ଆନନ୍ଦପୁର ପୌର ପରିଷଦ କାର୍ଯ୍ୟାଳୟରେ ଉତ୍ତେଜନା: ଯନ୍ତ୍ରୀ-ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଧସ୍ତାଧସ୍ତି

ଆନନ୍ଦପୁର,୨୭ା୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସହିତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ବଚସା ପରେ ଧସ୍ତାଧସ୍ତି ହୋଇଛି। ଫକୀରପୁର ୮ ନଂ. ଓ୍ବାର୍ଡର ଉନୟନ ଯୋଜନାରେ ସଂପୃକ୍ତ ଓ୍ବାର୍ଡରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସାମିଲ କରାଯାଇ ନ ଥିବାରୁ ଏପରି ଘଟଣା ଘଟିଛି। ଏଭଳି ଅଭାବନୀୟ ଘଟଣାର ସୂଚନା ପାଇ ଆନନ୍ଦପୁର ପୋଲିସ ଅଧିକାରୀ ଗଗନ ବିହାରୀ ବିଶ୍ୱାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ହେଲେ ପୌର କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଘଟଣାର କୌଣସି ସମାଧାନ ହୋଇପାରି ନ ଥିଲା। ଫଳରେ ମହିଳାମାନେ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କ ଅଭିଯୋଗ ପତ୍ର ପ୍ରଦାନ କରି ଫେରିଥିଲେ।
ସୂଚନାଯୋଗ୍ୟ, କୋଭିଡ୍‌-୧୯ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଆବାସ ଏବଂ ସହର ବିକାଶ ନିଗମ ଚିଠି ନଂ ୮୩୯୧/୨୨.୪.୨୦ଅନୁଯାୟୀ ସହରାଞ୍ଚଳରେ ଥିବା ଶ୍ରମିକମାନଙ୍କୁ ନିଯୁକ୍ତିର ସୁବିଧା ଯୋଗାଇବା ନିମନ୍ତେ ଯୋଜନା ପ୍ରଣୟନ କରାଯାଇଛି। ଏହି ସହରାଞ୍ଚଳ କର୍ମ ନିଯୁକ୍ତି ଯୋଜନା ଆଧାରରେ ଓ୍ବାର୍ଡର ବିଭିନ୍ନ ଉନ୍ନୟନମୂଳକ ଯୋଜନା ହାତକୁ ନିଆଯାଇଛି। ଏହା ସହିତ ଏହି ଉନ୍ନୟନ କାର୍ଯ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ କରିବାର ଯୋଜନା ମଧ୍ୟ ରହିଛି। ଯଦିଓ ଉନ୍ନୟନ କାର୍ଯ୍ୟଗୁଡ଼ିକର କାର୍ଯ୍ୟାଦେଶ ପୌରପରିଷଦର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମଞ୍ଜୁର ହେବ ତଥାପି ଏହି କାର୍ଯ୍ୟଗୁଡିକର ତଦାରଖ ଦାୟିତ୍ୱ ଓ୍ବାର୍ଡ କମିଟି ଉପରେ ନ୍ୟସ୍ତ କରାଯାଇଛି। ଏହି ଓ୍ବାର୍ଡ କମିଟିରେ ବିଭିନ୍ନ ବର୍ଗର ଲୋକ ରହିବାର ବ୍ୟବସ୍ଥା ରହିଛି। ଯେପରିକି ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀ, ପଞ୍ଜିକୃତ ସଂସ୍ଥାର ସଭାପତି କିମ୍ବା ସମ୍ପାଦକ, ସ୍ବୟଂ ସହାୟିକା ଗୋଷ୍ଠୀର ସଭାପତି କିମ୍ବା ସମ୍ପାଦକ, ସ୍ଲମ ଅଞ୍ଚଳରେ ଗଠିତ ହୋଇଥିବା କମିଟିର ସଭାପତି କିମ୍ବା ସମ୍ପାଦକ, ପୌର ଅଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ସ୍ବଚ୍ଛ ସାଥୀ କିମ୍ବା ସ୍ବଚ୍ଛ ସୁପରଭାଇଜର୍‌ ରହିବାର ବ୍ୟବସ୍ଥା ରହିଛି। ୧ ଲକ୍ଷ ଟଙ୍କା ମଧ୍ୟରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ସ୍ବୟଂ ସହାୟିକା ଗୋଷ୍ଠୀ, ସ୍ଲମ ଅଞ୍ଚଳରେ ଗଠିତ ହୋଇଥିବା କମିଟିକୁ ଦାୟିତ୍ୱ ଦେବାର ବ୍ୟବସ୍ଥା ରହିଛି। ମାତ୍ର ଏଥିରେ ଅଣଦେଖା କରାଯାଇଥିବାରୁ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ହତ୍ୟା ଉଦ୍ୟମ ମାମଲା, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୧ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ୍ତ ଥିବା ମହୁଡ଼ା ନିକଟ ବରପଲ୍ଲି ଗାଁର କୃଷ୍ଣ ନାୟକଙ୍କୁ ମାମଲା ନଂ.୧୦୮/୨୨...

