Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡର ଅଷ୍ଟ୍ରେଲିଆ ପରୀକ୍ଷା

ଲଣ୍ଡନ,୨୫।୬(ଏଏଫ୍‌ପି)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ମଙ୍ଗଳବାର ଦୁଇ ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ଫେଭରାଇଟ ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। ତେବେ ଆୟୋଜକ ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌ ଜିତିବା ବେଶି ଜରୁରୀ ହୋଇପଡିଛି। ବିଜୟୀ ହୋଇ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ପୁଣି ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ଏପର୍ଯ୍ୟନ୍ତ ଇଂଲଣ୍ଡ ୬ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୨ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ସମାନ ୬ଟି ମ୍ୟାଚ୍‌ ଖେଳି ୫ ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।
ଦୁଇ ଏସୀୟ ଦଳଠାରୁ ଇଂଲଣ୍ଡ ପରାସ୍ତ ହୋଇଛି। ପ୍ରଥମେ ପାକିସ୍ତାନଠାରୁ ହାରିବା ପରେ ଇଂଲଣ୍ଡ ଗତ ଶୁକ୍ରବାର ଶ୍ରୀଲଙ୍କାଠାରୁ ୨୦ ରନରେ ପରାସ୍ତ ହୋଇଥିଲା। ଫଳରେ ଟୁର୍ନାମେଣ୍ଟ ଆହୁରି ଅଧିକ ଖୋଲା ହୋଇଯାଇଥିଲା। ଶ୍ରୀଲଙ୍କା ଧାର୍ଯ୍ୟ କରିଥିବା ୨୩୩ ରନର ଟାର୍ଗେଟକୁ ଇଂଲଣ୍ଡ ହାସଲ କରି ନ ପାରି ୨୧୨ ରନରେ ଅଲଆଉଟ୍‌ ହୋଇଥିଲା। ଗତ ମ୍ୟାଚ୍‌ରେ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ଦମ୍‌ଦାର ବୋଲିଂ କରି ଇଂଲଣ୍ଡର ବିପର୍ଯ୍ୟୟ ଘଟାଇଥିଲେ। ଦୁଇଟି ପରାଜୟ ସତ୍ତ୍ୱେ ଇଂଲଣ୍ଡ ପଏଣ୍ଟ ତାଲିକାର ଶ୍ରେଷ୍ଠ ୪ଟି ସ୍ଥାନରେ ନିଜ ସ୍ଥିତି ବଜାୟ ରଖି ସେମିଫାଇନାଲ ଦୌଡ଼ରେ ସାମିଲ ରହିଛି। ଘରୋଇ ପରିବେଶରରେ କମାଲ କରି ଇଂଲଣ୍ଡ ପ୍ରଥମଥର ପାଇଁ ଚାମ୍ପିୟନ ହେବାର ଲକ୍ଷ୍ୟ ରଖିଥିବା ବେଳେ ବାକି ସବୁ ମ୍ୟାଚ୍‌ରେ ବିଜୟୀ ହେବାକୁ ଚାହିଁବ ଓ କୌଣସି ମ୍ୟାଚ୍‌ରେ ଆଉ ପରାଜୟ ବରଣ କରିବ ନାହିଁ ବୋଲି ଆଶା ରଖିଛି। ଅନ୍ୟତମ ଫେବରାଇଟ ଦଳ ଅଷ୍ଟ୍ରେଲିଆ, ଭାରତ ଓ ନ୍ୟୁଜିଲାଣ୍ଡ ଦଳଗୁଡିକୁ ଇଂଲଣ୍ଡ ୧୯୯୨ ପରଠାରୁ ପରାସ୍ତ କରିବାରେ ସଫଳ ହୋଇ ନାହିଁ। ୨୦୧୫ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ କରି ଗ୍ରୁପ୍‌ ପର୍ଯ୍ୟାୟରୁ ବାଦ୍‌ପଡିବା ପରେ ଇଂଲଣ୍ଡ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷକୁ ଉଠିଛି। ସବୁ ପ୍ରକାର ତ୍ରୁଟି ସୁଧାରି ଇଂଲଣ୍ଡ ଏବେ ଏକ ସନ୍ତୁଳିତ ତଥା ଶକ୍ତିଶାଳୀ ଦଳରେ ପରିଣତ ହୋଇଛି। ଗତ ୪ ବର୍ଷ ମଧ୍ୟରେ ଇଂଲଣ୍ଡ ଦୁଇଥର ଦିନିକିଆରେ ସର୍ବାଧିକ ସ୍କୋର କରି ବିଶ୍ୱରେକର୍ଡ ସ୍ଥାପନ କରିଛି। ପାଖାପାଖି ବର୍ଷେ ତଳେ ଟ୍ରେଣ୍ଟବ୍ରିଜ୍‌ରେ ଖେଳାଯାଇଥିବା ଦିନିକିଆରେ ଇଂଲଣ୍ଡ ୬ ଉଇକେଟ ହରାଇ ୪୮୧ ରନ କରି ରେକର୍ଡ ସୃଷ୍ଟି କରିଥିଲା। ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ବେଶ୍‌ ମାମୁଲି ମନେ ହେଉଥିଲା। ଇଂଲଣ୍ଡର ବ୍ୟାଟିଂରେ ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ ଅସନ୍ତୋଷ ଜାହିର କରିଛନ୍ତି। ଓପନର ଜାସନ ରୟ ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି କାରଣରୁ ଦଳରୁ ବାଦ ପଡିଥିବା ବେଳେ ଇଂଲଣ୍ଡର ସମସ୍ୟା ବଢିଯାଇଛି। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍‌ରେ ଇଂଲଣ୍ଡ ପରୀକ୍ଷାର ସମ୍ମୁଖୀନ ହେବ।
ଅପରପକ୍ଷରେ ଅଷ୍ଟ୍ରେଲିଆ କେବଳ ଭାରତଠାରୁ ପରାସ୍ତ ହୋଇଥିବା ବେଳେ ଆଉ ବାକି ସବୁ ମ୍ୟାଚ୍‌ରେ ବିଜୟୀ ହୋଇ ଶ୍ରେଷ୍ଠ ଫର୍ମରେ ରହିଛି। ଦୁଇ ଓପନର ଡେଭିଡ ଓ୍ବାର୍ନର ଓ ଅଧିନାୟକ ଆରୋନ ଫିଞ୍ଚ୍‌ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରି ଦଳରେ କାର୍ଯ୍ୟକୁ ଆହୁରି ସହଜ କରିଛନ୍ତି। ମିଚେଲ ଷ୍ଟାର୍କ ୧୫ଟି ଉଇକେଟ ନେଇ ଇଂଲଣ୍ଡର ଜୋଫ୍ରା ଆର୍ଚର ଓ ପାକିସ୍ତାନର ମହମ୍ମଦ ଅମୀରଙ୍କ ସହ ଯୁଗ୍ମ ଶୀର୍ଷ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ବୋଲିଂ ବିଭାଗ ବେଶ୍‌ ଦୃଢ଼ ରହିଛି। ୧୯୮୭ ବିଶ୍ୱକପ୍‌ ଫାଇନାଲରେ ଆଲାନ ବର୍ଡରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ କୋଲକାତାର ଇଡେନ ଗାର୍ଡେନରେ ଇଂଲଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା। ବୋଲର ଏହି ମ୍ୟାଚ୍‌ରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ଓ ବୋଲିଂ ହିଁ ବିଜୟ କିମ୍ବା ପରାଜୟର ମାପକାଠି ହେବ ବୋଲି ବର୍ଡର ତାଙ୍କ ଆଇସିସି ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି। ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରିପାରିଲେ ଅଷ୍ଟ୍ରେଲିଆ ବିଜୟୀ ହୋଇପାରିବ ବୋଲି ସେ କହିଛନ୍ତି। ଦୁଇ ଫେଭରାଇଟ ତଥା ବିଶ୍ୱ କ୍ରିକେଟରେ ଦୁଇ ଶକ୍ତିଶାଳୀ ଦଳ ମୁହଁାମୁହିଁ ହେବାକୁ ଯାଉଥିବାରୁ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ଓ ଉପଭୋଗ୍ୟ ହେବ ବୋଲି ଆଶା କରାଯାଉଛି।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲି, ଜୋଫ୍ର ଆର୍ଚର, ଜନୀ ବେୟାରଷ୍ଟୋ, ଜୋସ ବଟଲର, ଟମ୍‌ କୁରାନ, ଲିଅମ ଡସନ, ଲିଅମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍‌, ଜାସନ ରୟ, ବେନ୍‌ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ୍‌।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଜାସନ ବେହରନଡୋର୍ଫ, ଆଲେକ୍ସ କେରୀ, ନାଥନ କୁଲ୍ଟର-ନାଇଲ, ପ୍ୟାଟ୍‌ କୁମିନ୍ସ, ଉସ୍‌ମାନ ଖ୍ବାଜା, ନାଥନ ଲିୟନ, ଶନ ମାର୍ସ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, କେନ୍‌ ରିଚାର୍ଡସନ୍‌, ଷ୍ଟିଭେନ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍‌, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri