ଆଲୋଚନା ସତ୍ତ୍ୱେ ତୁଟୁନି ବିବାଦ: ଚତୁର୍ଥ ଦିନରେ ବିଦ୍ୟାଳୟରେ ତାଲା

ଭଣ୍ଡାରିପୋଖରୀ, ୧୭ା୧୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଡେପୁଟେଶନରେ ଅନ୍ୟ ସ୍କୁଲକୁ ପଠାଯିବା ଏପ୍ରତିବାଦରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ଏହି ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚତ୍ଛି। ଛାତ୍ରୀଛାତ୍ର, ଅଭିଭାବକ, ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଫାଟକ ସମ୍ମୁଖରେ ଧାରଣା ଦେଇ ବସି ରହିଛନ୍ତି। ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯାଇଥିଲେ ବି କୌଣସି ସୁଫଳ ମିଳି ନାହିଁ ।

ଉଲ୍ଲେଖନୀୟ ଯେ, ଛାତ୍ରୀଛାତ୍ର ଓ ଅଭିଭାବକ ସ୍କୁଲ ଗେଟ୍‌ରେ ତାଲା ପକାଇବା ଖବର ପାଇ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ମଙ୍ଗଳବାର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପୁରୁଷୋତ୍ତମ ଧଳ, ପରମାନନ୍ଦପୁର କ୍ଲଷ୍ଟର ଶିକ୍ଷା ସଂଯୋଜକ ଉମାକାନ୍ତ ସାହୁ, ସ୍ଥାନୀୟ ଥାନାର କନଷ୍ଟେବଳ ଜଗନ୍ନାଥପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଧାରଣାରତ ଅଭିଭାବକ ଓ ସଦସ୍ୟଙ୍କ ସହ ଆଲୋଚନ କରିଥିଲେ । ଧାରଣାକାରୀମାନେ ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ଦୃଷ୍ଟିିରୁ ସମ୍ପୃକ୍ତ ଶିକ୍ଷକଙ୍କ ଡେପୁଟେଶନ ନାକଚ କରି ତାଙ୍କୁ ବିଦ୍ୟାଳୟରେ ରଖାଯାଉ ବୋଲି ଦାବି ଧରିଥିଲେ। ଅଧିକାରୀମାନେ ଆଇନକୁ ହାତକୁ ନିଅ ନାହିଁ କହିଥିଲେ ମଧ୍ୟ ଧାରଣାକାରୀ ଜିଦ୍‌ରେ ଅଟଳ ରହିବାରୁ ଆଲୋଚନା ଫେଲ୍‌ ମାରିଥିଲା। ଏହାପରେ ଅଧିକାରୀମାନେ ବିଇଓ ବୁଧବାର ଅଫିସ୍‌ ଆସିଲେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି କହି ପଳାଇ ଯାଇଥିଲେ। ଆନ୍ଦୋଳନକାରୀମାନେ କହିଛନ୍ତି ଯେ, ବିଭାଗୀୟ କର୍ତ୍ତୃପକ୍ଷ ଏହି ସରକାରୀ ବିଦ୍ୟାଳୟ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନ ନେବାରୁ ୪ ଦିନ ହେଲା ତାଲା ପଡ଼ି ରହିବା ଏକ ବିଡ଼ମ୍ବନା। ଏନେଇ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ତିଆରେ ସିରିଜ ବୋମାମାଡ଼: ଜଣେ ଗୁରୁତର

ଜଟଣୀ,୪ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ଶନିବାର ସିରିଜ ବୋମାମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ କାରଣ ଅସ୍ପଷ୍ଟ...

ତିନି ମାସର ଶିଶୁ ଉପରେ ଖସିପଡିଲା ଫ୍ୟାନ୍‌

ଆନନ୍ଦପୁର,୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଯୁଗଳକିଶୋରପୁର ଗ୍ରାମରେ ଫ୍ୟାନ୍‌ ଖସି ତିନି ମାସର ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଶିଶୁର...

କୋଭିଡ୍‌ ନିୟମକୁ ବେଖାତିର: ଦୋକାନ ସିଲ୍‌ କଲା ପ୍ରଶାସନ

ରାଇକିଆ,୧୨।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କରାଯାଇଛି। ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି।...

ସତ୍ୟ ସ୍ବାଇଁଙ୍କୁ ଗୁଜରାଟ ପୋଲିସ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଫାଶୀ ଦାବି

ଭଞ୍ଜନଗର,୧୬ା୫(ଡି.ଏନ୍‌.ଏ.): ଗୁଜରାଟ ପୋଲିସ ସତ୍ୟବାନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରିବା ପରେ ସମସ୍ତ ପ୍ରମାଣ ନଷ୍ଟ ଲାଗି ଅପଚେଷ୍ଟା ଚଳାଇଛି। ମୋ’ ପୁଅ ଯେମିତି ବାପ...

ଧରାକୋଟ ବ୍ଲକ ଉପାଧ୍ୟକ୍ଷ ହେଲେ ବଲବନ୍ତ ସିଂ

ଧରାକୋଟ,୬ା୧୧(ଡି.ଏନ୍‌.ଏ.)- ଧରାକୋଟ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପାଇଁ ଶୁକ୍ରବାର ପୂର୍ବାହ୍ନରେ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ତଥା ବାହାରପୁର ସମିତିସଭ୍ୟ ବଲବନ୍ତ ସିଂ...

ଚିପିଲିମା ଘଣ୍ଟେଶ୍ୱରୀ ସ୍ବାଗତ ଫାଟକରୁ ପଥର ପ୍ଲେଟ୍‌ ଖସୁଛି

ଚିପିଲିମା, ୨୭।୫ (ଡି.ଏନ.ଏ):ସମ୍ବଲପୁର ଜିଲା ଚିପିଲିମାସ୍ଥିତ ମୁଖ୍ୟ ଛକରେ ଥିବା ଘଣ୍ଟେଶ୍ୱରୀଙ୍କ ପୀଠର ସ୍ବାଗତ ଫାଟକ ଅସୁରକ୍ଷିତ। ହେଲେ ଏହି ଫାଟକରୁ କିଛି ଦିନ ହେଲା...

ବାଜ୍ୟାପ୍ତ ହେଲା ଗଞ୍ଜେଇ ବ୍ୟବସାୟୀଙ୍କ ୯୬ଲକ୍ଷ ଟଙ୍କାର ସମ୍ପତ୍ତି

ଜୟପୁର ୧୦ା୩: ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ୯୬ଲକ୍ଷ ୫୦ ହଜାର ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। ଏପରି ଘଟଣା ଜିଲାରେ...

ରାସ୍ତା କଡ଼ରେ ଜଳିଗଲା ଗ୍ରିଡର ମେଶିନ

ବାଲିଗୁଡା,୨୩।୫:(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକ ୫୯ ନଂ. ଜାତୀୟ ରାଜପଥ କଡ଼ରେ ଏକ ଗ୍ରିଡର ମେଶିନ୍‌ରେ ନିଆଁ...

Advertisement
Archives

Model This Week