ଆସୁଛି ସାମୁଦ୍ରିକ ଝଡ଼ ‘ଫନୀ’ : ଗୋପାଳପୁର ବନ୍ଦରରେ ୨ନଂ. ବିପଦ ସଙ୍କେତ

ଗୋପାଳପୁର,୧ା୫-ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନୀ’  ମୁକାବିଲା ନେଇ ତପତ୍ର ହୋଇପଡ଼ିଛି ପ୍ରଶାସନ। ଗୋପାଳପୁର ବନ୍ଦରରେ ୨ ନମ୍ବର ବିପଦସଙ୍କେତ ଦିଆଯାଇଛି। ଯେ କୌଣସି ପ୍ରକାର ସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।

ଗତ କିଛି ବର୍ଷ ହେଲା ସାମୁଦ୍ରିକ ଝଡ଼ ପ୍ରଭାବରେ ଗୋପାଳପୁର ଓ ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଆସନ୍ତା ୩ ତାରିଖ ଅପରାହ୍ନରେ ‘ଫନୀ’ ଚାନ୍ଦବାଲି-ଗୋପାଳପୁର ମଧ୍ୟଭାଗ କିମ୍ବା ପୁରୀର ଦକ୍ଷିଣରେ ସ୍ଥଳଭାଗ ଛୁଇଁବ ବୋଲି ଗୋପାଳପୁର ପାଣିପାଗ ବିଭାଗର ବିଶେଷଜ୍ଞ ରଥ ମାରାଣ୍ଡି ମଙ୍ଗଳବାର ସୂଚନା ଦେଇଛନ୍ତି। ଆସନ୍ତା ୨ ତାରିଖରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିମି ରହିବ। ଏହା ୬୦କିମି ମଧ୍ୟ ଛୁଇଁପାରେ ବୋଲି ସେ କହିଛନ୍ତି। ୩ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୫୦ରୁ ୬୦ କିମି ବେଗରେ ପବନ ବହିବ। ବେଳେବେଳେ ୮୦ କିମିକୁ ବୃଦ୍ଧି ପାଇବ। ଉକ୍ତ ଦିନ ଅପରାହ୍ନରେ ସାମୁଦ୍ରିକ ଝଡ଼ ଭୟଙ୍କର ରୂପ ନେଇ  ଗୋପାଳପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ସେତେବେଳେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ଏବଂ ବେଳେବେଳେ ୨୦୫ କିଲୋମିଟର ହୋଇପାରେ ବୋଲି ମାରାଣ୍ଡି ସୂଚନା ଦେଇଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ରଙ୍ଗେଇଲୁଣ୍ଡା ବ୍ଲକର ମେଣ୍ଡରାଜପୁର, ଇନ୍ଦ୍ରାକ୍ଷୀ, ମାର୍କଣ୍ଡି, ହାତୀପାଦ, ଗୋଳାବନ୍ଧ, ନାରାୟଣପୁର, ରଙ୍ଗେଇଲୁଣ୍ଡା, ଲହୁଡ଼ିଗାଁ, ବକ୍ସିପଲ୍ଲୀର ପଞ୍ଚାୟତର ୩୩ ହଜାର ୫୯୨ ଲୋକଙ୍କୁ ୨୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ବୋଲିି ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ ସୂଚନା ଦେଇଛନ୍ତି। କଚ୍ଚା ଘରେ ରହୁଥିବା ୧,୩୫୦ ପରିବାରକୁ ମଧ୍ୟ ସ୍ଥାନାନ୍ତର କରାଯିବ। ଗର୍ଭବତୀମାନଙ୍କୁ ମେଡିକାଲରେ ଆଶ୍ରା ଦିଆଯିବ। ମଙ୍ଗଳବାର ସନ୍ଧ୍ୟାରେ ରଙ୍ଗେଇଲୁଣ୍ଡା ବ୍ଲକର ସଦ୍‌ଭାବନା କକ୍ଷରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ, ରଙ୍ଗେଇଲୁଣ୍ଡା ବିଡିଓ ନାଗଭୂଷଣ, ସିଡିପିଓ ଜ୍ୟୋତ୍ସ୍ନା ପାଢ଼ୀ, କନିଷି ଭାରପ୍ରାପ୍ତ ତହସିଲଦାର ଅନୀତା ସାହୁ, ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ମାସ ପ୍ରଥମ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବପୀଠରେ ଭିଡ଼

ବାଲିଗୁଡ଼ା,୨୨।୭(ଡି.ଏନ୍‌.ଏ.): ଶ୍ରାବଣ ମାସ ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଛି। ପ୍ରତ୍ୟୁଷରୁ ଖଡ଼ଗ ନଦୀ ନିକଟରେ କାଉଡ଼ିଆଙ୍କ ଭିଡ଼...

