ଆମ୍ବୁଲାନ୍ସ ପାଖକୁ ଖଟିଆରେ ବୃଦ୍ଧାଙ୍କୁ ବୁହାଗଲା

ବଲାଙ୍ଗୀର ଅଫିସ, ୨ା୩: ବଲାଙ୍ଗୀର ସହରରେ ଜବରଦଖଲ ଏବେ ଜୀବନ ମରଣ ସମସ୍ୟା ପାଲଟିଛି ା ସହର ଭିତର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ପଡାର ଗଳି ରାସ୍ତାଗୁଡିକ ଜବରଦଖଲ କାରଣରୁ ସଙ୍କୁଚିତ ହୋଇପଡିଛି ା ଏହି ସଙ୍କୁଚିତ ରାସ୍ତା ଯୋଗୁଁ ଅସୁବିଧା ସମୟରେ ଆମ୍ବୁଲାନ୍ସ କି ଅଗ୍ନିଶମ ବିଭାଗ ଗାଡି ମଧ୍ୟ ପହଞ୍ଚତ୍ବା ନେଇ ଅସୁବିଧା ହେଉଥିବା ଦେଖାଯାଉଛି ା ରବିବାର ୱାର୍ଡ ନମ୍ବର ୭ ଅନ୍ତର୍ଗତ ରାମେଶ୍ୱରନଗରର ଜଣେ ବୃଦ୍ଧା ସୁନାଫୁଲ ମିଶ୍ର (୬୮) ଅସୁସ୍ଥ ହୋଇପଡିଥିଲେ ା ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା ା ମାତ୍ର ସଙ୍କୁଚିତ ରାସ୍ତା କାରଣରୁ ଆମ୍ବୁଲାନ୍ସ ତାଙ୍କ ଘର ପାଖକୁ ପହଞ୍ଚତ୍ ପାରି ନ ଥିଲା ା ଫଳରେ ଅସୁସ୍ଥ ବୃଦ୍ଧାଙ୍କୁ ପରିବାର ଲୋକେ ଓ ପଡାବାସୀ ପ୍ରାୟ ଅଧ କିଲୋମିଟର ଖଟିଆରେ ବୋହି ଆଣିବାକୁ ପଡିଥିଲା ା ଏହାପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପହଞ୍ଚା ଯାଇଥିଲା ା
ରବିବାର ପୂର୍ବାହ୍ନରେ ଦୀର୍ଘଦନରୁ ରୋଗାଗ୍ରସ୍ତ ସୁନାଫୁଲଙ୍କ ଦେହ ହଠାତ୍‌ ଉଦ୍‌ବେଗଜନକ ହୋଇପଡିଥିଲା ା ତାଙ୍କୁ ହସ୍ପିଟାଲ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ ା ସଂକୀର୍ଣ୍ଣ ରାସ୍ତା କାରଣରୁ ଆମ୍ବୁଲାନ୍ସଟି ସୁନାଫୁଲଙ୍କ ଘର ପାଖକୁ ଯାଇ ନ ପାରି ପ୍ରାୟ ଅଧ କିଲୋକମିଟର ଦୂରରେ ଅଟକି ରହିଥିଲା ା ଏହାପରେ ପରିବାର ଲୋକେ ଚିନ୍ତାରେ ପଡିଥିଲେ। କିଭଳି ସୁନାଫୁଲଙ୍କୁ ଆମ୍ବଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବେ ଭାବି ପାଖପଡୋଶୀ ଯୁବକଙ୍କୁ ଠୁଳ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିଥିଲେ ା ଏହାପରେ ସୁନାଫୁଲଙ୍କୁ ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନିଆଯାଇ ପାରିଥିଲା ା ରାମେଶ୍ୱରନଗରର ଏହି ଗଳି ରାସ୍ତାକୁ ଘିକୁଣ୍ଡି ବନ୍ଧ ଆଡିଦେଇ ଜାତୀୟ ରାଜପଥକୁ ଏକ ଓସରିଆ ରାସ୍ତା ନିର୍ମାଣ କରିବା ପାଇଁ କିଛିଦିନ ପୂର୍ବରୁ ପଡାବାସୀ ଜିଲାପାଳଙ୍କୁ ଲିଖିତ ଜଣାଇଥିଲେ ା ବିଭିନ୍ନ ସମୟରେ ସ୍ବାସ୍ଥ୍ୟଜନିତ କାରଣ ଏବଂ ଅନ୍ୟାନ୍ୟ କାରଣରୁ ଏହି ଅଞ୍ଚଳକୁ ଗାଡମୋଟର ଯାଇପାରୁ ନ ଥିବାରୁ ପଡାବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ ା ଏହି ପଡାର ରାସ୍ତା ଏତେ ସଙ୍କୁଚିତ ହୋଇପଡିଛି ଯେ, ଅଗ୍ନିଶମ ବିଭାଗର ଗାଡି ମଧ୍ୟ ଏଠାକୁ ଆସିପାରିବ ନାହିଁ ା କୌଣସି ସମୟରେ ଦୁର୍ଘଟଣ ଘଟିଲେ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି ା ଫଳରେ ଜାତୀୟ ରାଜପଥରୁ ଏକ ଓସାରିଆ ରାସ୍ତା ଏଠାକୁ ସଂଯୋଗ କରିବାକୁ ପଡାବାସୀ ଦାବି ଜଣାଇଥିଲେ ା ରବିବାର ସୁନାଫୁଲ ମିଶ୍ର ଅସୁସ୍ଥ ହେବା ଓ ତାଙ୍କୁ ପ୍ରାୟ ଅଧ କିଲୋମିଟର ଧରି ଖଟିଆରେ ବୋହି ଆଣିବା ଘଟଣା ପରେ ତୁରନ୍ତ ଏହି ପଡାକୁ ଓସାରିଆ ରାସ୍ତା ନିର୍ମାଣ କରିବାକୁ ଦାବି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଚଢାଉ, ୧୨୦ଲିଟର ଦେଶୀମଦ ଜବତ

