Posted inଖେଳ

ଆଫ୍ରିଦି ମୋ କ୍ୟାରିୟର ନଷ୍ଟ କରିଛନ୍ତି: କାନେରିଆ

ନୂଆଦିଲ୍ଲୀ,୧୬।୫(ପି.ଟି.): ପାକିସ୍ତାନର ହିନ୍ଦୁ କ୍ରିକେଟର ଡାନିସ କାନେରିଆ ଶେଷରେ ମୁହଁ ଖୋଲିଛନ୍ତି। ପୂର୍ବତନ ଅଲରାଉଣ୍ଡର ତଥା ଅଧିନାୟକ ସହିଦ ଆଫ୍ରିଦିଙ୍କ ବିରୋଧରେ ସେ ମହା ଅଭିଯୋଗ ଆଣିଛନ୍ତି। ସାରା କ୍ୟାରିୟରରେ ଆଫ୍ରିଦି ମୋତେ ଖରାପ୍‌ ବ୍ୟବହାର କରିଛନ୍ତି ଓ ମୋ ଦିନିକିଆ କ୍ୟାରିୟର ନଷ୍ଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
ଦ୍ୱିତୀୟ ହିନ୍ଦୁ କ୍ରିକେଟର ଭାବେ କାନେରିଆ ପାକିସ୍ତାନ ପାଇଁ ଖେଳିଛନ୍ତି। ପୂର୍ବରୁ ତାଙ୍କ ମାମୁଁ ଅନିଲ ଦଳପତ୍‌ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। କାନେରିଆ ୩୪. ୭୯ ରନ ହାରରେ ୬୧ଟି ଟେଷ୍ଟ ୨୬୧ଟି ଉଇକେଟ ହାସଲ କରିଥିଲେ। ତେବେ ୨୦୦୦ରୁ ୨୦୧୦ ମଧ୍ୟରେ ସେ ଦିନିକିଆ ଫର୍ମାଟରେ ମାତ୍ର ୧୮ଟି ମ୍ୟାଚ୍‌ ଖେଳିଥିଲେ। ଧାର୍ମିକ କାରଣରୁ ଆଫ୍ରିଦି ତାଙ୍କୁ ସବୁବେଳେ ଖରାପ୍‌ ବ୍ୟବହାର କରିଛନ୍ତି। ଏହାର ଅନ୍ୟ କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ସେ ହିନ୍ଦୁ ହୋଇଥିବାରୁ ଏଭଳି ଅଣଦେଖାରେ ଶିକାର ହୋଇଥିଲେ ବୋଲି ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଥିଲେ। ଯଦି ଆଫ୍ରିଦ ନ ଥାନ୍ତେ ତାହାଲେ ଅଧିକ ସଂଖ୍ୟାରେ ଦିନିକିଆ ଖେଳିପାରି ଥାନ୍ତି ବୋଲି ସେ କହିଛନ୍ତି। ଘରୋଇ କ୍ରିକେଟ ଖେଳିବା ବେଳେ ଆଫ୍ରିଦି ଅଧିନାୟକ ଥିଲେ। ସେ ସବୁବେଳେ ମୋତେ ଦଳ ବାହାର ରଖିବାକୁ ପ୍ରୟାସ କରିଥିଲେ। ଦିନିକିଆରେ ମଧ୍ୟ ସେ ଏପରି ଆଚରଣ ପ୍ରଦର୍ଶନ କରିଥିଲେ। ଦିନିକିଆରେ ତାଙ୍କ ଯୋଗୁ ହିଁ ଅଧିକ ମ୍ୟାଚ୍‌ ଖେଳିପାରି ନ ଥିଲି। ମୁଁ ଜଣେ ଲେଗ୍‌ ସ୍ପିନର ଥିଲି। ଏହା ମଧ୍ୟ ଅନ୍ୟ କାରଣ ହୋଇପାରେ। ଦଳରେ ଜଣେ ସ୍ପିନର ଖେଳିବେ ଓ ମୋ ଦୁର୍ବଳ ଫିଲ୍ଡିଂକୁ ଏଥିପାଇଁ ଦାୟୀ କରାଯାଉଛି। କିନ୍ତୁ ସେତେବେଳେ ପାକିସ୍ତାନ ଦଳରେ ଭଲ ଫିଲ୍ଡର ନ ଥିଲେ ବୋଲି କାନେରିଆ କହିଛନ୍ତି। ତେବେ ଇଞ୍ଜାମାମ ଉଲ ହକ୍‌ ଓ ୟୁନିସ୍‌ ଖାଁ ମୋତେ ବହୁତ ସମର୍ଥନ କରିଛନ୍ତି। ସର୍ବଜନୀନ ଭାବେ ମୋ ବିଷୟ ସକାରାତ୍ମକ କଥା କହି ନ ଥିଲେ ମଧ୍ୟ ଇଞ୍ଜାମାମ ମୋତେ ସମର୍ଥନ ଜଣାଇଥିଲେ। ତାଙ୍କ ନେତୃତ୍ୱରେ ଆଗକୁ ବଢିବାର ସୁଯୋଗ ପାଇଥିଲି ବୋଲି କାନେରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?