ଆମ୍ବୁଲାନ୍ସର ହେଉଛି ଅପବ୍ୟବହାର

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ। ଏପରି ସମୟରେ ଆମ୍ବୁଲାନ୍ସର ଅପବ୍ୟବହାର ହେଉଛି। ଜରୁରିକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସକୁ କେତେଜଣ ଲୋକ ଅପବ୍ୟବହାର କରୁଛନ୍ତି। ସଙ୍କଟ ସମୟରେ ସମସ୍ତେ ବିବେକର ସହ କାମ କରନ୍ତୁ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାକୁ ଆମ୍ବୁଲାନ୍ସର ଅସଦ୍‌ ବ୍ୟବହାର କରନ୍ତୁ ନାହିଁ ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ସେ କହିଛନ୍ତି ଯେ, ଆମ୍ବୁଲାନ୍ସ ଏକ ବିଶ୍ୱାସ। ଏହି ବିଶ୍ୱାସରେ ଆମ୍ବୁଲାନ୍ସ ଗଡୁଛି। କିଛି ଲୋକ ଓ ଆମ୍ବୁଲାନ୍ସ ଡ୍ରାଇଭର ଟଙ୍କା ଲୋଭରେ ନିଜ ବିବେକ ହରାଉଛନ୍ତି। ସେମିତି କେତେଜଣ ବିବେକହୀନ ଡ୍ରାଇଭରଙ୍କ ଆମ୍ବୁଲାନ୍ସକୁ ଏଭଳି ବ୍ୟବହାର ପାଇଁ ସୁଯୋଗ ଦେଉଛନ୍ତି। ସେମାନଙ୍କ ପାଇଁ ସବୁ ଆମ୍ବୁଲାନ୍ସକୁ ଏବେ ରାସ୍ତା ଉପରେ ଯାଞ୍ଚ କରାଯାଉଛି। ଯେଉଁଥିପାଇଁ ଅନେକ ରୋଗୀ ହଇରାଣରେ ପଡୁଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି। ଆମ୍ବୁଲାନ୍ସକୁ ମୁଖ୍ୟମନ୍ତ୍ରୀ ବି ବାଟ ଛାଡି ଦିଅନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ବେଳେ ବି ଆମ୍ବୁଲାନ୍ସକୁ ବାଟ ଛଡା ଯାଇଥିଲା। ତେଣୁ ସମସ୍ତେ ଆମ୍ବୁଲାନ୍ସର ଉଚିତ ବ୍ୟବହାର କରନ୍ତୁ ବୋଲି ବାଗ୍‌ଚୀ ଜନସାଧାରଣ ଓ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ପୋଲିସ ଗୁଳି ଖାଇ ଏବେ ଆଇସିୟୁରେ ଅପରାଧୀ ଜଗା

ବ୍ରହ୍ମପୁର,୨୫ା୫: ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୋଲିସ…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…

ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri