ଆମେରିକାରେ ଆର୍ଥିକ ସ୍ଥିତି ଗମ୍ଭୀର

ଲରେଡୋ, ଟେକ୍ସାସ,୨୬ା୩: କରୋନା ସଂକ୍ରମଣ ଯୋଗୁ ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାର ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହୋଇଛି। ନୂତନ ତଥ୍ୟ ପଦାକୁ ଆସିବା ପରେ ଏହି ଦେଶର ଅର୍ଥନୀତି କିଭଳି ସଙ୍କଟର ସମ୍ମୁଖୀନ ହୋଇଛି ତାହା ସ୍ପଷ୍ଟ ହେବ। ତେବେ ଦ୍ୱିତୀୟ ତ୍ରୈୟମାସିକରେ ଆମେରିକାରେ ବେକାରି ହାର ୩୦ ପ୍ରତିଶତ ବଢ଼ିପାରେ ବୋଲି ସେଣ୍ଟ ଲୁଇସ୍‌ ଫେଡେରାଲ ରିଜର୍ଭ ବ୍ୟାଙ୍କର ଅଧ୍ୟକ୍ଷ ଜେମ୍ସ ବୁଲାର୍ଡ ପୂର୍ବାନୁମାନ କରିଛନ୍ତି। ଏହା ୩୦ ଦଶକର ଦୀର୍ଘ ମାନ୍ଦାବସ୍ଥା ସ୍ଥିତିଠାରୁ ଅଧିକ। କେବଳ ଗତ ସପ୍ତାହରେ ଆମେରିକାରେ ୨୦ ଲକ୍ଷରୁ ଅଧିକ ବେରୋଜଗାରୀ ସୁବିଧା ପାଇବା ପାଇଁ ଆବେଦନ କରିଥିବା ଗୋଲ୍ଡମ୍ୟାନ ସାଚସ୍‌ ଆକଳନ କରିଛନ୍ତି।
କରୋନା ସଂକ୍ରମଣ ଜନିତ ଲକ୍‌ଡାଉନ ପାଇଁ ଆମେରିକାରେ ଅନେକ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ପଡିଛି। ସମସ୍ତ ଗ୍ରାମାଞ୍ଚଳ ରେଷ୍ଟୁରାଣ୍ଟ ବନ୍ଦ ହେବା ସହ କର୍ମଚାରୀ ଛଟେଇ ହୋଇଛନ୍ତିି। ନିଯୁକ୍ତି ହରାଇଥିବା ରୋଷେଇ ପ୍ରଶିକ୍ଷକ ଆଲବର୍ଟୋ ମେଣ୍ଡୋଜା ଖୁବ୍‌ଶୀଘ୍ର ବେକାରୀ ସୁବିଧା ପାଇବାକୁ ଯାଉଛନ୍ତି। ତାଙ୍କୁ ଘରଭଡ଼ା ଓ ଟ୍ରକ୍‌ ବିଲ୍‌ ଦେବାକୁ ପଡୁଛି। ଏଥିସହିତ ୩ ଜଣ ପିଲାଙ୍କ ଲାଳନପାଳନ କରିବାକୁ ପଡୁଛି ବୋଲି ସେ କହିଛନ୍ତି।
କେବଳ ମେଣ୍ଡୋଜା ନୁହନ୍ତି, ଆମେରିକାର ଦକ୍ଷିଣ ସୀମାନ୍ତରେ ଅବସ୍ଥିତ ଟେକ୍ସାସ ରାଜ୍ୟର ଲରେଡୋ ସହରରେ ହଜାର ହଜାର ଲୋକ କରୋନା ଯୋଗୁ ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହି ସହରରେ ଏପର୍ଯ୍ୟନ୍ତ କରୋନାରେ କେହି ମରି ନ ଥିବାବେଳେ ମାତ୍ର ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ମହାମାରୀ ଯୋଗୁ ସରକାର ବ୍ୟବସାୟିକ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ସହ ଲୋକମାନଙ୍କୁ ଘରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିବାରୁ ଆମେରିକାର ସବୁଠୁ ଗରିବ ସହର ଲରେଡୋରେ ଆର୍ଥତ୍କ ଦୁଃସ୍ଥିତି ଦେଖାଦେଇଛି। ଦାରିଦ୍ର୍ୟ ଯୋଗୁ ସେଠାର ଜନସାଧାରଣ ନିଜକୁ ଆଇସୋଲେଶନରେ ରଖିବା କିମ୍ବା ଉପଯୁକ୍ତ ଚିକିତ୍ସା ସେବା ଉପଲବ୍ଧ କରାଇବା କଷ୍ଟକର ହୋଇପଡିଛି ବୋଲି ମେରିଲାଣ୍ଡ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ପ୍ରଫେସର ସାନ୍ଦ୍ରା କ୍ୱିନ୍‌ କହିଛନ୍ତି। ମହାମାରୀ ସାମାଜିକ ଅସମାନତା ବଢ଼ାଇବା ସହ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ତାରତମ୍ୟ ବଢ଼ାଇ ଦେଇଥିବା ସେ କହିଛନ୍ତି। ଆମେରିକା ଜନସଂଖ୍ୟା ବ୍ୟୁରୋ ତଥ୍ୟ ଅନୁଯାୟୀ ଲରେଡୋ ସମେତ ଓ୍ବେବ୍‌ କାଉଣ୍ଟିର ପ୍ରତି ୩ ଜଣରେ ଜଣେ ସଂଘୀୟ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଅଧିକାଂଶଙ୍କର ସ୍ବାସ୍ଥ୍ୟବୀମା ନାହିଁ। ଏହି ସହରର ସ୍କୁଲ ପିଲାମାନେ ରିହାତିରେ ମଧ୍ୟାହ୍ନ ଭୋଜନ ଓ ଅନ୍ୟ ସରକାରୀ ସୁବିଧା ପାଇଥାନ୍ତି। ସ୍ବଳ୍ପ ଆୟକାରୀ ପରିବାର ଭାବରେ ମେଣ୍ଡୋଜାଙ୍କ ୩ ପିଲାଙ୍କର ସରକାରୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ବୀମା କରାଯାଇଥିବାବେଳେ ମେଣ୍ଡୋଜା ନିଜର ବୀମା କରିପାରିନାହାନ୍ତି।
କରୋନା ସଂକ୍ରମଣ ପୂର୍ବରୁ ଓ୍ବେବ୍‌ କାଉଣ୍ଟିରେ ବେକାରି ହାର ଜାନୁୟାରୀରେ ୪.୧ ପ୍ରତିଶତ ଥିଲା, ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ଏବେ ଲକ୍‌ଡାଉନ ଯୋଗୁ ବହୁ ସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଏଥିସହିତ ଏହି ଅଞ୍ଚଳର ଅଧିକାଂଶ ଲୋକ ପରିବହନ ଉପରେ ନିର୍ଭର କରୁଥିବାବେଳେ ମେକ୍ସିକୋ ଓ ଆମେରିକା ସରକାର ସଂକ୍ରମଣ ଭୟରେ ସୀମା ସିଲ୍‌ କରିଦେଇଥିବାରୁ ସେମାନଙ୍କୁ ରୋଜଗାର ହରାଇବାକୁ ପଡ଼ିଛି। ସାମାଜିକ ଦୂରତ୍ୱ ରକ୍ଷା କରିବା ଅଧିକାଂଶ ଗରିବଙ୍କ ପାଇଁ ଅଭିଶାପ ପାଲଟିଥିବା ଜର୍ଜ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ମିଲକେନ୍‌ ଇନ୍‌ଷ୍ଟିଚ୍ୟୁଟ ସ୍କୁଲ ଅଫ୍‌ ପବ୍ଲିକ ହେଲ୍‌ଥର ପ୍ରଫେସର ସାରା ରୋସେନବମ୍‌ କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ବାଜରରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବା କଷ୍ଟକର ହୋଇପଡିଛି। ଡଜନେ ଅଣ୍ଡା ଓ କିଛି କ୍ଷୀର କିଣିବା ପାଇଁ ବିଭିନ୍ନ ସ୍ଥାନ ବୁଲିବାକୁ ପଡୁଛି ବୋଲି ଲରେଡୋର ଜଣେ ଶିକ୍ଷକ କହିଛନ୍ତି। ସେହିପରି ଲରେଡୋ ରିଜିଓନାଲ ଫୁଡ୍‌ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାର୍‌ମେନ ଗାର୍‌ସିଆ କହିଛନ୍ତି, ସେ ମାର୍ଚ୍ଚ ମାସ ପାଇଁ କିଣିଥିବା ସବୁ ସାମଗ୍ରୀ ମାତ୍ର ୧୦ ଦିନରେ ଶେଷ ହୋଇଯାଇଛି। ଶସ୍ତା ଚିକିତ୍ସା ସେବା ପାଇଁ ଅଧିକାଂଶ ମେକ୍ସିକୋ ଉପରେ ନିର୍ଭର କରୁଥିବାବେଳେ କରୋନା ପାଇଁ ସେଠାକୁ ଯାତାୟାତ ବନ୍ଦ କରିଦିଆଯାଇଛି। କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସେବା ଲାଗି ସହାୟତା କେଉଁଠୁ ପାଇବେ ଏନେଇ ଲୋକେ ଚିନ୍ତାରେ ପଡଯାଇଥିବା ଗାର୍‌ସିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ମଲାଇକା ଆରୋରା କରୋନା ଆକ୍ରାନ୍ତ

