Posted inଜାତୀୟ

ଆତ୍ମନିର୍ଭର ଭାରତ ନିର୍ମାଣରେ କୋଭିଡ୍‌ ଏକ ସୁଯୋଗ: ମୋଦି

କୋଲକାତା,୧୨ା୬(ପି.ଟି.):ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି କୋଭିଡ୍‌-୧୯ ସଙ୍କଟକୁ ଏକ ସୁଯୋଗରେ ରୂପାନ୍ତରିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ କୋଲକାତାରେ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ୯୫ତମ ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରି ମୋଦି କହିଥିଲେ, ବର୍ତ୍ତମାନ ସାହସିକ ନିଷ୍ପତ୍ତି ନେବା ଓ ନିବେଶ କରିବାର ପ୍ରକୃଷ୍ଟ ସମୟ। ବିଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଯେପରି ଦେଶରେ ଉତ୍ପାଦନ ହେବ, ତାହା ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନେବାକୁ ହେବ।
ଗତ ୫/୬ ବର୍ଷରେ ଭାରତର ଆତ୍ମନିର୍ଭର ଲକ୍ଷ୍ୟ ଦେଶର ନୀତି ଓ କାର୍ଯ୍ୟକ୍ରମରେ ପ୍ରାଧାନ୍ୟ ପାଇଆସିଛି। ଏଦିଗରେ ଉଦ୍ୟମକୁ କିପରି ତ୍ୱରାନ୍ବିତ କରିବାକୁ ହେବ, କୋଭିଡ୍‌-୧୯ ସଙ୍କଟ ଆମକୁ ସେ ଦିଗରେ ଶିକ୍ଷା ଦେଇଛି। ଏବେ ରକ୍ଷଣଶୀଳ ଦୃଷ୍ଟିଭଙ୍ଗୀ ନୁହେଁ, ସାହସିକ ନିଷ୍ପତ୍ତି ନେବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅର୍ଥନୀତିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବ୍ୟବସାୟକୁ ବଢ଼ାଇବାକୁ ହେବ ଏବଂ ପ୍ରତିଯୋଗିତାମୂଳକ ବିଶ୍ୱ ଯୋଗାଣ ଶୃଙ୍ଖଳ ପ୍ରସ୍ତୁତ କରିବାକୁ ହେବ। ଲୋକକୈନ୍ଦ୍ରିକ, ଲୋକ ପରିଚାଳିତ ତଥା ପରିବେଶ ଅନୁକୂଳ ବିକାଶ ଭାଜପା ନେତୃତ୍ୱାଧୀନ ସରକାରଙ୍କର ଶାସନର ଅଙ୍ଗ ହୋଇଛି। ନିକଟରେ ସରକାର ନେଇଥିବା ନିଷ୍ପତ୍ତି କୃଷକ ଏବଂ ଗ୍ରାମୀଣ ଅର୍ଥନୀତିକୁ ଦୀର୍ଘବର୍ଷର ଦାସତ୍ୱରୁ ମୁକ୍ତ କରିପାରିଛି। ଏବେ କୃଷକ ନିଜ ଉତ୍ପାଦିତ ଶସ୍ୟକୁ ଯେକୌଣସି ସ୍ଥାନରେ ବିକ୍ରି କରିବାର ସ୍ବାଧୀନତା ପାଇଛି।
ଭାରତ କେବଳ କୋଭିଡ୍‌-୧୯ ସଙ୍କଟ ନୁହେଁ, ବନ୍ୟା, ବାତ୍ୟା, ପଙ୍ଗପାଳ ଆକ୍ରମଣ, ଭୂକମ୍ପ ଆଦି ଚ୍ୟାଲେଞ୍ଜର ମଧ୍ୟ ସାମନା କରୁଛି। ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ହେବ। ସେଥିପାଇଁ ମହାମାରୀକୁ ଏକ ବଡ଼ ଟର୍ନିଂ ପଏଣ୍ଟରେ ପରିଣତ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏମ୍‌ଏସ୍‌ଏମ୍‌ଇର ସଂଜ୍ଞାରେ ପରିବର୍ତ୍ତନ ସମେତ କମ୍ପାନୀ ଆଇନ ଅଧୀନରେ ଥିବା ଅନେକ ନିୟମ ବଦଳିଛି। କୋଇଲା ଉତ୍ତୋଳନ କ୍ଷେତ୍ରରେ ଅଧିକ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ସୃଷ୍ଟି କରାଯାଇଛି। ଏପିଏମ୍‌ସି ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରେ ପରିବର୍ତ୍ତନ ହୋଇଛି। ସୌରଶକ୍ତି ସେକ୍ଟରରେ ପ୍ରବେଶ ଲାଗି ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଆହ୍ବାନ ଦେଇଥିଲେ। ବ୍ୟାଙ୍କ ବ୍ୟବସ୍ଥା ଏବେ ଗରିବଙ୍କ ପାଖରେ ପହଞ୍ଚତ୍ବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?