ଆମେରିକାରେ ୪ ଲକ୍ଷ ଉପରେ ଆକ୍ରାନ୍ତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୯।୪: ବିଶ୍ୱ ଏବେ କରୋନା କବଳିତ। ଚାରିଆଡ଼େ ତ୍ରାହି ତ୍ରାହି ଡାକ। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଥିଲେ ବି ଏଭଳି ଯମଯନ୍ତ୍ରଣାରୁ ମୁକୁଳିବା ଲାଗି ଅଣ୍ଟା ସଳଖ କରିପାରୁନି କୌଣସି ଦେଶ। ସବୁଠାରୁ ବିତ୍ତଶାଳୀ ଦେଶ ଆମେରିକା ଅଣନିଃଶ୍ୱାସୀ ହୋଇପଡ଼ିଲାଣି। ପ୍ରାଣଘାତୀ କରୋନା ଉପରେ ବିଜୟ ଲାଗି ପ୍ରୟାସ ଜାରି ରହିଥିବା ବେଳେ ମୃତ୍ୟୁକୁ ରୋକାଯାଇ ପାରୁନାହିଁ। ଏବେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪ ହଜାର ଟପିଛି। ଏଠାରେ ୧୨,୯୩୩ ଜୀବନ ଗଲାଣି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭୂତାଣୁର ଏଭଳି ସ୍ଥିତିକୁ ଦେଖି ଅସହାୟ ହୋଇପଡ଼ିଛନ୍ତିି। ଗୋଟିଏ ଦିନରେ ୪ ହଜାର ମାମଲା ସାମ୍ନାକୁ ଆସିଥିବା ବେଳେ ୧୫୦ ମୁଣ୍ଡ ଏଠାରେ ଗଡ଼ିଛି। ଫଳରେ ଟ୍ରମ୍ପଙ୍କ ମୁଣ୍ଡ ବ୍ୟଥା ବଢ଼ିଯାଇଛି। ବିଶ୍ୱର ୨୦୯ ଦେଶ କରୋନା କବଳିତ ହୋଇଥିବା ବେଳେ ୮୩,୬୭୦ ଲୋକଙ୍କ ଏପର୍ଯ୍ୟନ୍ତ ପ୍ରାଣହାନି ଘଟିଲାଣି। ସଂକ୍ରମିତଙ୍କ ସଂଖ୍ୟା ୧୪.୫୬ ଲକ୍ଷକୁ ବୃଦ୍ଧିପାଇଛି। ପରିସ୍ଥିତି ଏକ୍‌ଦମ୍‌ ଅଣାୟତ୍ତ ହୋଇପଡ଼ିଛି।
ସ୍ପେନ୍‌ରେ ମଧ୍ୟ ଅନୁରୂପ ସ୍ଥିତି। ଏଠାରେ ମୃତ୍ୟୁସଂଖ୍ୟା ୧୪,୫୬୦ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧ ଲକ୍ଷ ୪୭ ହଜାର ହେଲାଣି। ଗୋଟିଏ ଦିନରେ ଏଠାରେ ୪,୭୫୬ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ବେଳେ ୫୧୫ ଜୀବନ ଯାଇଛି। ଇଟାଲୀରେ ୧୭,୧୭୬ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧.୩୬ ଲକ୍ଷରେ ପହଞ୍ଚିଛି। ଜର୍ମାନୀରେ ମଧ୍ୟ ୧.୧୦ ଲକ୍ଷ ଭୂତାଣୁ ସଂକ୍ରମିତ। ଏଠାରେ ଗଲାଣି ୨,୦୯୬ ଜୀବନ। ଫ୍ରାନ୍ସରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ମହାମାରୀ ଭୂତାଣୁ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧.୧୦ ଲକ୍ଷ ଛୁଇଁଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ି ୧୦,୩୩୦ରେ ପହଞ୍ଚିଛି। ସଂକ୍ରମଣର କେନ୍ଦ୍ରସ୍ଥଳ ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ଉପରେ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୩,୩୩୩ ରହିଛି। ଇରାନ ଓ ବ୍ରିଟେନରେ ଉତ୍କଟ ପରିସ୍ଥିତି ଦେଖାଦେଇଛି। ଇରାନରେ ୩,୯୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୫ ହଜାର ଆକ୍ରାନ୍ତ ଅଛନ୍ତି। ବ୍ରିଟେନରେ ୫୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଥିବା ଜଣାପଡ଼ିଛି। ଏଠାରେ ଅଦ୍ୟାବଧି ୬,୧୬୦ ମୁଣ୍ଡ ଗଡ଼ିଲାଣି। ଏହାବାଦ୍‌ ବେଲଜିୟମରେ ୨,୨୪୦, ନେଦରଲାଣ୍ଡ୍ସରେ ୨,୨୪୮, ତୁର୍କୀରେ ୭୨୫, ସୁଇଜରଲାଣ୍ଡରେ ୮୫୮, ବ୍ରାଜିଲରେ ୬୯୯, ସ୍ବିଡେନରେ ୬୮୯, ଇଣ୍ଡୋନେସିଆରେ ୨୪୦, ଫିଲିପାଇନ୍ସରେ ୨୮୭ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ହଜାର ହଜାର ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରୁନାହିଁ। ଚିକିତ୍ସା ଉପକରଣ, ହସ୍ପିଟାଲର ଅଭାବ ସହ ଲକ୍‌ଡାଉନ୍‌ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପରିସ୍ଥିତିକୁ ଅଧିକ ବିଷମୟ କରିପକାଇଛି। କରୋନା ଭୂତାଣୁରୁ ରକ୍ଷାପାଇବା ଲାଗି କୌଣସି ଔଷଧ ବାହାରି ନ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଇବା ସମସ୍ୟାକୁ ଦ୍ୱିଗୁଣିତ କରିପକାଇଛି। ବିଶ୍ୱସ୍ତରୀୟ ସଙ୍ଗଠନଗୁଡ଼ିକ ଅସହାୟ ହୋଇପଡ଼ିଛନ୍ତି। କେବଳ ସାମାଜିକ ଦୂରତ୍ୱ ରକ୍ଷା ଓ ଲକ୍‌ଡାଉନ୍‌କୁ ମାନି ଘର ରହିବା ଲାଗି ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ ପରେ କୋହଳ ହୋଇପାରେ ଲକ୍‌ଡାଉନ ନିୟମ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରିଛନ୍ତି। ପୂର୍ବରୁ ପାଳନ କରାଯାଇଥିବା ୨୧ ଦିନିଆ ଲକ୍‌ଡାଉନର ସମୟ...

