜାରରୁ କମ୍‌, ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର...

ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଡେରାଡୁନ୍‌,୨୨।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି...

Advertisement
Archives

Model This Week