ଆନନ୍ଦପୁର ପୌର ପରିଷଦ କାର୍ଯ୍ୟାଳୟରେ ଉତ୍ତେଜନା: ଯନ୍ତ୍ରୀ-ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଧସ୍ତାଧସ୍ତି

ଆନନ୍ଦପୁର,୨୭ା୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସହିତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ବଚସା ପରେ ଧସ୍ତାଧସ୍ତି ହୋଇଛି। ଫକୀରପୁର ୮ ନଂ. ଓ୍ବାର୍ଡର ଉନୟନ ଯୋଜନାରେ ସଂପୃକ୍ତ ଓ୍ବାର୍ଡରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସାମିଲ କରାଯାଇ ନ ଥିବାରୁ ଏପରି ଘଟଣା ଘଟିଛି। ଏଭଳି ଅଭାବନୀୟ ଘଟଣାର ସୂଚନା ପାଇ ଆନନ୍ଦପୁର ପୋଲିସ ଅଧିକାରୀ ଗଗନ ବିହାରୀ ବିଶ୍ୱାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ହେଲେ ପୌର କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଘଟଣାର କୌଣସି ସମାଧାନ ହୋଇପାରି ନ ଥିଲା। ଫଳରେ ମହିଳାମାନେ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କ ଅଭିଯୋଗ ପତ୍ର ପ୍ରଦାନ କରି ଫେରିଥିଲେ।
ସୂଚନାଯୋଗ୍ୟ, କୋଭିଡ୍‌-୧୯ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଆବାସ ଏବଂ ସହର ବିକାଶ ନିଗମ ଚିଠି ନଂ ୮୩୯୧/୨୨.୪.୨୦ଅନୁଯାୟୀ ସହରାଞ୍ଚଳରେ ଥିବା ଶ୍ରମିକମାନଙ୍କୁ ନିଯୁକ୍ତିର ସୁବିଧା ଯୋଗାଇବା ନିମନ୍ତେ ଯୋଜନା ପ୍ରଣୟନ କରାଯାଇଛି। ଏହି ସହରାଞ୍ଚଳ କର୍ମ ନିଯୁକ୍ତି ଯୋଜନା ଆଧାରରେ ଓ୍ବାର୍ଡର ବିଭିନ୍ନ ଉନ୍ନୟନମୂଳକ ଯୋଜନା ହାତକୁ ନିଆଯାଇଛି। ଏହା ସହିତ ଏହି ଉନ୍ନୟନ କାର୍ଯ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ କରିବାର ଯୋଜନା ମଧ୍ୟ ରହିଛି। ଯଦିଓ ଉନ୍ନୟନ କାର୍ଯ୍ୟଗୁଡ଼ିକର କାର୍ଯ୍ୟାଦେଶ ପୌରପରିଷଦର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମଞ୍ଜୁର ହେବ ତଥାପି ଏହି କାର୍ଯ୍ୟଗୁଡିକର ତଦାରଖ ଦାୟିତ୍ୱ ଓ୍ବାର୍ଡ କମିଟି ଉପରେ ନ୍ୟସ୍ତ କରାଯାଇଛି। ଏହି ଓ୍ବାର୍ଡ କମିଟିରେ ବିଭିନ୍ନ ବର୍ଗର ଲୋକ ରହିବାର ବ୍ୟବସ୍ଥା ରହିଛି। ଯେପରିକି ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀ, ପଞ୍ଜିକୃତ ସଂସ୍ଥାର ସଭାପତି କିମ୍ବା ସମ୍ପାଦକ, ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି କିମ୍ବା ସମ୍ପାଦକ, ସ୍ଲମ ଅଞ୍ଚଳରେ ଗଠିତ ହୋଇଥିବା କମିଟିର ସଭାପତି କିମ୍ବା ସମ୍ପାଦକ, ପୌର ଅଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ସ୍ବଚ୍ଛ ସାଥୀ କିମ୍ବା ସ୍ବଚ୍ଛ ସୁପରଭାଇଜର୍‌ ରହିବାର ବ୍ୟବସ୍ଥା ରହିଛି। ୧ ଲକ୍ଷ ଟଙ୍କା ମଧ୍ୟରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ସ୍ବୟଂ ସହାୟିକା ଗୋଷ୍ଠୀ, ସ୍ଲମ ଅଞ୍ଚଳରେ ଗଠିତ ହୋଇଥିବା କମିଟିକୁ ଦାୟିତ୍ୱ ଦେବାର ବ୍ୟବସ୍ଥା ରହିଛି। ମାତ୍ର ଏଥିରେ ଅଣଦେଖା କରାଯାଇଥିବାରୁ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri