Posted inଜାତୀୟ

ଆତ୍ମନିର୍ଭର ଭାରତ ନିର୍ମାଣରେ କୋଭିଡ୍‌ ଏକ ସୁଯୋଗ: ମୋଦି

କୋଲକାତା,୧୨ା୬(ପି.ଟି.):ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି କୋଭିଡ୍‌-୧୯ ସଙ୍କଟକୁ ଏକ ସୁଯୋଗରେ ରୂପାନ୍ତରିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ କୋଲକାତାରେ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ୯୫ତମ ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରି ମୋଦି କହିଥିଲେ, ବର୍ତ୍ତମାନ ସାହସିକ ନିଷ୍ପତ୍ତି ନେବା ଓ ନିବେଶ କରିବାର ପ୍ରକୃଷ୍ଟ ସମୟ। ବିଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଯେପରି ଦେଶରେ ଉତ୍ପାଦନ ହେବ, ତାହା ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନେବାକୁ ହେବ।
ଗତ ୫/୬ ବର୍ଷରେ ଭାରତର ଆତ୍ମନିର୍ଭର ଲକ୍ଷ୍ୟ ଦେଶର ନୀତି ଓ କାର୍ଯ୍ୟକ୍ରମରେ ପ୍ରାଧାନ୍ୟ ପାଇଆସିଛି। ଏଦିଗରେ ଉଦ୍ୟମକୁ କିପରି ତ୍ୱରାନ୍ବିତ କରିବାକୁ ହେବ, କୋଭିଡ୍‌-୧୯ ସଙ୍କଟ ଆମକୁ ସେ ଦିଗରେ ଶିକ୍ଷା ଦେଇଛି। ଏବେ ରକ୍ଷଣଶୀଳ ଦୃଷ୍ଟିଭଙ୍ଗୀ ନୁହେଁ, ସାହସିକ ନିଷ୍ପତ୍ତି ନେବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅର୍ଥନୀତିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବ୍ୟବସାୟକୁ ବଢ଼ାଇବାକୁ ହେବ ଏବଂ ପ୍ରତିଯୋଗିତାମୂଳକ ବିଶ୍ୱ ଯୋଗାଣ ଶୃଙ୍ଖଳ ପ୍ରସ୍ତୁତ କରିବାକୁ ହେବ। ଲୋକକୈନ୍ଦ୍ରିକ, ଲୋକ ପରିଚାଳିତ ତଥା ପରିବେଶ ଅନୁକୂଳ ବିକାଶ ଭାଜପା ନେତୃତ୍ୱାଧୀନ ସରକାରଙ୍କର ଶାସନର ଅଙ୍ଗ ହୋଇଛି। ନିକଟରେ ସରକାର ନେଇଥିବା ନିଷ୍ପତ୍ତି କୃଷକ ଏବଂ ଗ୍ରାମୀଣ ଅର୍ଥନୀତିକୁ ଦୀର୍ଘବର୍ଷର ଦାସତ୍ୱରୁ ମୁକ୍ତ କରିପାରିଛି। ଏବେ କୃଷକ ନିଜ ଉତ୍ପାଦିତ ଶସ୍ୟକୁ ଯେକୌଣସି ସ୍ଥାନରେ ବିକ୍ରି କରିବାର ସ୍ବାଧୀନତା ପାଇଛି।
ଭାରତ କେବଳ କୋଭିଡ୍‌-୧୯ ସଙ୍କଟ ନୁହେଁ, ବନ୍ୟା, ବାତ୍ୟା, ପଙ୍ଗପାଳ ଆକ୍ରମଣ, ଭୂକମ୍ପ ଆଦି ଚ୍ୟାଲେଞ୍ଜର ମଧ୍ୟ ସାମନା କରୁଛି। ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ହେବ। ସେଥିପାଇଁ ମହାମାରୀକୁ ଏକ ବଡ଼ ଟର୍ନିଂ ପଏଣ୍ଟରେ ପରିଣତ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏମ୍‌ଏସ୍‌ଏମ୍‌ଇର ସଂଜ୍ଞାରେ ପରିବର୍ତ୍ତନ ସମେତ କମ୍ପାନୀ ଆଇନ ଅଧୀନରେ ଥିବା ଅନେକ ନିୟମ ବଦଳିଛି। କୋଇଲା ଉତ୍ତୋଳନ କ୍ଷେତ୍ରରେ ଅଧିକ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ସୃଷ୍ଟି କରାଯାଇଛି। ଏପିଏମ୍‌ସି ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରେ ପରିବର୍ତ୍ତନ ହୋଇଛି। ସୌରଶକ୍ତି ସେକ୍ଟରରେ ପ୍ରବେଶ ଲାଗି ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଆହ୍ବାନ ଦେଇଥିଲେ। ବ୍ୟାଙ୍କ ବ୍ୟବସ୍ଥା ଏବେ ଗରିବଙ୍କ ପାଖରେ ପହଞ୍ଚତ୍ବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଲାଇନ୍‌ ଗର୍ଗଲ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌କୁ ଆଇସିଏମ୍‌ଆର୍‌ ମଞ୍ଜୁରୀ…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ଟେଷ୍ଟ୍‌ ସଂଖ୍ୟା ବୃଦ୍ଧି କରିବା ଲାଗି ଆଇସିଏମ୍‌ଆର୍‌ ପକ୍ଷରୁ ବଡ଼ ନିଷ୍ପତ୍ତି...

