ଆମେରିକାରେ ଜାତୀୟ ଜରୁରୀ ସ୍ଥିତି

ଓ୍ବାଶିଂଟନ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୫୪୦୦ ଟପିଥିବାବେଳେ ପାଖାପାଖି ଦେଢ଼ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଲେଣି। ଏହା ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଆଣିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ନେଇ ଦେଶରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ଏଥିସହିତ କରୋନା ମୁକାବିଲା ପାଇଁ ସେ ୫୦ ବିଲିୟନ ଡଲାର ପାଣ୍ଠି ମଞ୍ଜୁର କରିଛନ୍ତି। ଚାଇନାରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ୟୁରୋପରେ କାୟାବିସ୍ତାର କରିଚାଲିଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିସାରିଛି। ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୪୬ଟି କରୋନା ପ୍ରଭାବିତ ହୋଇଥିବାବେଳେ ୨୦୦୦ ଆକ୍ରାନ୍ତ ହୋଇଛନ୍ତି। ସେଠାରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚତ୍ଛି। ଆଗାମୀ ୮ ସପ୍ତାହରେ ଏହା ଆହୁରି ବିପଜ୍ଜନକ ହୋଇପାରେ ବୋଲି ଏକ ଖବରଦାତା ସମ୍ମିଳନୀରେ ଟ୍ରମ୍ପ୍‌ କହିଛନ୍ତି। ଏହାର ମୁକାବିଲା ଲାଗି ସଂଘୀୟ ସରକାର ପୂରା ଦମ୍‌ରେ କାର୍ଯ୍ୟ କରିବେ। ଏଥିପାଇଁ ସରକାରୀ ଭାବେ ଏହାକୁ ଜାତୀୟ ଜରୁରୀ ସ୍ଥିତି ଜାରି କରାଗଲା ବୋଲି ସେ କହିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ତଥାପି ସେ କରୋନା ପାଇଁ ନିଜର ପରୀକ୍ଷା କରାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ପରୀକ୍ଷାର ରିପୋର୍ଟ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୁଟିନ୍‌ଙ୍କ ଲୋକପ୍ରିୟତା ନିଜ ଦେଶରେ ୭୧ ପ୍ରତିଶତ ବଢ଼ିଲା…

ମସ୍କୋ,୯।୩ : ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷିଆରେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ଲୋକପ୍ରିୟତା ୭୧ ପ୍ରତିଶତ ବୃଦ୍ଧି ପାଇଛି। ଯୁଦ୍ଧକୁ ନେଇ ବିରୋଧ ପ୍ରଦର୍ଶନ...

ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା:୯ ମୃତ

ଓ୍ବାଶିଂଟନ,୧।୧୨: ଆମେରିକାର ଦକ୍ଷିଣ ଡାକୋଟାରେ ଶନିବାର ହୋଇଥିବା ଏକ ବିମାନ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବାବଳେ...

ନିଜକୁ ହିନ୍ଦୁ କହିଲେ ମୀନା ହାରିସ୍‌

ଓ୍ବାଶିଂଟନ୍‌, ୮ା୨: ଦିଲ୍ଲୀରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଚର୍ଚ୍ଚାରେ ଥିବା ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌ ଟ୍ରୋଲ୍‌ର ଶିକାର ହୋଇଛନ୍ତି।...

ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ, ଶରୀରରେ ଆଘାତ ଚିହ୍ନ…

ଓ୍ବଶିଂଟନ, ୧୬।୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ଶୁକ୍ରବାର ଦେହାନ୍ତ ଘଟିଛି। ବର୍ତ୍ତମାନ ଏହା ସାମ୍ନାକୁ ଆସିଛି...

ଆମେରିକା, ୟୁରୋପ ଥରହର

ନୂଆଦିଲ୍ଲୀ, ୨୯।୬: କରୋନା ଭୂତାଣୁର ଡେଲ୍‌ଟା ଭାରିଆଣ୍ଟ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଦ୍ୱିତୀୟ ଲହରରେ ଭୂତାଣୁର ଏହି ନୂଆ ରୂପ ଦେଶରେ ହଇଚଇ ସୃଷ୍ଟି...

ନିଜ ହାତ ତିଆରି ସିଙ୍ଗଡା ମୋଦିଙ୍କ ସହ ଶେୟାର କରିବାକୁ ଚାହିଁଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/କାନବେରା,୩୧।୫: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିଶନ ରବିବାର ସିଙ୍ଗଡାର ସହ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ସିଙ୍ଗଡାକୁ ସେ ଭାରତର ପ୍ରଧାନମନ୍ତ୍ରୀ...

କ୍ଷମତା ଗଲାପରେ ବିଦ୍ରୋହ

ବ୍ରାସିଲିଆ,୧୦ା୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକମାନେ ରବିବାର ରାଜଧାନୀ ବ୍ରାସିଲିଆରେ ଥିବା ଦେଶର ପାର୍ଲାମେଣ୍ଟ (କଂଗ୍ରେସ ଭବନ), ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟ...

୨ ସପ୍ତାହ ମଧ୍ୟରେ ହେବ ଆଫଗାନିସ୍ତାନ-ତାଲିବାନ୍‌ ଶାନ୍ତି ଆଲୋଚନା

କାବୁଲ,୨୮।୭: ଆଫଗାନିସ୍ତାନ ସରକାର ଏବଂ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ମଧ୍ୟରେ ଶାନ୍ତି ଆଲୋଚନା ୨ ସପ୍ତାହ ମଧ୍ୟରେ ହେବାର ସମ୍ଭାବନା ରହିଛି। ଏନେଇ ଆଫଗାନିସ୍ତାନ ଶାନ୍ତି...

Advertisement
Archives

Model This Week