ଆର୍ଥାରାଇଟିସ୍‌ ଔଷଧ ଦ୍ୱାରା ସମ୍ଭବ କରୋନା ଚିକିତ୍ସା: ୪୮ ଘଣ୍ଟାରେ ହୋଇଥାଏ ଫଳପ୍ରଦ !

ଓ୍ବାଶିଂଟନ,୨୭।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। କରୋନା ମହାମାରୀର ଚିକିତ୍ସା ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଆର୍ଥାରାଇଟିସ୍‌ ଔଷଧ ଦ୍ୱାରା କରୋନା ଚିକିତ୍ସା ସମ୍ଭବ। ଏନେଇ ସମ୍ପ୍ରତି ଆମେରିକାର ଜର୍ଜିଆ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଭୂତାଣୁ ବିଶେଷଜ୍ଞ ମୂଳ ଭାରତୀୟ ଡ. ମୁକେଶ କୁମାର ଏସମ୍ପର୍କରେ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କ କ୍ଷେତ୍ରରେ ଆର୍ଥାରାଇଟିସ୍‌ ଔଷଧ ପ୍ରୟୋଗ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ସହିତ କରୋନା ଯୋଗୁ ସଂକ୍ରମିତ ହୋଇଥିବା ଗଳା ଏବଂ ଫୁସ୍‌ଫୁସ୍‌ କୋଷିକା ଶୀଘ୍ର ଭଲ ହୋଇଥାନ୍ତି। ଗତ ସପ୍ତାହରେ ଏହି ଗବେଷଣା ରିପୋର୍ଟ ପ୍ରକାଶିତ ହୋଇଛି। ଆର୍ଥାରାଇଟିସ୍‌ ପାଇଁ ବ୍ୟବହୃତ ହେଉଥିବା ଔଷଧ ଏରେନୋଫିନ୍‌ ୪୮ ଘଣ୍ଟାରେ ବେଶ୍‌ ଫଳପ୍ରଦ ହୋଇଥାଏ। ଏହାର ପ୍ରୟୋଗ ଏବେ ମଣିଷ ଏବଂ ପ୍ରାଣୀଙ୍କଠାରେ ଜାରି ରହିଥିବା ମୁକେଶ କୁମାର କହିଛନ୍ତି। ଏହାର ଚୂଡ଼ାନ୍ତ ଫଳାଫଳ ମିଳିବା ପାଇଁ ପ୍ରାୟ ୨ ମାସ ଲାଗିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମୁକେଶ କୁମାର ହରିୟାଣା ସିରସାର ବାସିନ୍ଦା। ସେ ମଧ୍ୟପ୍ରଦେଶର ମହୁସ୍ଥିତ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରୁ ଭୂତାଣୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଜର୍ଜିିଆରେ ଗବେଷଣା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ କରୋନା ନେଲା ୫୧୪ ମୁଣ୍ଡ: ସାଟେଲାଇଟ୍‌ ଫଟୋରେ ମୃତକଙ୍କ କବର

ତେହରାନ,୧୪।୩: ଚାଇନାର ଉହାନରେ ଦେଖାଦେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ଇରାନରେ ଆତଙ୍କ ସୃଷ୍ଟି କରିଛି। କରୋନା ସଂକ୍ରମଣ ଯୋଗୁ ଇତିମଧ୍ୟରେ ଏଠାରେ ୫୧୪ ଲୋକଙ୍କ...

ଖରାଦିନେ ତ୍ୱଚାର ଘରୋଇ ଉପଚାର

ସାଧାରଣତଃ ଖରାଦିନେ ତ୍ୱଚାର ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ଏହି ସମୟରେ ଘରେ ମିଳୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କରି ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟକୁ...

ଦିଲ୍ଲୀ: ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୫: ଦିଲ୍ଲୀ କପାଶେରାର ‘ଠେକେ ଓ୍ବାଲି ଗଲି’ ସ୍ଥିତ ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ସ୍ଥାନରୁ...

ଆଜି ରାଜ୍ୟରୁ ୨୩୪ କରୋନା ପଜିଟିଭ୍‌ ଚିହ୍ନଟ, ନୂଆପଡ଼ାରୁ ସର୍ବାଧିକ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୨୩୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା...

୧୧୮ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ

ଚୌଦ୍ୱାର,୧୭ା୪(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସହରାଞ୍ଚଳରେ ରହୁଥିବା ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ମଞ୍ଜୁର ହୋଇଥିବା ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ଥାନୀୟ...

କଟକ ସହରରୁ ଚିହ୍ନଟ ହେଲେ ଆଉ ୧୧୭ ନୂଆ ଆକ୍ରାନ୍ତ

କଟକ ଅଫିସ, ୬।୧୦: କଟକ ସହରରୁ ମଙ୍ଗଳବାର ୧୧୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୪ ଜଣ ଏବଂ ୬୩...

ଦିଲ୍ଲୀରେ ଟିକା ନେବାର କିଛି ଘଣ୍ଟା ପରେ ୫୧ ଅସୁସ୍ଥ ଜଣେ ଗୁରୁତର

ନୂଆଦିଲ୍ଲୀ,୧୭।୧: ଭାରତରେ ଶନିବାରଠାରୁ ସାର୍ବଜନୀକ କରୋନା ପ୍ରତିଷେଧକ ଟିକାକରଣ ଆରମ୍ଭ ହୋଇଛି। ଟିକା ନେବାର କିଛି ଘଣ୍ଟା ପରେ ଦିଲ୍ଲୀରେ ୫୧ ଜଣଙ୍କଠାରେ ଆଲର୍ଜି ଦେଖା...

ଦାନଗହୀର ଶଟ୍‌ଡାଉନ: ଘର ଦୁଆରେ ପହଞ୍ଚୁଛି ଅତ୍ୟାବଶ୍ୟକ ସାମଗ୍ରୀ

ପୁରୀ ଅଫିସ/ପିପିଲି,(ଡି.ଏନ.ଏ.)୬ା୪: ପୁରୀ ଜିଲା ପିପିଲି ବ୍ଲକ ଦାନଗହୀର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ଅଧିକ ତତ୍ପର ହୋଇପଡିଛି।...

Advertisement


Archives

Model This Week

Why Dharitri