Posted inଖେଳ

ଇଂଲଣ୍ଡ ପାଇଁ ନେଟ୍ସରେ ଅର୍ଜୁନଙ୍କ ବୋଲିଂ

ଲଣ୍ଡନ,୨୫।୬(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ଖେଳାଳି ଜୋରଦାର ଅଭ୍ୟାସ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଅଭ୍ୟାସ ସେସନ ଅବସରରେ ନେଟ୍ସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିଥିଲେ। ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କ୍ରିକେଟର ମକ୍କା କୁହାଯାଉଥିବା ଲଡର୍‌ସ ଗ୍ରାଉଣ୍ଡରେ ଅର୍ଜୁନ ନିଜ ରନ୍‌ ଅପ୍‌ ଚହ୍ନିତ କରି ଜୋରଦାର ବୋଲିଂ କରିଥିବାର ଲକ୍ଷ୍ୟ କରାଯାଇଥିଲା। ଏକ କମଳା ରଙ୍ଗର ଟି ଶାର୍ଟ ପରିଧାନ କରି ଅର୍ଜୁନବୋଲିଂ କରୁଥିବା ବେଳେ ଇଂଲଣ୍ଡର ସ୍ପିନ୍‌ ବୋଲିଂ ପରାମର୍ଶଦାତା ସାକଲିନ୍‌ ମୁସ୍ତାକଙ୍କ ତାଙ୍କୁ ନିରୀକ୍ଷଣ କରୁଥିଲେ। ଇଂଲଣ୍ଡ ପାଇଁ ଅର୍ଜୁନ ପ୍ରଥମଥର ଲାଗି ଏପରି ବୋଲିଂ କରିନାହାନ୍ତି। ପୂର୍ବରୁ ୨୦୧୫ରେ ୧୫ ବର୍ଷ ବୟସରେ ଅର୍ଜୁନ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନେଟ୍‌ ବୋଲରଙ୍କ ଗ୍ରୁପ୍‌ରେ ସାମିଲ ହୋଇଥିଲେ ଓ ବୋଲିଂ କରିଥିଲେ। ୧୯ ବର୍ଷରେ ପଦାର୍ପଣ କରିଥିବା ଅର୍ଜୁନ ଏମ୍‌ସିସି ୟଙ୍ଗ କ୍ରିକେଟର୍ସ ତରଫରୁ ସରେ ସେକେଣ୍ଡ ଏକାଦଶ ବିପକ୍ଷରେ ଖେଳିଥିଲେ। ଗତ ସପ୍ତାହରେ ହାଇ ଓ୍ବିକମ୍ବରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଅଂଶଗ୍ରହଣ କରି ସେ ୧୧ ଓଭର ବୋଲିଂ କରି ୫୦ ରନ ବ୍ୟୟ କରିବା ସହ ୨ ଉଇକେଟ ଅକ୍ତିଆର କରିଥିଲେ। ସେ ଗତବର୍ଷ ଶ୍ରୀଲଙ୍କା ବିପକ୍ଷ ୧୯ ବର୍ଷରୁ କମ୍‌ ଯୁବ ଟେଷ୍ଟରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଗତମାସ ସେ ମୁମ୍ବାଇ ଟି୨୦ ଲିଗ୍‌ରେ ଆକାଶ ଟାଇଗର୍ସ ତରଫରୁ ଖେଳିଥିଲେ। ୨୦୧୭-୧୮ କୁଚ୍‌ ବିହାର ଟ୍ରଫିରେ ସେ ମୁମ୍ବାଇ ୧୯ ବର୍ଷରୁ କମ୍‌ ଦଳ ତରଫରୁ ପ୍ରତିନିଧିତ୍ୱ କରି ୧୯ଟି ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂଜାରାଙ୍କୁ ଆଖି ଦେଖାଉଥିବା ବୋଲର୍‌ଙ୍କୁ କନ୍ଦାଇଲେ ଯାଦବ

ଓଭାଲ୍‌,୭।୯: ଓଭାଲ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରିଛି। ଖେଳର ପଞ୍ଚମ ଦିନରେ ଭାରତୀୟ ବୋଲରମାନେ ଓଭାଲ ପିଚରେ ଚମତ୍କାର ବୋଲିଂ କରି...

ମନୋରଞ୍ଜନ ଜଗତରେ ପାଦ ଦେବାକୁ ଯାଉଛନ୍ତି ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ମନୋରଞ୍ଜନ ଜଗତରେ ପାଦ ଦେବାକୁ ନିଷ୍ପତ୍ତି...

ଏହି କ୍ରିକେଟର୍‌ ସ୍ତ୍ରୀଙ୍କ ନାଁରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ

ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲିଙ୍କ ନାମରେ ଏକ ନକଲି ‘ଫେସବୁକ ପେଜ’ ଥିବା ନେଇ ପୋଲିସ ନିକଟରେ...

ଡିସ୍‌କସ୍‌ ଥ୍ରୋରେ କମଲପ୍ରୀତ୍‌ଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ପଟିଆଲା,୨୦ା୩ (ପି.ଟି.)-ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଡିସ୍‌କସ୍‌ ଥ୍ରୋରେ କମଲପ୍ରୀତ୍‌ କୌର (୬୫.୦୬ ମିଟର) ଜାତୀୟ ରେକର୍ଡ ପ୍ରତିଷ୍ଠା ସହ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା...

କ୍ରିକେଟର୍‌ଙ୍କ ଭଗବାନଙ୍କୁ ଏମିତି କହିଲେ ସେହ୍ବାଗ, ଭିଡିଓ ଭାଇରାଲ୍‌

ରାୟପୁର,୯।୩: ଛତିଶଗଡର ରାଜଧାନୀ ରାୟପୁରରେ ସଡକ ସୁରକ୍ଷା ବିଶ୍ୱ ସିରିଜ ଖେଳାଯାଉଛି। ଗତ ବର୍ଷ ମୁମ୍ବାଇରେ ୪ଟି ମ୍ୟାଚ ପରେ ଟୁର୍ନାମେଣ୍ଟକୁ କରୋନା ଯୋଗୁ ସ୍ଥଗିତ...

ବିଜୟ ସୁନିଶ୍ଚିତ ଦେଖି ଉତ୍ସବ ମନାଇବା ଅନୁଚିତ

କ୍ରୀଡ଼ାରେ ବିଜୟ ସୁନିଶ୍ଚିତ ଦେଖି ଉତ୍ସବ କିମ୍ବା ସେଲିବ୍ରେଶନ କରିବା କଦାପି ଉଚିତ ନୁହେଁ। ଏହା ମହଙ୍ଗା ପଡ଼ିପାରେ। ଟ୍ରେନିଙ୍କୁ ଏ ସମ୍ପର୍କରେ ଅବଗତ କରାଇବା...

ୟୁପି ଓ୍ବାରିୟର୍ଜ ୧୦ ଉଇକେଟରେ ଜିତିଲା

ମୁମ୍ବାଇ,୧୧ା୩: ମୁମ୍ବାଇର ବ୍ରାବୋର୍ନ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍‌ର ମ୍ୟାଚ୍‌ ନମ୍ବର ୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ୧୦ ଉଇକେଟରେ ପରାସ୍ତ କରିଛି...

ଅଶ୍ୱିନଙ୍କୁ ନ ଖେଳାଇବା ପାଗଳାମୀ

ଲଣ୍ଡନ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତ ଦଳରେ ସ୍ଥାନ ମିଳିନାହିଁ। ଟିମ୍‌ ମ୍ୟାନେଜମେଣ୍ଟର...

Advertisement
Archives

Model This Week