ମୁମ୍ବାଇ, ୬।୯: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମଲାଇକା...

କ୍ଷମତା ଲୋଭରେ ବିପଦକୁ ଆମନ୍ତ୍ରଣ: କୋଭିଡ୍‌-୧୯କୁ ଅସ୍ତ୍ରକରି ସତ୍ୟର କଣ୍ଠରୋଧ

ବେଜିଂ,୨୯।୪: କ୍ଷମତାସୀନ ନେତାମାନେ ନିଜ ଦୋଷ ଦୁର୍ବଳତା ଘୋଡ଼ାଇବାକୁ କ୍ଷମତାର ଅପବ୍ୟବହାର କରିଚାଲିଛନ୍ତି। ଏପରି କି ମୁକ୍ତ ସାମ୍ବାଦିକତାର କଣ୍ଠରୋଧ କରି ନିଜକୁ ପ୍ରଭାବଶାଳୀ ଭାବେ...

କରୋନା ଭୟରେ ଆତ୍ମହତ୍ୟା କଲେ ସରକାରୀ କର୍ମଚାରୀ

ସାହାରନପୁର,୨।୪: କରୋନା ଭାଇରସ ଏବେ ସଂକ୍ରମିତଙ୍କୁ ଯେତିକି ଡରାଉଛି ସୁସ୍ଥ ଲୋକ ମଧ୍ୟ ଏହାକୁ ସେତିକି ଭୟ କରୁଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି...

ରାଜ୍ୟରେ କରୋନା ନେଲା ଆଉ ୨୨ ମୁଣ୍ଡ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୨୨ଜଣଙ୍କ ଜୀବନ ନେଇଛି। ଏଥିସହ...

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହୃଦ୍‌ଘାତ

ମସ୍କୋ,୧୫।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫୧ ଦିନ ହେବ ଯୁଦ୍ଧ ଜାରି ରହିଛି। ସେପଟେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ଶୋଏଗୁ ହୃଦ୍‌ଘାତର ଶିକାର...

ଗୋଟିଏ ପରିବାରର ୩ ଭାଇଙ୍କୁ କରୋନା: ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବୁଗୁଡ଼ା,୨୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଏ. କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ସୋରଡ଼ ଗ୍ରାମରେ ରବିବାରଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ଜିଲାପାଳ କ୍ଷମତା ପ୍ରଯୋଗ କରି...

ସ୍ଫୁଟନିକ୍‌ ଭି ଭାକ୍ସିନ ତିଆରି ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ

ନୂଆଦିଲ୍ଲୀ,୩।୬: ଆଗାମୀ ଦିନରେ ଭାରତରେ ରୁଷୀୟ ଭାକ୍ସିନ ସ୍ଫୁଟନିକ ଭିର ନିର୍ମାଣ କରିପାରେ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ସିଆଇଆଇ)। ଏନେଇ ସେରମ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ...

ଆଜି ଭୁବନେଶ୍ୱରରୁ ୬ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍‌...

Advertisement
Archives

Model This Week