ମାଉଣ୍ଟ ମାନସଲୁରେ ହିମ ସ୍ଖଳନ, ୩ ପର୍ବତାରୋହୀଙ୍କ ମୃତ୍ୟୁ…

କାଠମାଣ୍ଡୁ, ୨୮।୯ : ନେପାଳର ମାନସଲୁ ମାଉଣ୍ଟରେ ଏକ ବଡ଼ ଧରଣର ଦୁର୍ଘଟଣାରେ ତିନି ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ମାଉଣ୍ଟ ମାନସଲୁରେ ହିମ ସ୍ଖଳନ ଯୋଗୁ...

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୪୨କୁ ବୃଦ୍ଧି ପାଇଛି। କେବଳ ମୟୁରଭଞ୍ଜ...

ଷଡ଼ଯନ୍ତ୍ର ନା ବାଧ୍ୟବାଧ୍ୟକତା: ରୁଷିଆ ଅସ୍ତ୍ରଶସ୍ତ୍ରର ବିିକଳ୍ପ ପାଇଁ ଭାରତର ସହାୟତା ଲୋଡୁଛିି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୧ : ୟୁକ୍ରେନ ଉପରେ ଲଗାତାର ରୁଷିଆ ଆକ୍ରମଣରେ ଅସୁବିଧା ଭୋଗୁଥିବା ଆମେରିକା ଏବେ ଆଶା ସହିତ ଭାରତ ଆଡକୁ ଚାହିଁଛି। ଯଦିଓ ଏହି ଆଶାରେ...

ଫେସବୁକକୁ ଫେରିଲେ ଟ୍ରମ୍ଫ

ୱାଶିଂଟନ,୧୮ ।୩: ପ୍ରତିବନ୍ଧ ହଟାଯିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପୁଣିଥରେ ଫେସବୁକକୁ ଫେରିଛନ୍ତି । ଟ୍ରମ୍ଫ ଶୁକ୍ରବାର ପ୍ରଥମ ପୋଷ୍ଟ କରିଛନ୍ତି...

କନ୍ଧମାଳରେ ୪୮ କରୋନା ପଜିଟିଭ‌ ଚିହ୍ନଟ: ଭୟ ନ କରି ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଲେ ଜିଲାପାଳ

ଦାରିଙ୍ଗବାଡ଼ି,୧୫।୬(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳର ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସୋମବାର ୪୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ...

ଓଡ଼ିଶାର ଏକମାତ୍ର ସମ୍‌ ହସ୍ପିଟାଲରେ ହେବ କୋଭିଡ୍‌ ଭ୍ୟାକ୍ସିନ୍‌ ପରୀକ୍ଷଣ

ଭୁବନେଶ୍ୱର, ୨।୭(ବୁରୋ): ଭୁବନେଶ୍ୱର ସମ୍‌ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷଣ ହେବ। ମଣିଷ ଉପରେ ପରୀକ୍ଷଣ ଲାଗି ଆଇସିଏମ୍‌ଆର୍‌ ଦ୍ୱାରା ଦେଶର ୧୩ଟି ହସ୍ପିଟାଲ ମନୋନିତ ହୋଇଛି।...

ଭେଣ୍ଟିଲେଟରରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନ

ଲକ୍ଷ୍ନୌ, ୧୫।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଚେତନ ଚୌହାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। କରୋନା...

Advertisement
Archives

Model This Week