ଘରେ ପହଞ୍ଚି ପାରିଲେନି: ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଓ ୨ ଶିଶୁ ଗୁରୁତର

ଛେଣ୍ଡିପଦା, ୨୪।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳ ଦେଇଯାଇଥିବା ୫୫ନଂ. ଜାତୀୟ ରାଜପଥ ତୁକୁଡା ମୁଣ୍ଡାସାହି ନିକଟରେ ମଙ୍ଗଳବାର ଭୋର୍‌ ସମୟରେ ଏକ ଦୁଃଖଦ...

ଜିଲା ପ୍ରଶାସନ ବାଣ୍ଟିଲା ଭତ୍ତା

ଅନୁଗୋଳ ଅଫିସ, ୨୬।୩: ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୮ ବ୍ଲକ, ୨ଟି ପୌରପାଳିକା ଓ ଗୋଟିଏ ପୌରପରିଷଦରେ ଭତ୍ତା ବଣ୍ଟନ କରାଯାଇଛି। ଏଥିସହ...

ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ

ଏମ୍‌ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨)...

ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ମହିଳା ମୃତ

କେନ୍ଦୁଝର,୨୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗସାହିରେ ଶନିବାର ବିଦ୍ୟୁତତାର ଲାଗି ୩ ମହିଳାଙ୍କ ଜୀବନ ଯାଇଛି। ଏକ ଛେଳିକୁ ବଞ୍ଚାଇବାକୁ ଯାଇ...

ସରକାରୀ ଦସ୍ତାବିଜ୍‌ ସହ ସୂଚନା ଅଧିକାର ତଥ୍ୟ ଅମେଳ

ମାଲକାନଗିରି, ୨୩।୧୧(ଡି.ଏନ.ଏ.): ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲାର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଗୁରୁତ୍ୱ ଦେଉଛନ୍ତି। ଜିଲାର ଗ୍ରାମାଞ୍ଚଳଗୁଡିକରେ ଯୋଗାଯୋଗ ସୁବିଧା ପାଇଁ...

କାଠଯୋଡ଼ି ବ୍ରିଜ୍‌ ମରାମତି ପାଇଁ ଯାତାୟାତରେ କଟକଣା

କଟକ ଅଫିସ, ୧ା୭:କଟକ କାଠଯୋଡ଼ି ମଝି ବ୍ରିଜ୍‌ର ମରାମତି କାର୍ଯ୍ୟ କରାଯିବ। ଏଥିପାଇଁ ଯାନବାହନ ଚଳାଚଳ ନିମନ୍ତେ କଟକଣା ଲାଗୁ କରାଯାଇଛି। ଏହା ଜୁଲାଇ ୧ରୁ...

ଗଙ୍ଗଲାଗୁଡ଼ା ଗ୍ରାମକୁ ନାହିଁ ରାସ୍ତା: ପ୍ରତିବାଦରେ ରାସ୍ତାରେ ତଳି ରୋପଣ କଲେ ଗ୍ରାମବାସୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି

କୋରୁକୋଣ୍ଡା,୭।୯(ଡି.ଏନ୍‌.ଏ.): ସରକାର ପ୍ରତି ଗ୍ରାମକୁ ସଡ଼କପଥ ସହ ଯୋଡ଼ିବା ନିମନ୍ତେ ବହୁ ଯୋଜନା କରିଛନ୍ତି। ହେଲେ ଏହାର ସଫଳ ରୂପାୟନ ମାଲକାନଗିରି ଜିଲାରେ ହୋଇପାରୁନାହିଁ। ଆଜିବି...

Advertisement
Archives

Model This Week