ଆସୁଛି ବାତ୍ୟା ଅମ୍ଫନ: ଅସ୍ଥାୟୀ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୪ ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ସର୍ବାଧିକ ପ୍ରଭାବିତ ହେବ। ଏହି ଜିଲାଗୁଡ଼ିକରେ ସମୁଦ୍ର କୂଳଠାରୁ ୩ କି.ମି. ମଧ୍ୟରେ ଥିବା ଅସ୍ଥାୟୀ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ସମ୍ପୃକ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ରହୁଥିବା ସମସ୍ତ ପ୍ରବାସୀଙ୍କୁ ୧୮ ତାରିଖ ସୁଦ୍ଧା ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଏଥିସହ ଏହି ଜିଲାଗୁଡ଼ିକରେ ଥିବା ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଡିଜେଲ, ଜେନେରେଟର, ଔଷଧ, ସାପ କାମୁଡ଼ା ଔଷଧ, ବ୍ଲିଚିଂ ପାଉଡର ମହଜୁଦ ଅଛି। ପରିସ୍ଥିତି ଉପରେ ଦୃଷ୍ଟି ରଖିବା ନିମନ୍ତେ ସ୍ବତନ୍ତ୍ର ମେଡିକାଲ ଟିମ୍‌ ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ତେବେ କୋଭିଡ୍‌ ସମୟରେ ବାତ୍ୟା ଆସୁଛି ବୋଲି ଲୋକେ ଭୟଭୀତ ହୁଅନ୍ତୁ ନାହିଁ। ବିଶେଷକରି ଏହି ୪ ଜିଲାବାସୀ କୌଣସି ପ୍ରକାର ଚିନ୍ତା କରନ୍ତୁ ନାହିଁ। ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ଅଭିଯୋଗ

(ଦୀନେଶ କୁମାର ଦେହୁରୀ) ବନ୍ତଳା,୩ା୯ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଥିବା ଜଣେ ମହିଳା ମାଓବାଦୀଙ୍କୁ ଏଯାଏ ମିଳିନି ସମସ୍ତ ସରକାରୀ...

୫୦ବର୍ଷ ପାଇଁ ସହର ନବୀକରଣ ଯୋଜନା

ଜଗତ୍‌ସିଂହପୁର ଅଫିସ,୧୩ା୫: ଜଗତ୍‌ସିଂହପୁର ଏକ ମଧ୍ୟମ ଶ୍ରେଣୀର ସହର। ୧୯୮୫ ମସିହା ପରଠାରୁ ସହର ସମେତ ଜିଲାରେ ମାଷ୍ଟର ପ୍ଲାନ ହୋଇନାହିଁ, ଯେଉଁଥିପାଇଁ ସହରଟି ଦିନକୁଦିନ...

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ସଫଳ କରିବାକୁ ପ୍ରୟାସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଚଳିତ ବର୍ଷ ଶେଷଭାଗରେ ମେକ୍‌ ଇନ୍‌ ଓଡ଼ିଶା-୨୦୨୦ କନ୍‌କ୍ଲେଭ ଅନୁଷ୍ଠିତ ହେବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଗୁରୁବାର ଏକ ଉଚ୍ଚସ୍ତରୀୟ...

ଟିଟିଲାଗଡ଼ରେ ପହଞ୍ଚିଲା ପ୍ରବାସୀଙ୍କ ସ୍ପେଶାଲ ଟ୍ରେନ

\ଭୁବନେଶ୍ୱର,୧୧।୫(ବ୍ୟୁରୋ)-ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟଓ୍ବାଡାରୁ ୧୨୦୯ ଜଣ ପ୍ରବାସୀଙ୍କୁ ଧରି ଆସିଥିବା ଟ୍ରେନ ସୋମବାର ସାରେ ବଲାଙ୍ଗିର ଜିଲା ଟିଟିଲାଗଡ଼ ରେଳ ଷ୍ଟେଶନରେ ପହଞ୍ଚିଛି। ଟ୍ରନଟି ଷ୍ଟେଶନରେ...

‘ଅମ୍ଫନ୍‌’ରେ ୧୦ ଜିଲା ପ୍ରଭାବିତ: ପ୍ରାଥମିକ ରିପୋର୍ଟରେ ଜୀବନହାନୀ ନେଇ ନାହିଁ ସୂଚନା

ଭୁବନେଶ୍ୱର,୨୩।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ କ୍ଷୟକ୍ଷତି ନେଇ ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ବାତ୍ୟା ‘ଅମ୍ଫନ୍‌’ରେ ରାଜ୍ୟର ୧୦ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ରିପୋର୍ଟ...

୧୫ ଗ୍ରାମ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧା ଅବକାରୀ ସ୍କ୍ବାଡ୍‌ ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନାର ଭାଲିଆବାଡିରେ ବୁଧବାର ପୂର୍ବାହ୍ନରେ ଅବକାରୀ ବିଭାଗ ଚଢ଼ାଉ କରି ୧୫ ଗ୍ରାମ ବ୍ରାଉନସୁଗାର...

କୂଳ ଲଙ୍ଘୁଛି ଜନନୀ ଯନ୍ତ୍ରଣା: ଖଟିଆରେ ୪ କି.ମି. ବୁହାହେଲେ ଗର୍ଭବତୀ ମା’, ପାହାଡରେ ଜନ୍ମଦେଲେ ଶିଶୁକନ୍ୟା

ନୂଆପଡା ଅଫିସ/ଖଡିଆଳ,୨ା୭: ଶିଶୁ, ମାତୃ ମୃତ୍ୟୁହାର କମାଇବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିସକାଶେ ଆନୁଷ୍ଠାନିକ ପ୍ରସବ ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ...

ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବ ଦ୍ୱିତୀୟ ଦିବସ: କୁଚିପୁଡି, ଢାପ, ଗୋଟିପୁଅ ନୃତ୍ୟ ଆକର୍ଷଣ ସାଜିଲା

ଦେବଗଡ଼, ୧୮।୧(ଡି.ଏନ୍‌.ଏ.)- ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଜିଲାସ୍ତରୀୟ ନୂପୁର...

Advertisement
Archives

Model This Week