Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡର ଅଷ୍ଟ୍ରେଲିଆ ପରୀକ୍ଷା

ଲଣ୍ଡନ,୨୫।୬(ଏଏଫ୍‌ପି)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ମଙ୍ଗଳବାର ଦୁଇ ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ଫେଭରାଇଟ ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। ତେବେ ଆୟୋଜକ ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌ ଜିତିବା ବେଶି ଜରୁରୀ ହୋଇପଡିଛି। ବିଜୟୀ ହୋଇ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ପୁଣି ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ଏପର୍ଯ୍ୟନ୍ତ ଇଂଲଣ୍ଡ ୬ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୨ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ସମାନ ୬ଟି ମ୍ୟାଚ୍‌ ଖେଳି ୫ ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।
ଦୁଇ ଏସୀୟ ଦଳଠାରୁ ଇଂଲଣ୍ଡ ପରାସ୍ତ ହୋଇଛି। ପ୍ରଥମେ ପାକିସ୍ତାନଠାରୁ ହାରିବା ପରେ ଇଂଲଣ୍ଡ ଗତ ଶୁକ୍ରବାର ଶ୍ରୀଲଙ୍କାଠାରୁ ୨୦ ରନରେ ପରାସ୍ତ ହୋଇଥିଲା। ଫଳରେ ଟୁର୍ନାମେଣ୍ଟ ଆହୁରି ଅଧିକ ଖୋଲା ହୋଇଯାଇଥିଲା। ଶ୍ରୀଲଙ୍କା ଧାର୍ଯ୍ୟ କରିଥିବା ୨୩୩ ରନର ଟାର୍ଗେଟକୁ ଇଂଲଣ୍ଡ ହାସଲ କରି ନ ପାରି ୨୧୨ ରନରେ ଅଲଆଉଟ୍‌ ହୋଇଥିଲା। ଗତ ମ୍ୟାଚ୍‌ରେ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ଦମ୍‌ଦାର ବୋଲିଂ କରି ଇଂଲଣ୍ଡର ବିପର୍ଯ୍ୟୟ ଘଟାଇଥିଲେ। ଦୁଇଟି ପରାଜୟ ସତ୍ତ୍ୱେ ଇଂଲଣ୍ଡ ପଏଣ୍ଟ ତାଲିକାର ଶ୍ରେଷ୍ଠ ୪ଟି ସ୍ଥାନରେ ନିଜ ସ୍ଥିତି ବଜାୟ ରଖି ସେମିଫାଇନାଲ ଦୌଡ଼ରେ ସାମିଲ ରହିଛି। ଘରୋଇ ପରିବେଶରରେ କମାଲ କରି ଇଂଲଣ୍ଡ ପ୍ରଥମଥର ପାଇଁ ଚାମ୍ପିୟନ ହେବାର ଲକ୍ଷ୍ୟ ରଖିଥିବା ବେଳେ ବାକି ସବୁ ମ୍ୟାଚ୍‌ରେ ବିଜୟୀ ହେବାକୁ ଚାହିଁବ ଓ କୌଣସି ମ୍ୟାଚ୍‌ରେ ଆଉ ପରାଜୟ ବରଣ କରିବ ନାହିଁ ବୋଲି ଆଶା ରଖିଛି। ଅନ୍ୟତମ ଫେବରାଇଟ ଦଳ ଅଷ୍ଟ୍ରେଲିଆ, ଭାରତ ଓ ନ୍ୟୁଜିଲାଣ୍ଡ ଦଳଗୁଡିକୁ ଇଂଲଣ୍ଡ ୧୯୯୨ ପରଠାରୁ ପରାସ୍ତ କରିବାରେ ସଫଳ ହୋଇ ନାହିଁ। ୨୦୧୫ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ କରି ଗ୍ରୁପ୍‌ ପର୍ଯ୍ୟାୟରୁ ବାଦ୍‌ପଡିବା ପରେ ଇଂଲଣ୍ଡ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷକୁ ଉଠିଛି। ସବୁ ପ୍ରକାର ତ୍ରୁଟି ସୁଧାରି ଇଂଲଣ୍ଡ ଏବେ ଏକ ସନ୍ତୁଳିତ ତଥା ଶକ୍ତିଶାଳୀ ଦଳରେ ପରିଣତ ହୋଇଛି। ଗତ ୪ ବର୍ଷ ମଧ୍ୟରେ ଇଂଲଣ୍ଡ ଦୁଇଥର ଦିନିକିଆରେ ସର୍ବାଧିକ ସ୍କୋର କରି ବିଶ୍ୱରେକର୍ଡ ସ୍ଥାପନ କରିଛି। ପାଖାପାଖି ବର୍ଷେ ତଳେ ଟ୍ରେଣ୍ଟବ୍ରିଜ୍‌ରେ ଖେଳାଯାଇଥିବା ଦିନିକିଆରେ ଇଂଲଣ୍ଡ ୬ ଉଇକେଟ ହରାଇ ୪୮୧ ରନ କରି ରେକର୍ଡ ସୃଷ୍ଟି କରିଥିଲା। ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ବେଶ୍‌ ମାମୁଲି ମନେ ହେଉଥିଲା। ଇଂଲଣ୍ଡର ବ୍ୟାଟିଂରେ ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ ଅସନ୍ତୋଷ ଜାହିର କରିଛନ୍ତି। ଓପନର ଜାସନ ରୟ ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ଦଳରୁ ବାଦ ପଡିଥିବା ବେଳେ ଇଂଲଣ୍ଡର ସମସ୍ୟା ବଢିଯାଇଛି। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍‌ରେ ଇଂଲଣ୍ଡ ପରୀକ୍ଷାର ସମ୍ମୁଖୀନ ହେବ।
ଅପରପକ୍ଷରେ ଅଷ୍ଟ୍ରେଲିଆ କେବଳ ଭାରତଠାରୁ ପରାସ୍ତ ହୋଇଥିବା ବେଳେ ଆଉ ବାକି ସବୁ ମ୍ୟାଚ୍‌ରେ ବିଜୟୀ ହୋଇ ଶ୍ରେଷ୍ଠ ଫର୍ମରେ ରହିଛି। ଦୁଇ ଓପନର ଡେଭିଡ ଓ୍ବାର୍ନର ଓ ଅଧିନାୟକ ଆରୋନ ଫିଞ୍ଚ୍‌ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରି ଦଳରେ କାର୍ଯ୍ୟକୁ ଆହୁରି ସହଜ କରିଛନ୍ତି। ମିଚେଲ ଷ୍ଟାର୍କ ୧୫ଟି ଉଇକେଟ ନେଇ ଇଂଲଣ୍ଡର ଜୋଫ୍ରା ଆର୍ଚର ଓ ପାକିସ୍ତାନର ମହମ୍ମଦ ଅମୀରଙ୍କ ସହ ଯୁଗ୍ମ ଶୀର୍ଷ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ବୋଲିଂ ବିଭାଗ ବେଶ୍‌ ଦୃଢ଼ ରହିଛି। ୧୯୮୭ ବିଶ୍ୱକପ୍‌ ଫାଇନାଲରେ ଆଲାନ ବର୍ଡରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ କୋଲକାତାର ଇଡେନ ଗାର୍ଡେନରେ ଇଂଲଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା। ବୋଲର ଏହି ମ୍ୟାଚ୍‌ରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ଓ ବୋଲିଂ ହିଁ ବିଜୟ କିମ୍ବା ପରାଜୟର ମାପକାଠି ହେବ ବୋଲି ବର୍ଡର ତାଙ୍କ ଆଇସିସି ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି। ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରିପାରିଲେ ଅଷ୍ଟ୍ରେଲିଆ ବିଜୟୀ ହୋଇପାରିବ ବୋଲି ସେ କହିଛନ୍ତି। ଦୁଇ ଫେଭରାଇଟ ତଥା ବିଶ୍ୱ କ୍ରିକେଟରେ ଦୁଇ ଶକ୍ତିଶାଳୀ ଦଳ ମୁହଁାମୁହିଁ ହେବାକୁ ଯାଉଥିବାରୁ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ଓ ଉପଭୋଗ୍ୟ ହେବ ବୋଲି ଆଶା କରାଯାଉଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ର ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର, ଟମ୍‌ କୁରାନ, ଲିଅମ ଡସନ, ଲିଅମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍‌, ଜାସନ ରୟ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ୍‌।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଜାସନ ବେହରନଡୋର୍ଫ, ଆଲେକ୍ସ କେରୀ, ନାଥନ କୁଲ୍ଟର-ନାଇଲ, ପ୍ୟାଟ୍‌ କୁମିନ୍ସ, ଉସ୍‌ମାନ ଖ୍ବାଜା, ନାଥନ ଲିୟନ, ଶନ ମାର୍ସ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡସନ୍‌, ଷ୍ଟିଭେନ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍‌, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?