ଖଲ୍ଲିକୋଟ,୧ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ଅବକାରୀ ବିଭାଗ ଶୁକ୍ରବାର ସକାଳେ ଚଢାଉ କରି ୧୨୦ଲିଟର ଦେଶୀମଦ ସହ ୪ ବାଇକ ଜବତ କରି ୪ଜଣଙ୍କୁ ଗିରଫ କରିଛି। ଖଲ୍ଲିକୋଟ...

ଶେଷ ହେଲା ଶ୍ରୀଜୀଉଙ୍କ ଅଧରପଣା

ପୁରୀ ଅଫିସ,୨୨।୭: ବିଶ୍ୱବାସୀଙ୍କୁ ବୁଧବାର ତିନି ଠାକୁର ସୁନାବେଶ ଦର୍ଶନ ଦେଇଥିଲେ। ଗୁରୁବାର ରଥ ଉପରେ ଶେଷ ହୋଇଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ବାହୁଡ଼ା ଓ...

ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲିଲେ କେନ୍ଦ୍ରମନ୍ତ୍ରୀ

କଟକ ଅଫିସ, ୮ା୬: କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ମଙ୍ଗଳବାର କଟକ ଓଡ଼ିଆବଜାରସ୍ଥିତ ନେତାଜୀ ସୁଭାଷ ବୋଷ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସେଠାରେ ସେ ନେତାଜୀଙ୍କ...

ହାତୀକୁ ତୀର ମାରି କରିଥିଲେ ହତ୍ୟା, ଶିକାରୀ ଗିରଫ

କେନ୍ଦୁଝର,୧୫।୧୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ କଳାପାଟ ଜଙ୍ଗଲରେ ହାତୀକୁ ତୀର ମାରି ହତ୍ୟା କରିବା ଘଟଣାରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ...

ପ୍ରାର୍ଥୀଙ୍କ ଭରସା ଦଳୀୟ ଚିହ୍ନ

ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ୨୦ନଂ. ଜିଲା ପରିଷଦ ଜୋନଟି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି।...

ମଣ୍ଡି ନେଲାନି ଧାନ, ପୁରସ୍ତମପୁର-ହୁମା ରାସ୍ତା ଅବରୋଧ କଲେ ଚାଷୀ

ଗଞ୍ଜାମ,୧୫।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ହୁମା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଧାନ କିଣୁ ନ ଥିବା ଅଭିଯୋଗରେ ସୋମବାର ଚାଷୀମାନେ ପୁରସ୍ତମପୁର- ହୁମା ମୁଖ୍ୟ ରାସ୍ତା...

ଆସନ୍ତାକାଲି ଶ୍ରୀଶ୍ରୀ ଠାକୁରଙ୍କ ଶତବାର୍ଷିକୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୭ା୧: ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ଆଗମନୀର ୧୦୧ତମ ବାର୍ଷିକୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଅର୍ଥାତ୍‌...

ଆଜି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,୨୦ା୮(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରି ଜିଲା ଗସ୍ତ କରିବେ। ସେ ସଂସ୍କୃତି ଭବନ ନିକଟରେ ଥିବା ହେଲିପ୍ୟାଡରେ ଅବତରଣ କରି ସଂସ୍କୃତି ଭବନରେ...

Advertisement
Archives

Model This Week