ଆମିଷ ଦୋକାନରେ ଭିଡ଼, ମାନିଲେନି କଟକଣା

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତା ପାର୍ଶ୍ୱକୁ ଉଠାଇ ଦିଆଯାଇଛି। ସେହିଭଳି ହାଟ ବଜାର ଉପରେ ମଧ୍ୟ କଟକଣା ଲଗାଯାଇଛି। ଦୋକାନ ସମ୍ମୁଖରେ ଦିଆଯାଉଥିବା ଗୋଲ ଚିହ୍ନରେ ଠିଆ ହୋଇ ଜିନିଷ କିଣିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି। ଏପରିକି ଗରାଖମାନେ ଠିକ୍‌ ଭାବେ ଯେପରି ପାଳନ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ବିଭିନ୍ନ ମାଛ, ମାଂସ ଦୋକାନରେ ଅଧିକାଂଶ ଦିନ ଏହି କଟକଣାକୁ ଲୋକେ ମାନୁ ନ ଥିବାବେଳେ ଦୋକାନୀମାନେ ମଧ୍ୟ ସେପରି ଗୁରୁତ୍ୱ ଦେଉନାହାନ୍ତି। ରବିବାର ୟୁନିଟ୍‌-୪ ମାର୍କେଟ ଭଳି ସହରର ବହୁ ମାଛ ଓ ମାଂସ ଦୋକାନରେ ପ୍ରବଳ ଭିଡ଼ ହୋଇଥିଲା। ଘଣ୍ଟା ଘଣ୍ଟା ଧରି ଗହଳି ଜମାଇଥିଲେ ମଧ୍ୟ କରୋନା କଟକଣାକୁ ସତେ ଯେପରି କାହାର ଖାତିର ନ ଥିଲା। ପରସ୍ପରକୁ ସ୍ପର୍ଶ କରିବା ସହ ଜିନିଷ ନେବାକୁ ପ୍ରତିଯୋଗିତା ଚାଲିଥିଲା। ବ୍ୟସ୍ତ ଥିବା ବ୍ୟବସାୟୀମାନେ ମଧ୍ୟ ଗ୍ରାହକଙ୍କୁ ଆକଟ କରିବାକୁ ଚାହୁଁ ନ ଥିଲେ। ତେବେ ବହୁ ସଚେତନ ଗ୍ରାହକ ଏପରି ସ୍ଥିତିରୁ ଦୂରେଇ ରହିଥିଲେ। କେତେଜଣ ଅସନ୍ତୋଷ ପ୍ରକାଶ କରି ଫେରିଥିଲେ।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଡିଶନାଲ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି, ବିଏମ୍‌ସି ବାରମ୍ବାର ଜନସାଧାରଣ ତଥା ବ୍ୟବସାୟୀଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନ କରୁଛି। ଯଦି ଆମିଷ ଦୋକାନମାନଙ୍କରେ ଉଲ୍ଲଂଘନ କରାଯାଇଥିବା ପ୍ରମାଣ ମିଳେ ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ସେଠାରେ ବ୍ୟବସାୟ କରିବାକୁ ବାରଣ କରାଯିବା ସହ ବିକ୍ରି କରାଯାଉଥିବା ସାମଗ୍ରୀକୁ ଜବତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ପରୀକ୍ଷାଫଳ ଆଧାରରେ ମୂଲ୍ୟାୟନ

ଭୁବନେଶ୍ୱର,୧୭ା୬ (ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନ ପଦ୍ଧତି କ’ଣ ରହିବ ତାହାକୁ ନେଇ ଏବେ...

ଆଶଙ୍କା ଭିତରେ ଭଲ ଫଳକୁ ଅପେକ୍ଷା

ଭୁବନେଶ୍ୱର,୧୭।୬: ଦେଶରେ କୋଭିଡ୍‌ ସଂକ୍ରମଣ ଯୋଗୁ ଶିକ୍ଷା ବ୍ୟବସ୍ଥା ବେଶ୍‌ ପ୍ରଭାବିତ ହୋଇଛି। ୨୦୧୯-୨୧ ଶିକ୍ଷାବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାଦଶ ଛାତ୍ରୀଛାତ୍ରମାନେ ପାଠପଢ଼ାଠାରୁ...

ଆଜିଠୁ ହୋଟେଲରେ ଖାଇବା ମନା

ଭୁବନେଶ୍ୱର,୨୧।୪(ବ୍ୟୁରୋ): ବୁଧବାରଠାରୁ ହୋଟେଲରେ ଖାଇବା ପାଇଁ ମନା କରିଛି ବିଏମ୍‌ସି। ଏଥର କେହି ଆଉ ରେଷ୍ଟୁରାଣ୍ଟରେ ବସି ଖାଇପାରିବେନି। କେବଳ ପାର୍ଶଲ ଆଣିବାର ବ୍ୟବସ୍ଥା ରହିଛି...

ଆକୃଷ୍ଟ କରୁଛି ହେରିଟେଜ୍‌ ହୋମ୍‌ ଷ୍ଟେ’

ଭୁବନେଶ୍ୱର,୨୫।୧୦(ବ୍ୟୁରୋ):  ରାଜ୍ୟରେ ରୟାଲ ହେରିଟେଜ୍‌ ଟୁର୍‌ ପ୍ୟାକେଜ୍‌ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନକୁ ଆଉପାଦେ ଆଗକୁ ନେବାକୁ ପର୍ଯ୍ୟଟନ ବିଭାଗ ‘ହେରିଟେଜ୍‌ ପ୍ୟାଲେସ୍‌ ଟୁରିଜମ୍‌’ ଯୋଜନା ଉପରେ...

ରାଜ୍ୟରେ ଆଖିବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ପହଞ୍ଚିଲା ୧୬୮୭ରେ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭କୁ ବୃଦ୍ଧି ପାଇଛି। ଏ ନେଇ...

ଗଣେଶ ପୂଜା ପରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା, ସ୍ବାସ୍ଥ୍ୟ ଅଧିକାରୀଙ୍କ ସତର୍କ ସୂଚନା…

ମୁମ୍ବାଇ,୧୨।୯: ଗଣେଶ ପୂଜା ପରେ ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏନେଇ ରାଜ୍ୟ ସର୍ଭେଲାନ୍ସ୍‌ ଅଧିକାରୀ ଡ.ପରାଦୀପ୍‌ ଆଓ୍ବଟେ ଚେତାବନୀ...

କେଶରୀ ଇଷ୍ଟେଟ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୯ା୯ (ବ୍ୟୁରୋ): ଘର ଦେବା ଆଳରେ ଜମାକାରୀଙ୍କଠାରୁ ସାଢେ ୫ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କେଶରୀ ଇଷ୍ଟେଟର ନିର୍ଦ୍ଦେଶକଙ୍କୁ ଗିରଫ କରିଛି।...

ମୁମ୍ବାଇରେ ଡାକ୍ତର, ନର୍ସ କରୋନା ସଂକ୍ରମିତ: ୨ ଘରୋଇ ହସ୍ପିଟାଲ ସିଲ୍‌

ମୁମ୍ବାଇ,୭।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏହା ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଦେଖାଯିବାରୁ ଚିନ୍ତାର କାରଣ ପାଲଟିଯାଇଛି। ଏଠାରେ...

Advertisement
Archives

Model This Week