ଆପଣମାନେ ଖୁସି ତ

ରିଲିଜ୍‌ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ଫ୍ରମ୍‌ ମି ଟୁ ୟୁ’ ଏବେ ଚର୍ଚ୍ଚାରେ। କାରଣ ଏଥିରେ ଏପରି ଏକ ଗୀତ ସଂଯୋଜିତ ହୋଇଛି, ଯାହା ଆଲୋଚନା ପାଇଁ ଯଥେଷ୍ଟ ଖୋରାକ ଯୋଗାଇଛି। ଗୀତଟିର ଏକ ଟ୍ୟାଗ୍‌ ଲାଇନ୍‌ ରହିଛି ‘ଆପଣମାନେ ଖୁସି ତ’। ଓଲିଉଡ୍‌ର ମ୍ୟୁଜିକ୍‌ ସାଇଣ୍ଟିଷ୍ଟ ଭାବେ ପରିଚିତ ପ୍ରେମ ଆନନ୍ଦ ଏହାର ସ୍ବର ସଂଯୋଜନା କରିଥିବା ବେଳେ ମସ୍ତିଭରା ଏପରି ଗୀତଟିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ। ଏ ସମ୍ପର୍କରେ ପ୍ରେମ ଆନନ୍ଦ କହନ୍ତି, ‘କଲେଜର ବାର୍ଷିକ ଉତ୍ସବରେ ପିଲାମାନେ ଗୀତ ଗାଇ ନାଚୁଛନ୍ତି। ଏହି ସମୟରେ ଏଭଳି ଏକ ଗୀତକୁ ଯୋଡ଼କା ଯାଇଛି, ଯାହାର ଆଦ୍ୟ ଲାଇନ୍‌ ରହିଛି- ମନଟା ଆମ ମାଲ୍‌ ମହୁ ଦିଲ୍‌ଟା ସାଦାସିଧା। ସିକ୍ୟୁଏନ୍ସ ଅନୁସାରେ ଜଣେ ଝିଅ ପୁଅମାନଙ୍କ ମଧ୍ୟରୁ କିଏ ତା’ ସହ ନାଚିବ ବୋଲି କହିବା ପରେ ଜଣେ ପୁଅ ତାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛି। ଆଉ ଯେତେବେଳେ ଏହି ଯୋଡିକୁ ବାହାବା ମିଳୁଛି ସେତେବେଳେ ପୁଅଟି କହୁଛି ‘ଆପଣମାନେ ଖୁସି ତ’।’ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆଶୁତୋଷ ଏବଂ ଅସୀମା ପଣ୍ଡା। ‘ଆପଣମାନେ ଖୁସି ତ’ ଲାଇନ୍‌ଟିକୁ ଗାଇଛନ୍ତି ବିୟୁଟିଫୁଲ ଦାସ। ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ଜ୍ୟୋତି ନାୟକ ଏବଂ ଅମ୍ଳାନ କୁମାର। ତାଙ୍କ ସହ ନାୟିକା ଭାବରେ ସ୍କ୍ରିନ୍‌ ଶେୟାର କରିଛନ୍ତି ‘ମିଠା ମିଠା’ ଚଳଚ୍ଚିତ୍ରରେ ଜ୍ୟୋତିଙ୍କ ନାୟିକା ସାଜିଥିବା ଶ୍ରଦ୍ଧା। ରିସ୍ତାଓ୍ବେଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଫିଲ୍ମଟିର କାର୍ଯ୍ୟକାରୀ ପ୍ରଯୋଜନା କରିଛନ୍ତି ରାଜେଶ କୁମାର ମହାନ୍ତି। ହେମନ୍ତ କୁମାର ସାହୁ ଏହି ଫିଲ୍ମରୁ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସହ-ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅଶ୍ୱିନୀ ଗଡ଼ନାୟକ। ଗୀତଗୁଡିକର କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ। ଫିଲ୍ମଟି ଚଳିତ ମାସରେ ରିଲିଜ୍‌ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି କୋଟି ଟଙ୍କାର ଆପାର୍ଟମେଣ୍ଟ କିଣିଲେ ନୀତୁ କପୁର

ମୁମ୍ବାଇ: ଅଭିନେତ୍ରୀ ତଥା ରଣବୀର କପୁରଙ୍କ ମା’ ନୀତୁ କପୁର ନିଜ ପାଇଁ ଏକ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ରିପୋର୍ଟ ଅନୁଯାୟୀ, ଆଲିଆଙ୍କ ଶାଶୁ ନୀତୁ...

