ଆଶ୍‌ପାଇପ୍‌ ଫାଟି ଘର ଭିତରେ ପଶିଲା ପାଉଁଶ ପାଣି: କ୍ଷତିପୂରଣ ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବେ ଗ୍ରାମବାସୀ

ତାଳଚେର,୬।୩(ନି.ପ୍ର.): ଏନ୍‌ଟିପିସି ପରିଚାଳନାଧୀନ ଟିଟିପିଏସ୍‌ର ଆଶ୍‌ପାଇପ୍‌ ଜଗନ୍ନାଥପୁର ଗ୍ରାମ ନିକଟରେ ଫାଟିବାରୁ ପାଉଁଶ ପାଣି ରାସ୍ତା ଓ ଲୋକଙ୍କ ଘର ଭିତରେ ମାଡ଼ିଯାଇଛି। ଏନେଇ ଗ୍ରାମବାସୀ ଏକ ପ୍ରକାରର ଭୟଭୀତ ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରେ ଜଗନ୍ନାଥପୁର ସରପଞ୍ଚ,ପୋଲିସ ଓ କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ କୌଣସି ବିହିତ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଖୁବ୍‌ଶୀଘ୍ର ଏହାର ସମାଧାନ କରି ଉଚିତ କ୍ଷତିପୂରଣ ଦିଆ ନ ଗଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଯୁବକ ଗିରଫ

ଶଙ୍କରାଖୋଲ,୨୪ା୬(ଡି.ଏନ୍‌.ଏ.)- ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ସଲପଗଁାର...

ଭାଜପାର କୋଭିଡ-୧୯ ନିୟମ ଉଲ୍ଲଂଘନ ପ୍ରତିବାଦରେ ବିଜେଡିର ଦାବିପତ୍ର

ଆନନ୍ଦପୁର,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଉଳା ଫାଣ୍ଡି ସମ୍ମୁଖରେ ଗତ ୩ ତାରିଖରେ ଭାଜପା ନେତାଙ୍କ ନେତୃତ୍ୱରେ କୋଭିଡ-୧୯ ନିୟମର ଉଲ୍ଲଂଘନ କରାଯାଇ ବିକ୍ଷୋଭ...

ବ୍ୟବସାୟୀଙ୍କୁ ଗୁଳିମାଡ଼, ୧୫ହଜାର ଲୁଟ୍‌

କେନ୍ଦୁଝର,୨୬।୪( ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବାଁପାର ଗ୍ରାମ ନିକଟରେ ଗୁରୁବାର ରାତି ପ୍ରାୟ ୧୦ଟାରେ ଦିଲୀପ ବେହେରା ନାମକ ବ୍ୟବସାୟୀଙ୍କୁ ଗୁଳି ମାଡ଼...

ଏସ୍‌ଡବ୍ଲ୍ୟୁଏମ୍‌ ପ୍ରକଳ୍ପ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ,୨୧ା୪-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନିର୍ମାଣାଧୀନ ଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ(ଏସ୍‌ଡବ୍ଳ୍ୟୁଏମ) କାର୍ଯ୍ୟର ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି...

ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ନନ୍ଦ, ଯଶୋଦା, କୃଷ୍ଣ, ବଳରାମ ବେଶରେ ଗ୍ରାମ ପରିକ୍ରମା

ଖଣ୍ଡପଡ଼ା,୯ା୩(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କଣ୍ଟିଲୋ ନିକଟ ପଥରଚକଡା ତଳସାହି ଓ ବଡସାହି ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । ସମାଜର ବେହେରା...

ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ ମରାମତି କାର୍ଯ୍ୟରେ ବିଳମ୍ବ: ରାଜପଥ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଚଣ୍ଡିଖୋଲ,୬ା୧(ଡ଼ି.ଏନ.ଏ)- ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ଡେଥ୍‌ ଜୋନଭାବେ ପରିଗଣିତ ହେବା ପରେ ଜିଲା ପ୍ରଶାସନ ପାଇଁ ଚିନ୍ତା ବଢ଼ି ଯାଇଥିଲା। ସେଥିପାଇଁ ବାରମ୍ବାର ବୈଠକ...

ବର୍ଷାରେ ଭିଜି ରାସ୍ତା ମରାମତି କଲେ ୨ ଯୁବକ

ଆନନ୍ଦପୁର,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡ଼ାରୁ ଖପରାଖାଇ ପର୍ଯ୍ୟନ୍ତ ସର୍ଭିସରୋଡ୍‌ର ଅବସ୍ଥା ବେହାଲ ହୋଇଛି। ଜାତୀୟ ରାଜପଥ...

ବି.ଡକେବାଡ଼ିରେ ଜ୍ୱର ଆତଙ୍କ: ପହଞ୍ଚତ୍ଲେ ଡାକ୍ତରୀ ଦଳ

ଦାରିଙ୍ଗବାଡ଼ି,୨୮।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରମାରେ କିଛିଦିନ ହେଲା ଜ୍ୱର ଆତଙ୍କ ଦେଖାଦେଇଛି। ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଜ୍ୱରରେ ଆକ୍ରାନ୍ତ ହେବାପରେ ସୋମବାର ଦାରିଙ୍ଗବାଡ଼ି ଗୋଷ୍ଠି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *