Posted inଖେଳ

ଆଥଲେଟ୍‌ଙ୍କ ଟ୍ରେନିଂ ଆଜିଠାରୁ

ନୂଆଦିଲ୍ଲୀ, ୨୫।୫(ପି.ଟି.)- କରୋନା ଭାଇରସ୍‌ ସଂକ୍ରମଣଜନିତ ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ୨ମାସ ଘର ଭିତରେ ରହିବାପରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ମାନେ ସୋମବାରଠାରୁ ଆଉଟଡୋର ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଆହତ ସମସ୍ୟାଠାରୁ ଦୂରେଇ ରହିବାପାଇଁ ମୁଖ୍ୟତଃ ଫିଟ୍‌ନେସ ଟ୍ରେନିଂ ଉପରେ ଫୋକସ ରହିବ। ଏନଆଇଏସ ପଟିଆଲା, ସାଇ ସେଣ୍ଟର ବେଙ୍ଗାଲୁରୁ ଏବଂ ଉଟିଠାରେ ଆଉଟଡୋର ଫିଟ୍‌ନେସ ଟ୍ରେନିଂ ସୋମବାରଠାରୁ ଆରମ୍ଭ ହେବ ବୋଲି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ସଭାପତି ଆଡିଲ ସୁମାରିଓ୍ବାଲା ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଚଳିତମାସ ୧୭ ତାରିଖରେ ସରକାର ବିନା ଦର୍ଶକରେ ଗାଇଡଲାଇନ୍‌ ଅନୁସାରେ ଷ୍ଟାଡିୟମରେ ଟ୍ରେନିଂ ଆରମ୍ଭ ପାଇଁ ଅନୁମତି ପ୍ରଦାନ କରିଥିଲେ। ଫଳରେ ଆଥଲେଟ୍‌ଙ୍କ ଆଉଟଡୋର ଟ୍ରେନିଂ ପାଇଁ ପଥ ଉନ୍ମୁକ୍ତ ହୋଇଥିଲା। ”ଆଥଲେଟ୍‌ମାନେ ୮ ସପ୍ତାହଧରି ଘରେ ରହିଯିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଫିଟ୍‌ନେସ ଟ୍ରେନିଂ ଜରୁରୀ ହୋଇ ପଡ଼ିଛି। ଫିଟ୍‌ନେସ ସ୍ତରରେ ଉନ୍ନତି ଆସିଲେ ସେମାନେ ଟ୍ରାକ୍‌ ଉପରେ ରନିଂ, ନର୍ଦ୍ଦିିଷ୍ଟ ସ୍ଥାନରେ ଥ୍ରୋଇଂ ଆଦି ସ୍ବତନ୍ତ୍ର ଟ୍ରେନିଂ ଆରମ୍ଭ କରିପାରିବେ“ ବୋଲି ସୁମାରିଓ୍ବାଲା କହିଛନ୍ତି।
ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ତାରକା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଉଟଡୋର ଟ୍ରେନିଂ ପାଇଁ ବ୍ୟଗ୍ରତା ପ୍ରକାଶ କରିଛନ୍ତି। ” ମୁଁ ଖୁସି ଅନୁଭବ କରୁଛି। ଏହା ଏକ ଧିମା ଆରମ୍ଭ ହୋଇଥିଲେ ହେଁ କିଛି ହେବାକୁ ଯାଉଥିବାରୁ ଭଲ ଲାଗୁଛି“ ବୋଲି ଏନଆଇଏସ ପଟିଆଲାରେ ମାର୍ଚ୍ଚ ୧୮ରୁ ଗୃହାବଦ୍ଧ ହୋଇ ରହିଥିବା ନୀରଜ କହିଛନ୍ତି। ସ୍ପ୍ରିଣ୍ଟର ହିମା ଦାସଙ୍କ ସମେତ ଟ୍ରାକ୍‌ ଧାବକ ଓ ଥ୍ରୋ ଇଭେଣ୍ଟକୁ କ୍ୟାରିୟର କରୁଥିବା ଆଥଲେଟ୍‌ମାନେ ଏନଆଇଏସ ପଟିଆଲା, ରେସ୍‌ ଓ୍ବାକରମାନେ ବେଙ୍ଗାଲୁରୁସ୍ଥିତ ସାଇ(ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ) ସେଣ୍ଟର ଓ ଲଙ୍ଗ ଡିଷ୍ଟାନ୍ସ ରନରମାନେ ତାମିଲନାଡ଼ୁର ଉଟିସ୍ଥିତ କ୍ୟାମ୍ପରେ ରହିଛନ୍ତି। ଓଡ଼ିଶା ସରକାର ଲକ୍‌ଡାଉନ୍‌ ନିୟମ କୋହଳ କରିବାପରେ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉଟଡୋର ଟ୍ରେନିଂ ଆରମ୍ଭ କରି ଦେଇଛନ୍ତି। ଏଏଫଆଇ ପ୍ରଣୟନ କରିଥିବା ନିୟମ ଅନୁସାରେ ଆଥଲେଟ୍‌ମାନେ ଟ୍ରେନିଂ ଅବସରରେ କାହା ସହିତ ହାତ ମିଳାଇ ପାରିବେ ନାହିଁ, ଆଲିଙ୍ଗନ କରିପାରିବେ ନାହିଁ, ଛେପ ପକାଇ ପାରିବେ ନାହିଁ କିମ୍ବା ଅଭ୍ୟର୍ଥନା ପ୍ରକୋଷ୍ଟକୁ ଯାଇ ପାରିବେ ନାହିଁ। ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିକୋ ଓଡ଼ିଶା ଏଫ୍‌ସିର ନୂଆ କୋଚ୍‌: କିନୋ ସହକାରୀ କୋଚ୍‌ ନିଯୁକ୍ତ