୪୦ ବର୍ଷରେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇସାରିଥିଲେ ସିଦ୍ଧାର୍ଥ; ଆଗକୁ ହାତରେ ଥିଲା…

ବମ୍ବେ: ବୟସ ବା କେତେ। ମାତ୍ର ୪୦ ବର୍ଷ। ସେ କ୍ୟାରିୟରର ଏଭଳି ସମୟରେ ଥିଲେ ତାଙ୍କୁ ବିଭିନ୍ନ କାମ ପାଇଁ ଅଫର୍‌ ମିଳୁଥିଲା। ଏପରିକି...

ମୋଦି-ଟ୍ରମ୍ପ୍‌ଙ୍କ ସମ୍ମୁଖରେ ‘ଜୟ-ଜୟ କାରା’ ଗାନ କରିବେ କୈଳାଶ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ...

ଶ୍ରଦ୍ଧା କପୁରଙ୍କୁ ପୂରିଲା ୩୩: ରୋମାନ୍ସ୍‌ ପାଇଁ ବେଳ ନାହିଁ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ମଙ୍ଗଳବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା...

ଏହି ଅଭିନେତ୍ରୀଙ୍କ ସହ ଠୁମ୍‌କା ଲଗାଇଲେ ଭାଜପା ଏମ୍‌ପି

ଟିଭି ଇଣ୍ଡଷ୍ଟ୍ରିରେ ରଶ୍ମୀ ଦେଶାଇ ଏକ ଜଣାଶୁଣା ନାମ। ସେ ‘ୟେ ଲମହେ ଜୁଦାଇ କେ’ରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କ ଜୀବନରେ...

ନେଗେଟିଭ ରୋଲ୍‌ ପାଇଁ ଶ୍ରୀୟା ଖୁସି

ମୁମ୍ବାଇ: ୨୦୧୮ରେ ରିଲିଜ ହୋଇଥିବା କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ଅନ୍ଧାଧୂନ’କୁ ଅନେକ ଦର୍ଶକ ପ୍ରଶଂସା କରିଥିଲେ। ଏହି ଫିଲ୍ମରେ ଅଭିନେତ୍ରୀ ତବୁଙ୍କ ନେଗେଟିଭ ଚରିତ୍ରକୁ ସିନେ...

୪ବର୍ଷ ପରେ ବଡ ପରଦାରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ବିଦ୍ୟା ବାଲାନଙ୍କ ନୂଆ ଫିଲ୍ମ ଜୁଲାଇ ୭ରେ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ବୁଧବାର ବିଦ୍ୟା ଫିଲ୍ମ ‘ନିୟତ’ର ପୋଷ୍ଟର୍‌ ଏବଂ ଟିଜର୍‌ ସୋସିଆଲ...

ଯାତ୍ରା ଇଣ୍ଡଷ୍ଟ୍ରିର ସଫଳ ଯୋଡ଼ି ସୁବାସ-ମାମା

ଯାତ୍ରା ଇଣ୍ଡଷ୍ଟ୍ରିରେ ଯେଉଁ କେତେଜଣ ନାୟକ-ନାୟିକା ଯୋଡ଼ିଙ୍କୁ ଲୋକପ୍ରିୟ ତଥା ସଫଳ ଯୋଡ଼ି ବୋଲି କୁହାଯାଏ ସେମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ହେଉଛନ୍ତି ‘ସୁବାସ-ମାମା’। ଏଠାରେ...

Advertisement
Archives

Model This Week