ଆନ୍ଧ୍ରରୁ ରେଳ ଲାଇନ୍‌ରେ ଚାଲି ଚାଲି ଗାଁକୁ ଫେରିଲେ ୪ ଦାଦନ ଶ୍ରମିକ

କଣ୍ଟାବାଞ୍ଜି, ୧୬।୪(ଡି.ଏନ.ଏ.)- କରୋନା ମହାମାରର ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍‌ ଡାଉନ ରହିଛି। ଏଣୁ ଟ୍ରେନ୍‌ ସହ ଯାନବାହାନ ବନ୍ଦ ରହିଛି। ହେଲେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ୍‌ ତଥା କଣ୍ଟାବାଞ୍ଜି ଥାନା ଅଧୀନ ହିଆଁଲ ପଞ୍ଚାୟତ ଡୁମେରଚୁଆଁ ଗାଁର ୪ ଜଣ ବ୍ୟକ୍ତି ଆନ୍ଧ୍ର ପାର୍ବତୀପୁରମ୍‌ରୁ ରେଳ ଲାଇନ କଡେ କଡେ ଚାଲି ଚାଲି ଗାଁରେ ପହଞ୍ଚିଛନ୍ତି। ଏମାନେ ସେଠାରେ ଏକ ଇଟାଭାଟିରେ କାମ କରୁଥିଲେ। ୫/୬ ଦିନ ଚାଲିବା ପରେ ବୁଧବାର ରାତିରେ ଏମାନେ ଘରେ ପହଞ୍ଚିଛନ୍ତି। ଗାଁ ଲୋକେ ଏମାନଙ୍କ ସମ୍ପର୍କରେ ସରପଞ୍ଚ ହରିସିଂ ପୋଢଙ୍କୁ ଜଣାଇଥିଲେ। ହେଲେ ସେମାନଙ୍କ ପାଇଁ ପଞ୍ଚାୟତ କ୍ୱାରାଣ୍ଟାଇନ କେନ୍ଦ୍ରରେ କୌଣସି ସୁବିଧା କରାଯାଇ ନ ଥିବାରୁ ଗାଁରୁ ପଳାଇ ଯିବାକୁ ସରପଞ୍ଚ କହିଥିଲେ। ଗାଁ ଲୋକେ ଏ ନେଇ ତୁରେକେଲା ବିଡିଓ ମନୋଞ୍ଜେନ ପାଣିଗ୍ରାହୀ ଓ କଣ୍ଟାବାଞ୍ଜି ତହସିଲଦାର ଅଶୋକ ମାଝିଙ୍କୁ ଜଣାଇବାକୁ ଫୋନ୍‌ରେ ଚେଷ୍ଟା କରିଥିଲେ ବି ଲାଗି ନ ଥିଲା। ଏଣୁ ଏହି ୪ ବ୍ୟକ୍ତି ଏବେ ବାଧ୍ୟ ହୋଇ ନିଜ ଘରେ ପରିବାର ମେଳରେ ରହୁଛନ୍ତି। ତେବେ ଏଏନ୍‌ଏମ୍‌ ପଙ୍କଜିନୀ ଡୋରା, ଆଙ୍ଗନଓ୍ବାଡି କର୍ମୀ ସାବିତ୍ରୀ ସୁନା, ଲକ୍ଷ୍ମୀ ମାଝି, ଆଶାକର୍ମୀ ରୁଖବତି ଜାଲ ଗୁରୁବାରୁ ସକାଳୁ ଏମାନଙ୍କୁ ଭେଟି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀରୁ ଫାଟି ଆଁ

ବଇଣ୍ଡା,୧୯ା୧୧(ଡି.ଏନ.ଏ.) ଲୋକଙ୍କ ନିକଟରେ ସ୍ବଚ୍ଛ ପାଣି ପହଞ୍ଚାଇବା ପାଇଁ ୧୪ ବର୍ଷ ତଳେ ନିର୍ମାଣ ହୋଇଥିଲା ଜଳ ଯୋଗାଣ ପ୍ରକଳ୍ପ। ଏହା ଶତପ୍ରତିଶତ ସଫଳ ନ ହେବାରୁ...

କେନ୍ଦୁଝର ଜିଲାପାଳ ଆଶ୍ୱସ୍ତ

କଟକ ଅଫିସ/କେନ୍ଦୁଝର,୧୯ା୪(ସ୍ବ.ପ୍ର.):ବିଭିନ୍ନ ଜନଜାତିଙ୍କ ବ୍ୟକ୍ତିଗତ ତଥା ସାମୂହିକ କେସ୍‌ର ୮ଟି ମାମଲାରେ ଜାତୀୟ ଅନୁସୂଚିତ ଜନଜାତି (ଏସ୍‌ଟି) କମିଶନଙ୍କ ନିକଟରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ...

ବାରମ୍ବାର ଘଟୁଛି ଦୁର୍ଘଟଣା, ଅସୁରକ୍ଷିତ ଖଣି ଅଞ୍ଚଳ

କେନ୍ଦୁଝର, ୧୮ା୫ (ସ୍ବ.ପ୍ର.)-ସରକାରଙ୍କ ଓଡିଶା ଖଣି ନିଗମ ଅଧୀନ ଶୁଆକାଠି ଗନ୍ଧମାର୍ଦ୍ଦନ ଖଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହା ଅସୁରକ୍ଷିତ ହୋଇପଡ଼ିଛି। ଉପଯୁକ୍ତ ତଦାରଖର ଅଭାବରୁ...

କମେଣ୍ଟମରାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ଯାଜପୁରଟାଉନ, ୧୭ା୬(ଡି.ଏନ୍‌.ଏ.): ଯାଜପୁରସହର ନିକଟସ୍ଥ ଚିତାଳୋ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ରକରି ଶନିବାର ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ...

ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଚିତ୍ରକୋଣ୍ଡା, ୫।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍‌ଏଫ କ୍ୟାମ୍ପରେ ଜଣେ ଯବାନ ନିଜ ସର୍ଭିସ ରିଭଲବଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏହି...

ସାବିତ୍ରୀ ପାଳିଲେ ଚୌଦ୍ୱାର ଜେଲରେ ଥିବା ମହିଳା

ଚୌଦ୍ୱାର,୨୨।୫(ଡି.ଏନ୍‌.ଏ): ଆଜି ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସ୍ତ୍ରୀମାନେ ଏହି ପୂଜା କରିଥାନ୍ତି। ତେବେ କୌଣସି କାରଣରୁ ଜେଲରେ ଥିବା ମହିଳା କଏଦୀମାନେ ମଧ୍ୟ...

ମଦ ନେଲା ଜୀବନ: ନିଶାରେ ସ୍ତ୍ରୀଙ୍କୁ ପିଟି ମାରିଦେଲେ ସ୍ବାମୀ

ରେମୁଣା,୧୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ସେରଗଡ଼ ପଞ୍ଚାୟତ ୯ନଂ ଓ୍ବାର୍ଡରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ସ୍ବାମୀ ସ୍ତ୍ରୀଙ୍କୁ...

ଲକ୍‌ଡାଉନ୍‌ ପରେ କଳାବଜାର ଉପରେ କଡ଼ା ନଜର

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): ଗୋଟିଏ ପଟେ କରୋନା ସଂକ୍ରମଣ ପ୍ରତିହତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ବଳବତ୍ତର ରହିଥିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌...

Advertisement
Archives

Model This Week