ଆବେଗ ଉପରେ କରୋନା ଲଗାମ୍‌: ଡ୍ୟୁଟିରୁ ଫେରି ଥିବା ଝିଅଙ୍କୁ ଚାଦରରେ ଗୁଡ଼ାଇ ଆଲିଙ୍ଗନ କଲେ ମା’

ଓ୍ବାଶିଂଟନ,୧୧।୪: ସାରା ପୃଥିବୀରେ କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। ମନର ଆବେଗ ଉପରେ କରୋନା ଏବେ ଲଗାମ ଲଗାଇଛି। ଏହାର ସଦ୍ୟତମ ଉଦାହରଣ ଆମେରିକାର ଓ୍ବାଶିଂଟନରେ ଦେଖିବାକୁ ମିଳିଛି। ଏକ ମାସ ଧରି ଡ୍ୟୁଟିରେ ଥିବା ଜଣେ ନର୍ସ ଗୁରୁବାର ଘରକୁ ଫେରିଥିଲେ। ତାଙ୍କ ମା’ ଖୁସିରେ ଝିଅଙ୍କୁ ଆଲିଙ୍ଗନ କରିବାକୁ ଦୌଡ଼ି ଆସିଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ମା’ ଝିଅଙ୍କ ଊପରେ ଏକ ଚାଦର ଗୁଡ଼ାଇ ପରେ ତାଙ୍କୁ କୁଣ୍ଢାଇ ଧରି କାନ୍ଦି ପକାଇଥିଲେ। ୨୮ ବର୍ଷ ବୟସ୍କା କେଲ୍ସି ଫେର ଆମେରିକା ଓହିଓ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି। ତେବେ କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ନେବା ପାଇଁ ସେ ଘରକୁ ଆସିଥିଲେ। ଏତେଦିନ ପରେ ଝିଅଙ୍କୁ ଦେଖି ମା’ ଚେରିଲ୍‌ ନୋର୍ଟନ ଆନନ୍ଦରେ ଅଧିର ହୋଇ ପଡ଼ିଥିଲେ। କିନ୍ତୁ ସୁରକ୍ଷା ସଚେତନତାକୁ ସେ ଭୁଲି ନ ଥିଲେ। ତେଣୁ କେଲ୍ସିଙ୍କ ଉପରେ ଏକ ଚାଦର ଗୁଡ଼ାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ଏବେ ମା-ଝିଅଙ୍କୁ ଆଲିଙ୍ଗନ କରୁଥିବାର ଫଟୋ ସୋସିଆଲ୍‌ ମିଡ଼ିଆର ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ…

ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍‌ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା...

ପ୍ରଥମ ଦରମା ବାପାଙ୍କୁ ଦେଇଥିଲି: ରାମପ୍ରସାଦ ଚ୍ୟାଉପଟ୍ଟନାୟକ

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁରରେ ମୋ ଜନ୍ମ। ମା’ ସୁହାସିନୀ ଓ ବାପା ହରମୋହନ ଚ୍ୟାଉପଟ୍ଟନାୟକ। ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ଇଚ୍ଛା ଥିଲା...

କରୋନା ଲକ୍ଷଣ ଲୁଚାଇଲେ ଆପଣ ଲୁଚିଯିବେ: ବାଗ୍‌ଚୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ୪୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରକୁ ଘର ବୁଲି ସର୍ଭେ ହେଉଛି। ଗାଁର ପ୍ରତି ଘର ଏବଂ ସହରର ପ୍ରତି ବସ୍ତି ଅଞ୍ଚଳରେ...

ପୂର୍ବ ବାଗଦାଦରେ ଫୁଟବଲ ଷ୍ଟାଡିୟମ ନିକଟରେ ବିସ୍ଫୋରଣ, ୧୦ ମୃତ, ୨୦ରୁ ଅଧିକ ଆହତ

ବାଗଦାଦ,୩୦ ।୧୦: ଇରାକର ପୂର୍ବ ବାଗଦାଦରେ ହୋଇଥିବା ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଅତିକମରେ ୨୦ଜଣ ଆହତ ହୋଇଥିବା ସୂଚନା ମିଳିଛି ।...

CORONAVIRUS UPDATE: ରାଜ୍ୟରେ ପୁଣି ୯୬ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଲା

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୯୬ କରୋନା ପଜିଟିଭ ଚିହ୍ନଟ ହୋିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ତେବେ...

ଓବାମାଙ୍କ ଉପରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଥିବା ଜୋ ବାଇଡେନ୍‌ଙ୍କ ପୂରାନାମ ଜୋସେଫ୍‌ ରୋବିନେଟ୍ଟେ ବାଇଡେନ୍‌ ଜୁନିୟର। ୧୯୪୨ ନଭେମ୍ବର ୨୦ରେ ଜନ୍ମିତ ଏହି ରାଜନେତା...

ବ୍ରାଜିଲର ଅଧିକାଂଶ ସହରରେ ବନ୍ୟା ଭୂସ୍ଖଳନ, ୨୪ ମୃତ, କାର୍ନିଭାଲ ରଦ୍ଦ

ସାଓ ପାଉଲୋ,୨୦ ।୨: ବ୍ରାଜିଲର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ସାଓ ପାଉଲୋ ବନ୍ୟା ଓ ଭୂସ୍ଖଳନରେ ଖୁବ୍ ପ୍ରଭାବିତ ହୋଇଛି । ବ୍ରାଜିଲର...

୭୦ ବର୍ଷୀୟ ସାବିତ୍ରୀ ଭାରତର ସବୁଠାରୁ ଧନୀ ମହିଳା: ରହିଛି ୫୨ହଜାର କୋଟିରୁ ଅଧିକ ସମ୍ପତ୍ତି; ରାଜନୀତିରେ ପତିଆରା

ଦେଶର ସବୁଠାରୁ ଧନୀ ତାଲିକାରେ ଅଧିକାଂଶ ପୁରୁଷ ଅଛନ୍ତି। ହେଲେ ତାଲିକାରେ ଥିବା ମହିଳାଙ୍କ ମଧ୍ୟରୁ ଗୋଟିଏ ନାମ ସାବିତ୍ରୀ ଜିନ୍ଦଲଙ୍କର ମଧ୍ୟ ରହିଛି। ଅନ୍ୟପକ୍ଷେ...

Advertisement
Archives

Model This Week