Posted inଭଦ୍ରକ

ଆୟୁଷ ଡାକ୍ତରଙ୍କ ହାତରେ ସ୍ବାସ୍ଥ୍ୟସେବା

ଭଦ୍ରକ ଅଫିସ, ୧୩।୩- ଭଦ୍ରକ ଜିଲାର ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ଚିକିତ୍ସାଳୟକୁ ମିଶାଇ ଜିଲାରେ ପ୍ରାୟ ୬୩ଟି ଡାକ୍ତରଖାନା ରହିଛି। ଯାହା ଉପରେ ଲକ୍ଷାଧିକ ଲୋକ ସ୍ବାସ୍ଥ୍ୟସେବା ଲାଗି ନିର୍ଭରଶୀଳ। ହେଲେ ସବୁଠି ଡାକ୍ତର ଅଭାବ କାରଣରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। କେଉଁଠି ଫାର୍ମାସିଷ୍ଟ ରୋଗୀ ଦେଖୁଛନ୍ତି ତ ଆଉ କେଉଁଠି ସୁଇପରଙ୍କ ହାତରେ ସ୍ବାସ୍ଥ୍ୟସେବା। ସେହିପରି ଅଧିକାଂଶ ଡାକ୍ତରଖାନାରେ ଆୟୁଷ ଡାକ୍ତର ହିଁ ଭରସା। ଏଭଳି ସ୍ଥିତିରେ ରୋଗୀମାନେ ଉପଯୁକ୍ତ ସେବା ପାଇପାରୁ ନାହାନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି।
ପ୍ରକାଶ ଯେ, ଜିଲାରେ ୧୩୯ ଡାକ୍ତର ପଦବୀ ଖାଲି ପଡ଼ିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ୨୯ଜଣ ନୂଆ ଡାକ୍ତର ଏହି ଜିଲାରେ ନିଯୁକ୍ତି ଲାଗି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଅଦ୍ୟାବଧି କେହି ଜଣେ ମଧ୍ୟ ଡାକ୍ତର ନିଯୁକ୍ତ ହୋଇନାହାନ୍ତି। ଜିଲାରେ ମୋଟ ୫୮ଜଣ ଆୟୁଷ ଡାକ୍ତରଙ୍କ ଜରିଆରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି। ସରକାରୀ ଭାବେ ଡାକ୍ତର ପଦବୀ ସଂଖ୍ୟା୨୧୫ ହୋଇଥିବାବେଳେ ଅଛନ୍ତି ମାତ୍ର ୭୬ଜଣ। ସେହିଭଳି ଜିଲା ମୁଖ୍ୟ ଚିକିତ୍ସାଳୟରେ ୭୬ ଡାକ୍ତରଙ୍କ ସ୍ଥାନରେ ମାତ୍ର ୨୮ ଜଣ ଅଛନ୍ତି। ୪୮ ଡାକ୍ତର ପଦବୀ ଖାଲିପଡ଼ିଛି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ଆଉଟଡୋର ଓ ଇନ୍‌ଡୋରରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ରୋଗୀ ଆସୁଥିବାବେଳେ ସେମାନଙ୍କୁ ସେବା ଯୋଗାଇ ଦେବାକୁ ଆବଶ୍ୟକ ଡାକ୍ତର ଏବଂ ଷ୍ଟାଫ୍‌ ନାହାନ୍ତି। ସକାଳେ ଡ୍ୟୁଟିରେ ଥିବା ଡାକ୍ତର ଦୈନିକ କ୍ଷମତାଠାରୁ ଅଧିକ ରୋଗୀ ଦେଖୁଥିବାରୁ ଉପରବେଳା ଅଧିକାଂଶ ଡାକ୍ତର କାର୍ଯ୍ୟକୁ ଆସୁ ନ ଥିବା ଜଣାପଡ଼ିଛି। ଅପରପକ୍ଷେ ଜିଲାରେ ଅତ୍ୟାଧୁନିକ ୩ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରାଯିବାକୁ ଘୋଷଣା କରାଯାଇଥିବାବେଳେ ଡାକ୍ତର ନିଯୁକ୍ତି ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି। ଏପରିକି ଜିଲା ହସ୍ପିଟାଲରେ ବହୁ ୱାର୍ଡ ଖୋଲାଯାଇ ପାରୁ ନ ଥିବାବେଳେ ଆଉ କେତେକ ୱାର୍ଡ ସପ୍ତାହରେ ଦିନେ କିମ୍ବା ଦୁଇଦିନ ଲାଗି କାର୍ଯ୍ୟକ୍ଷମ କରାଯାଉଛି। କେବଳ ସେତିକି ନୁହେଁ ଡାକ୍ତରଖାନା ଆଉଟଡୋର ଓ ଇନ୍‌ଡୋରରେ ବର୍ଦ୍ଧିତ ରୋଗୀଙ୍କୁ ଆବଶ୍ୟକ ଶଯ୍ୟା ଯୋଗାଇ ଦେବାକୁ ଜାଗା ନ ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡଠାରୁ ଆରମ୍ଭ କରି ମେଡିସିନ ଏବଂ ସର୍ଜରୀ ୱାର୍ଡ ବାରଣ୍ଡାରେ ଗଡୁଛନ୍ତି ଶହ ଶହ ରୋଗୀ। ଏ ସମ୍ପର୍କରେ ଜିଲା ଅତିରିକ୍ତ ଚିକିତ୍ସାଧିକାରୀ ପ୍ରଦୀପ ଖୁଣ୍ଟିଆଙ୍କୁ ପଚାରିବାରୁ କହିଛନ୍ତି ଯେ, ଏ ନେଇ ଅନେକ ଥର ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଯାଇଛି। ଏବେ ୨୯ ଜଣ ନୂଆ ଡାକ୍ତର ନିଯୁକ୍ତ ହେବେ ବୋଲି ନିର୍ଦ୍ଦେଶ ରହିଛି। ଚଳିତ ମାସ ଭିତରେ ସେମାନେ ଜଏନ୍‌ କରିପାରନ୍ତି। ଏହାପରେ କେତେକାଂଶରେ ସମସ୍ୟାରେ ସୁଧାର ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବା ବେଳେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର

ଚାନ୍ଦବାଲି, ୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲରରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ର...

ବଢ଼ିଛି ସଂକ୍ରମଣ, କମିଛି ଅପରାଧ ପରିସଂଖ୍ୟାନ

ଭଦ୍ରକ ଅଫିସ,୨୦।୭- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ୩୨୩ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥାନୀୟ ସଂକ୍ରମଣ...

ଭଦ୍ରକ ଜିଲାର ସମସ୍ତ ସ୍କୁଲ ବନ୍ଦ

ଭଦ୍ରକ ଅଫିସ,୨୦।୮: ଲଘୁଚାପ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଭଦ୍ରକ ଜିଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲା...

ଧାମନଗର:ଛିଡୁନି ଅଙ୍କକଷା

ଭଦ୍ରକ ଅଫିସ/ ଧାମନଗର,୯।୧୦ (ଡି.ଏନ.ଏ): ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ...

ପୋଲିସ୍‌ର ଫ୍ଲାଗ ମାର୍ଚ୍ଚ

ଭଦ୍ରକ ଅଫିସ,୨୧।୩: ମାର୍ଚ୍ଚ ୩୦ରେ ଭଦ୍ରକର ପ୍ରସିଦ୍ଧ ରାମନବମୀ ନଗରସଂକୀର୍ତ୍ତନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଭଦ୍ରକ ପୋଲିସ । ଏନେଇ ମଙ୍ଗଳବାର...

ବାଙ୍ଗାଲୋରରୁ ଗିରଫ ନାବାଳିକା ଅପହରଣକାରୀ

ତିହିଡ଼ି, ୮।୧(ଡ.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ବିଲଣା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଯୁବକଙ୍କୁ ବୁଧବାର ପୋଲିସ ବାଙ୍ଗାଲୋରରୁ ଗିରଫ କରିଛି। ଏଥିସହ...

ବନ୍ତରେ କଟକଣା କଡ଼ାକଡ଼ି

ବନ୍ତ,୨୯।୪(ଡି.ଏନ୍‌.ଏ./ସ୍ବ.ପ୍ର.)-ମଙ୍ଗଳବାର ଭଦ୍ରକ ଜିଲା ବନ୍ତ ବ୍ଲକରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି। ଚାରିଗାଁ ଗ୍ରାମରେ ସମ୍ପୃକ୍ତ...

ବାଧୁଛି କଟ୍‌ନୀ ଛଟ୍‌ନୀ

ଭଦ୍ରକ ଅଫିସ,୨।୧- ଭଦ୍ରକ ଜିଲାରେ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ଧାନ ଅମଳ ହୋଇଛି। ହେଲେ ଜିଲାର ଅଧିକାଂଶ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନ ଥିବା ବେଳେ...

Advertisement
Archives

Model This Week