ରିଲିଫ ପାଣ୍ଠିକୁ ୫୦ ହଜାର ଦେଲେ ପ୍ରଧାନଶିକ୍ଷୟିତ୍ରୀ

ପୋଲସରା,୧୦ା୪(ଡି.ଏନ.ଏ.)-ମହାମାରୀ କରୋନ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୋଲସରା ଲିଙ୍ଗରାଜ ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜିତା ସାହୁ ୫୦ ହଜାର ଟଙ୍କା ଦାନ...

ଏୟାରଲିଫ୍ଟ ହେଲେ ୧୧ ମତ୍ସ୍ୟଜୀବୀ

ବ୍ରହ୍ମପୁର ଅଫିସ,୯। ୫: ଗଞ୍ଜାମ ଜିଲା ସୁନାପୁର ନିକଟ ଗଭୀର ସମୁଦ୍ରରୁ ୧୧ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଷ୍ଟଗାର୍ଡର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ...

ବୋମାମାଡ଼ କରି ବିଜେଡି ନେତା ଗିରଫ

ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...

ରଙ୍ଗେଇଲୁଣ୍ଡା ବ୍ଲକ: ଚିହ୍ନଟ ହେଲେ ନକଲି ଶିକ୍ଷୟିତ୍ରୀ

ଗୋପାଳପୁର,୮।୧- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀଙ୍କର ସିଟି ସାର୍ଟିଫିକେଟ ବୁଧବାର ଯାଞ୍ଚ ପରେ ନକଲି ଜଣାପଡିଛି। ଶିକ୍ଷୟିତ୍ରୀ...

ମାସ୍କ ପିନ୍ଧି ନ ଥିବା ୨୫୦୦ ଜଣଙ୍କଠାରୁ ୧୨ ଲକ୍ଷ ଜରିମାନା ଆଦାୟ: ଏସ୍‌ପି

ଛତ୍ରପୁର,୧।୭(ଡି.ଏନ୍‌.ଏ.): କୋଭିଡ-୧୯ ଗାଇଡଲାଇନ୍‌କୁ କାର୍ଯ୍ୟକାରୀ କରିବା ଆଗାମୀ ଦିନରେ ଗଞ୍ଜାମ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ, ଘରେ ରହିବା, ମେଡିକାଲ...

ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍‌କୁ ପଠାଗଲା

ଛତ୍ରପୁର,୩୦ା୫(ଡି.ଏନ୍‌.ଏ.)-ସୁରଟରୁ ବାଲେଶ୍ୱର ଯାଉଥିବା ଟ୍ରେନ୍‌ ଚେନ ପୁଲିଂ କରି ଛତ୍ରପୁର ଷ୍ଟେଶନ ନିକଟରେ ୧୫୩୪ ପ୍ରବାସୀ ଶୁକ୍ରବାର ସନ୍ଧ୍ୟାରେ ଓହ୍ଲାଇ ପଡ଼ିଥିଲେ। ଘଟଣା ସ୍ଥଳରେ ଗଞ୍ଜାମ...

ମାସ୍କ ପିନ୍ଧିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଲୋକଙ୍କୁ କରାଯାଉଛି ସଚେତନ

ହିଳିକାଟୁ,୧୦ା୪(ଡି.ଏନ୍‌.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇଁ ଲୋକଙ୍କୁ ମୁହଁ ଓ ନାକକୁ ମାସ୍କ କିମ୍ବା କପଡ଼ାରେ ଘୋଡ଼ାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବାହାରେ ମାସ୍କ ନ...

Advertisement
Archives

Model This Week