ଭୁବନେଶ୍ୱର, ୨୧।୭(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ୍‌)ର ୮ମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫ୍‌ସି ମଙ୍ଗଳବାର ନୂଆ ମୁଖ୍ୟ କୋଚ୍‌ ଏବଂ ସହକାରୀ କୋଚ୍‌ ନିଯୁକ୍ତ...

ପୂର୍ବତନ ହକି ଖେଳାଳି ବଲ୍‌ବୀରଙ୍କ ପରଲୋକ

ନୂଆଦିଲ୍ଲୀ, ୧ା୩ (ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ବଲ୍‌ବୀର ସିଂ କୁଲାରଙ୍କ ଦୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ୧୯୬୮ ଅଲିମ୍ପିକ୍ସ...

ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

ମୁମ୍ବାଇ,୧୯।୪ : ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ...

ପୁଣି ଥରେ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆଣିଲେ ସିରାଜ, ଷ୍ଟାଣ୍ଡ୍‌ରୁ ହଟିଲେ ଦର୍ଶକ

ସିଡ୍‌ନୀ,୧୦।୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ସିଡ୍‌ନୀ ଟେଷ୍ଟର ତୃତୀୟ ଦିନ ଭଳି ରବିବାର ମଧ୍ୟ ଫିଲ୍ଡରେ ଘଟିଛି ଅସ୍ବାଭାବିକ ଘଟଣା।...

ସର୍ବଭାରତୀୟ ମହାବୀର କ୍ରିକେଟ୍‌: ୟୁ ଆଣ୍ଡ୍‌ ମି ଚାମ୍ପିୟନ୍‌

ସୋର, ୨୬ା୧୨(ଡି.ଏନ୍‌.ଏ): ସୋର ବ୍ଲକ ବାଗୁଡ଼ି ମହାବୀର କ୍ଲବ ଆନୁକୂଲ୍ୟରେ ୨୨ତମ ସର୍ବଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ରାମେଶ୍ୱର ସ୍ପୋର୍ଟିଂକୁ ହରାଇ...

ମ୍ୟାଚ୍‌ ଜିତିବା ପରେ ମାଲିକଙ୍କୁ ବଡ ପାଟିରେ ଏମିତି କହିଲେ ଦୀନେଶ କାର୍ତ୍ତିକ

ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଏକ ନିଶ୍ଚିତ ପରାଜୟ ମ୍ୟାଚ୍‌କୁ ଜିତିଛି କୋଲକାତା ନାଇଟ ରାଇଡର୍ସ। ଏହି ବିଜୟ ପରେ ଦଳର ମନୋବଳ...

ଜର୍ମାନୀ, ନେଦରଲାଣ୍ଡ୍ସ, ଫିନ୍‌ଲାଣ୍ଡରେ ମୋଟୋ ଗ୍ରାଁ ପ୍ରି ରେସ୍‌ ବାତିଲ

ପ୍ୟାରିସ୍‌,୩୦।୪ (ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ଜର୍ମାନୀ, ନେଦରଲାଣ୍ଡ୍ସ ଓ ଫିନ୍‌ଲାଣ୍ଡରେ ଆୟୋଜନ ହେବାକୁଥିବା ମୋଟୋ ଗ୍ରାଁ ପ୍ରି ରେସ୍‌ଗୁଡିକୁ ବାତିଲ କରାଯାଇଛି। ଜୁନ୍‌ ଓ...

ଟି୨୦ ସିରିଜ୍‌ର ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଙ୍ଗନୁଇ,୧୧।୨- ଟି୨୦ ସିରିଜ୍‌ ପରାଜୟର ମଧୁର ପ୍ରତିଶୋଧ ଦିନିକିଆ ଶୃଙ୍ଖଳାରେ ନେଇଛି ଘରୋଇ ନ୍ୟୁଜିଲାଣ୍ଡ ଦଳ। ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ଟିମ୍‌...

Advertisement
Ten Cric Info


Archives

Model This Week