Posted inଖେଳ

ଆଫ୍ରିଦି ମୋ କ୍ୟାରିୟର ନଷ୍ଟ କରିଛନ୍ତି: କାନେରିଆ

ନୂଆଦିଲ୍ଲୀ,୧୬।୫(ପି.ଟି.): ପାକିସ୍ତାନର ହିନ୍ଦୁ କ୍ରିକେଟର ଡାନିସ କାନେରିଆ ଶେଷରେ ମୁହଁ ଖୋଲିଛନ୍ତି। ପୂର୍ବତନ ଅଲରାଉଣ୍ଡର ତଥା ଅଧିନାୟକ ସହିଦ ଆଫ୍ରିଦିଙ୍କ ବିରୋଧରେ ସେ ମହା ଅଭିଯୋଗ ଆଣିଛନ୍ତି। ସାରା କ୍ୟାରିୟରରେ ଆଫ୍ରିଦି ମୋତେ ଖରାପ୍‌ ବ୍ୟବହାର କରିଛନ୍ତି ଓ ମୋ ଦିନିକିଆ କ୍ୟାରିୟର ନଷ୍ଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
ଦ୍ୱିତୀୟ ହିନ୍ଦୁ କ୍ରିକେଟର ଭାବେ କାନେରିଆ ପାକିସ୍ତାନ ପାଇଁ ଖେଳିଛନ୍ତି। ପୂର୍ବରୁ ତାଙ୍କ ମାମୁଁ ଅନିଲ ଦଳପତ୍‌ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। କାନେରିଆ ୩୪. ୭୯ ରନ ହାରରେ ୬୧ଟି ଟେଷ୍ଟ ୨୬୧ଟି ଉଇକେଟ ହାସଲ କରିଥିଲେ। ତେବେ ୨୦୦୦ରୁ ୨୦୧୦ ମଧ୍ୟରେ ସେ ଦିନିକିଆ ଫର୍ମାଟରେ ମାତ୍ର ୧୮ଟି ମ୍ୟାଚ୍‌ ଖେଳିଥିଲେ। ଧାର୍ମିକ କାରଣରୁ ଆଫ୍ରିଦି ତାଙ୍କୁ ସବୁବେଳେ ଖରାପ୍‌ ବ୍ୟବହାର କରିଛନ୍ତି। ଏହାର ଅନ୍ୟ କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ସେ ହିନ୍ଦୁ ହୋଇଥିବାରୁ ଏଭଳି ଅଣଦେଖାରେ ଶିକାର ହୋଇଥିଲେ ବୋଲି ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଥିଲେ। ଯଦି ଆଫ୍ରିଦ ନ ଥାନ୍ତେ ତାହାଲେ ଅଧିକ ସଂଖ୍ୟାରେ ଦିନିକିଆ ଖେଳିପାରି ଥାନ୍ତି ବୋଲି ସେ କହିଛନ୍ତି। ଘରୋଇ କ୍ରିକେଟ ଖେଳିବା ବେଳେ ଆଫ୍ରିଦି ଅଧିନାୟକ ଥିଲେ। ସେ ସବୁବେଳେ ମୋତେ ଦଳ ବାହାର ରଖିବାକୁ ପ୍ରୟାସ କରିଥିଲେ। ଦିନିକିଆରେ ମଧ୍ୟ ସେ ଏପରି ଆଚରଣ ପ୍ରଦର୍ଶନ କରିଥିଲେ। ଦିନିକିଆରେ ତାଙ୍କ ଯୋଗୁ ହିଁ ଅଧିକ ମ୍ୟାଚ୍‌ ଖେଳିପାରି ନ ଥିଲି। ମୁଁ ଜଣେ ଲେଗ୍‌ ସ୍ପିନର ଥିଲି। ଏହା ମଧ୍ୟ ଅନ୍ୟ କାରଣ ହୋଇପାରେ। ଦଳରେ ଜଣେ ସ୍ପିନର ଖେଳିବେ ଓ ମୋ ଦୁର୍ବଳ ଫିଲ୍ଡିଂକୁ ଏଥିପାଇଁ ଦାୟୀ କରାଯାଉଛି। କିନ୍ତୁ ସେତେବେଳେ ପାକିସ୍ତାନ ଦଳରେ ଭଲ ଫିଲ୍ଡର ନ ଥିଲେ ବୋଲି କାନେରିଆ କହିଛନ୍ତି। ତେବେ ଇଞ୍ଜାମାମ ଉଲ ହକ୍‌ ଓ ୟୁନିସ୍‌ ଖାଁ ମୋତେ ବହୁତ ସମର୍ଥନ କରିଛନ୍ତି। ସର୍ବଜନୀନ ଭାବେ ମୋ ବିଷୟ ସକାରାତ୍ମକ କଥା କହି ନ ଥିଲେ ମଧ୍ୟ ଇଞ୍ଜାମାମ ମୋତେ ସମର୍ଥନ ଜଣାଇଥିଲେ। ତାଙ୍କ ନେତୃତ୍ୱରେ ଆଗକୁ ବଢିବାର ସୁଯୋଗ ପାଇଥିଲି ବୋଲି କାନେରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: ଦୁଇ କ୍ରିକେଟର ଗିରଫ

ବେଙ୍ଗାଲୁରୁ,୭।୧୧(ପି.ଟି.)- ଆଇପିଏଲର ୩ ଦଳ ପାଇଁ ଖେଳିଥିବା ପ୍ରଥମ ଶ୍ରେଣୀ କ୍ରିକେଟର ସି.ଏମ୍‌. ଗୌତମ ଓ ତାଙ୍କର ପୂର୍ବତନ କର୍ନାଟକ ସାଥି ଖେଳାଳି ଆବରାର କାଜିଙ୍କୁ...

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ: ଟସ୍‌ ଜିତିଲା ଶ୍ରୀଲଙ୍କା

କଲମ୍ବୋ,୨୦।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ...

ମୁସ୍‌ଫିକର, ବ୍ରାଇସ୍‌ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୪ା୬ (ପି.ଟି.)-ବାଂଲାଦେଶର ପୂର୍ବତନ ଅଧିନାୟକ ମୁସ୍‌ଫିକର ରହିମ ଓ ସ୍କଟିଶ ଅଲ୍‌ରାଉଣ୍ଡର କ୍ୟାଥରିନ୍‌ ବ୍ରାଇସ୍‌ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଆଇସିସି ପ୍ଲେୟର...

୬୦ ବର୍ଷ ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ମୁଣ୍ଡରୁ ବାହାରିଲା ଟାଇଟାନିୟମ ପ୍ଲେଟ

ମୁମ୍ବାଇ,୭।୪: ପୂର୍ବତନ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରୁ ଏକ ଲୁହା ପ୍ଲେଟ୍‌ ବାହାର କରାଯାଇଛି। ୧୯୬୨ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଚାରଲି ଗ୍ରିଫିଥ୍‌ଙ୍କ ଏକ ବାଉନ୍ସର...

ବୋଲ୍ଡ କରି ପୁରୁଣା ରାଗର ପ୍ରତିଶୋଧ ନେଲେ ବୁମ୍‌ରା; ପ୍ରଶଂସକ କହିଲେ ଜବରଦସ୍ତ

କେପ୍‌ଟାଉନ୍‌,୧୩।୧: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ମଇଦାନରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ପ୍ରଥମ...

ନୂଆ ଲୁକ୍‌ରେ ଧୋନୀ

ଚେନ୍ନାଇ,୧୦।୭: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇରେ ପହଞ୍ଚିଛନ୍ତି। ଧୋନୀ ନିଜ ପ୍ରଡକ୍ସନ ହାଉସର ପ୍ରଥମ ଚଳଚ୍ଚିତ୍ର ‘ଲେଟ୍‌ସ ଗେଟ୍‌...

ଅର୍ଶଦୀପଙ୍କ ସମର୍ଥନରେ ବାହାରିଲେ ସଚିନ

ମୁମ୍ବାଇ,୬।୯: ଏସିଆ କପ୍‌ର ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ଭାରତର ପରାଜୟ ପରେ ଚର୍ଚ୍ଚାରେ ବୋଲର୍‌ ଅର୍ଶଦୀପ ସିଂ। ବିରୋଧୀ ଟିମ୍‌ ଇନିଂସର ୧୮ତମ ଓଭରରେ...

ବାୟୋ-ବବଲରେ ନିୟମତ ଖେଳିବା କଷ୍ଟକର

ଦୁବାଇ,୭।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜୈବସୁରକ୍ଷିତ ପରିବେଶ ବା ବାୟୋ ବବଲ୍‌ରେ ନିୟମିତ ଖେଳିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ଓ ଏହା କଷ୍ଟକର ବୋଲି ଭାରତୀୟ...

Advertisement
Archives

Model This Week