ଆସନ୍ତା ୧୬ରୁ ବଲାଙ୍ଗୀର, ୨୩ରୁ କୋରାପୁଟ, ୩୧ରୁ ବାରିପଦାରେ କୋଭିଡ ପରୀକ୍ଷା: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୧୪।୫- ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଦେଶ ତଥା ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ କଡା ଆଭିମୂଖ୍ୟ ଗ୍ରହଣ କରିଛନ୍ତି। କୋବିଡ଼-୧୯ ମୁକାବିଲା ନେଇ ଗୁରୁବାର କ୍ଷମତା ସମ୍ପନ୍ନ ମନ୍ତ୍ରୀସ୍ତରୀୟ କମିଟିରେ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଛି। ଭଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଆଲୋଚନା ହୋଇଛି। ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏନ୍‌ଆଇସିରେ ରାଜ୍ୟ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ରାଜ୍ୟ ମନ୍ତ୍ରୀମଣ୍ଡଳର ସ୍ବତନ୍ତ୍ର କମିଟିର ବୈଠକରେ କରୋନା ମୁକାବିଲା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଦୈନିକ ୧୫ ହଜାର କୋଭିଡ ପରୀକ୍ଷା କିପରି ଶୀଘ୍ର ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଖୁବଶୀଘ୍ର ବାରିପଦାରେ ୩୧ରୁ, ବଲାଙ୍ଗୀରରେ ୧୬ରୁ ଓ କୋରାପୁଟରେ ୨୩ ତାରିଖରୁ କୋଭିଡ ପରୀକ୍ଷା ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେବା ସହ ଖୁବଶୀଘ୍ର ରାଜ୍ୟରେ ଆଉ ଅଧିକ ୪ ହଜାର ଶଯ୍ୟା ବିଭିନ୍ନ କୋଭିଡ ହସ୍ପିଟାଲରେ ବୃଦ୍ଧି କରାଯାଉଥିବା ସୂଚନା ଦେଇଥିଲେ। ଏହି ମନ୍ତ୍ରୀ ସ୍ତରୀୟ ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ତମାଖୁ ଓ ଗୁଟକା ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଗାଁ ବ୍ଲକରେ ସାମାଜିକ ସମୀକ୍ଷା ପ୍ରହସନ: ସହଯୋଗ କରୁନାହାନ୍ତି କର୍ମଚାରୀ

ନୂଆଗାଁ,୧ା୧୦(ଡି.ଏନ.ଏ.): ପ୍ରତି ଆର୍ଥତ୍କ ବର୍ଷରେ ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ସାମାଜିକ...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ମାମଲା: ସରକାରଙ୍କ ନୂତନ କମିଟିକୁ ରଦ୍ଦ ପାଇଁ ଆବେଦନ

କଟକ ଅଫିସ,୩।୧୨:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୫ବର୍ଷ ତଳେ ଏକ କମିଶନ ଗଠନ କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି...

ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ ରବିନାରାୟଣ ଶତପଥୀ ନିର୍ବାଚିତ

କଟକ ଅଫିସ, ୨୨ା୧୦: ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସର ଉପାଧ୍ୟକ୍ଷ ଭାବେ...

ଧରାପୃଷ୍ଠରୁ ବିଦାୟ ନେଲେ ମା’ ଦଶଭୁଜା: ସିନ୍ଦୂର ଖେଳରେ ବିଭୋର ହେଲେ ମହିଳା

ଅନୁଗୋଳ ଅଫିସ, ୧୦।୧୦- ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଦୁର୍ଗା। ୫ ଦିନର ପୂଜାର୍ଚ୍ଚନା ପରେ ବୁଧବାର ଅଶ୍ରୁଭରା ନୟନରେ ମା’ଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ।...

କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଅନେକ ସମୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ କଂଗ୍ରେସ ଭବନ ଅଶାନ୍ତ ହେଉଛି। ଏପରିସ୍ଥଳେ ବୁଧବାର ଏଠାରେ ଦୁଇଥର ଭଙ୍ଗାରୁଜା ହୋଇଛି। ସକାଳେ...

ଜନତା ମୋର ଷ୍ଟାର ପ୍ରଚାରକ: ରାଜେନ୍ଦ୍ର

ଭଦ୍ରକ ଅଫିସ, ୧୮।୧୦:ଧାମନଗର ଉପନିର୍ବାଚନ ପାଇଁ ବିଜେଡି ବିଦ୍ରୋହୀ ତଥା ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରତିଦ୍ୱନ୍ଦ୍ୱିତା ନିଷ୍ପତ୍ତିରେ...

ଓଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର, ଡିଏଫ୍‌ଓ ଥିବା ବେଳେ ପଡ଼ିଥିଲେ ଭିଜିଲାନ୍ସ ଜାଲରେ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଗୁରୁବାର ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେ ହେଲେ ଓଏଫ୍‌ଏସ୍‌ ଅଫିସର ତଥା ପୂର୍ବତନ ଡିଏଫ୍‌ଓ ସୁଧାଂଶୁ ଶେଖର ମିଶ୍ର।...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...

Advertisement
Archives

Model This Week