ପଦ୍ମପୁର,୮ା୧(ଡି.ଏନ୍.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତର ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଘଟଣାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ଚାକିରିରୁ ନିଲମ୍ବନ କରିଛନ୍ତି। ଏହି ପଞ୍ଚାୟତରେ ଦୁର୍ନୀତି ହୋଇଥିବା ଅଭିଯୋଗ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପରେ ଜିଲା ପ୍ରଶାସନ ତରଫରୁ ଘଟଣାର ତଦନ୍ତ କରାଯାଇଥିଲା। ଏହି ତଦନ୍ତ ରିପୋର୍ଟକୁ ଆଧାର କରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ୧ ତାରିଖରେ ଦୁର୍ନୀତିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳଙ୍କୁ ସୁପାରିସ କରିଥିଲେ। ଏନେଇ ଜିଲାପାଳ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝାଡ଼େଶ୍ୱର ଜେନାଙ୍କୁ ଚିଠି ନଂ. ୧୧୯/୬ା୧ା୨୦୨୦ରେ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ପଞ୍ଚାୟତର ୧୭ ଜଣ ହିତାଧିକାରୀ ଘର ତିଆରି ସମ୍ପୂର୍ଣ୍ଣ କରି ନ ଥିବା ବେଳେ ସେମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ କିଭଳି ପ୍ରଦାନ କରାଗଲା ଜବାବ ଦେବା ପାଇଁ ଗ୍ରାମ ରୋଜଗାର ସେବକ ଅମିୟ ନାୟକଙ୍କୁ ୩ ଦିନ ସମୟ ଦିଆଯାଇଛି। ଅନ୍ୟପକ୍ଷେ ନିଜର ପକ୍କାଘର ଥାଇ ଓ ଘର ନ କରି ସରକାରୀ ଅର୍ଥ ହଡ଼ପ କରିଥିବା ହିତାଧିକାରୀମାନଙ୍କ ନାମରେ ଏତଲା ଦେବା ପାଇଁ ବିଡିଓ ପ୍ରଣବ କୁମାର ବେହେରାଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, ଭଦ୍ରକ View All

ଗୋଦାବରୀ ନଦୀରେ ଲଞ୍ଚ ବୁଡି ଘଟଣା:ନିଖୋଜଙ୍କୁ ଖୋଜୁଛି ବାୟୁସେନା, ନୌସେନା
ମାଲକାନଗିରି,୧୭-୯(ଡି.ଏନ୍.ଏ.):ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ପୂର୍ବ ଗୋଦାବରୀ ନଦୀରେ ରବିବାର ଲଞ୍ଚ ବୁଡି ୫୦ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ...

କର୍ତ୍ତବ୍ୟରତ ଜିଆରଏସ୍ଙ୍କୁ ପୋଲିସର ଲାଠିମାଡ଼
ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୨୭ା୪: ଯାଜପୁର ଜିଲା ବରୀ ବ୍ଲକ କଳାମାଟିଆ ବ୍ୟାଙ୍କ ଛକ ନିକଟରେ ସୋମବାର ବରୀ ଥାନାର ଜଣେ କନଷ୍ଟେବଳ ବରୀ ବ୍ଲକ କାର୍ଯ୍ୟାଳୟର ଜଣେ...

ଜୁନାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି: ୨ ଦିନ ଘରକୁ ଘର ବୁଲି କୋଭିଡ ପରୀକ୍ଷା
ଜୁନାଗଡ଼,୧୦।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଓ ଏନ୍ଏସିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି।...

ଜୀବିକାରେ ପରିବର୍ତ୍ତନ ଆଣିଛି ପୋଖରୀ ଚାଷ
ଯୋଡ଼ା,୨୦।୮(ଡି.ଏନ.ଏ.): ଟାଟା ଷ୍ଟିଲ୍ ଲିମିଟେଡ୍ ସିଏସଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ) କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ଚାଷୀଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ ଚଳାଇ...

ଯୁବତୀଙ୍କୁ ପ୍ରତାରଣା, ଜଣେ ଗିରଫ
ବ୍ରହ୍ମପୁର ଅଫିସ,୧୧ା୧୧-ଜଣେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ପ୍ରତାରଣା କରିଥିବା ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଶନିବାର ଗିରଫ...

ଚିନ୍ତା ବଢ଼ାଇଲା ମାଲେସିଆ ଜାହାଜ କଣ୍ଟେନରରେ ୫ଫୁଟର ଫାଟ, ପଶିଲା ପାଣି
ବ୍ରହ୍ମଗିରି/କୃଷ୍ଣପ୍ରସାଦ,୧୯।୮(ଡି.ଏନ୍.ଏ.) : ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ମୁହଁାଣର ରାଜହଂସ ଓ ଖିରିସାହି ଗଁା ନିକଟ ବଙ୍ଗୋପସାଗର ଉପକୂଳରେ ଲାଗିଥିବା ମାଲେସିଆ ଜାହାଜ...

ଭଡ଼ା ବୃଦ୍ଧି ନିଷ୍ପତ୍ତି ପୁନର୍ବିଚାର ଦାବିରେ ଧାରଣା
ତାଳଚେର,୩୦ା୧୦(ନି.ପ୍ର.)-ତାଳଚେର ପୌର ପରିଷଦ ପକ୍ଷରୁ ଆବଣ୍ଟିତ ହୋଇଥିବା ଦୋକାନ ଘର ଗୁଡ଼ିକରେ ବ୍ୟବସାୟ କରୁଥିବା ଦୋକାନୀଙ୍କ ଭଡ଼ା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରାଯିବା ଦାବିରେ ମଙ୍ଗଳବାର...

ଦାୟୀତ୍ୱ ନେଲେ ଢେଙ୍କାନାଳର ନୂତନ ଏସ୍ପି
ଢେଙ୍କାନାଳ ଅଫିସ,୬।୧: ଢେଙ୍କାନାଳ ଜିଲାର ନୂତନ ଏସ୍ପି ଭାବେ ଓଡ଼ିଶା ପୋଲିସ ସେବାର ବରିଷ୍ଠ ଅଧିକାରୀ ଜ୍ଞାନ ରଞ୍ଜନ ମହାପାତ୍ର ଶୁକ୍ରବାର ପୋଲିସ କାର୍ଯ୍ୟାଳୟରେ ଦାୟିତ୍ୱ...