ଶିବାଜୀଙ୍କ ମୂର୍ତ୍ତି ପାଇଁ ୧୪୪ ଧାରା

ନିଜାମାବାଦ(ତେଲେଙ୍ଗାନା),୨୦।୩: ଛତ୍ରପତି ଶିବାଜୀଙ୍କ ଏକ ମୂର୍ତ୍ତି ସ୍ଥାପନ ନେଇ ତେଲେଙ୍ଗାନାର ନିଜାମାବାଦ ଜିଲାର ବୋଧାନ ସହରରେ ଦୁଇ ରାଜନୈତିକ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଏଥିଯୋଗୁ ବୋଧାନ...

ଭବାନିପୁର ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ମମତା, ପୂର୍ବରୁ ଦୁଇ ଥର ହୋଇ ସାରିଛନ୍ତି ବିଜୟୀ

କୋଲକାତା,୧୦ ।୯: ପଶ୍ଚିମବଙ୍ଗର ହାଇ ପ୍ରୋଫାଇଲ ବିଧାନସଭା ଆସନ ଭବାନିପୁର ପାଇଁ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ତୃଣମୂଳ କଂଗ୍ରେସ ମୁଖ୍ୟ ତଥା...

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ

ଲକ୍ଷ୍ନୌ,୨୩।୧: ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୈନପୁରୀ ଜିଲାର କର୍‌ହାଲ ଆସନରୁ ପ୍ରଥମ ଥର ପାଇଁ ବିଧାନସଭା...

ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କଲେ ସଞ୍ଜୟ ରାଉତ

ମୁମ୍ବାଇ,୨୨।୮: ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କରିଛନ୍ତି ଶିବସେନା ଏମ୍‌ପି ସଞ୍ଜୟ ରାଉତ। ରବିବାର ପାର୍ଟି ମୁଖପତ୍ର ସାମ୍‌ନାରେ ପ୍ରକାଶିତ ତାଙ୍କ...

ରାଜନୀତିରୁ ସନ୍ୟାସ ନେବେ ଆଣ୍ଟୋନି, ସୋନିଆଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୯।୩ : କଂଗ୍ରେସରୁ ଜଣେ ବରିଷ୍ଠ ନେତା ବିଦାୟ’ନେବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିବା ଏ.କେ ଆଣ୍ଟୋନି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ...

୬ ଦୋଷୀଙ୍କ ମୁକ୍ତି ପଥ ଫିଟିପାରେ

ନୂଆଦିଲ୍ଲୀ/ଚେନ୍ନାଇ, ୧୯ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଏ.ଜି. ପେରାରିଭଲନ୍‌ ମୁକୁଳିବା ପରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ସନ୍ଥନ, ମୁରୁଗାନ,...

ସ୍କୁଲ ଖୋଲିବା ନିର୍ଦ୍ଦେଶ ଜାରି କରିବାକୁ ମନାକଲେ ଏସ୍‌ସି, ରାଜ୍ୟ ସରକାର ଏନେଇ ନିଅନ୍ତୁ ନିଷ୍ପତ୍ତି …

ନୂଆଦିଲ୍ଲୀ,୨୦।୯: ଦେଶରେ ସ୍କୁଲ ଖୋଲିବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌କୋର୍ଟ (ଏସ୍‌ସି) ମନା କରିଛନ୍ତି। କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ...

Advertisement
Archives

Model This Week