ଆଜି ସଂଗ୍ରହ ହେବ କ୍ଷେତ୍ରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ନମୁନା

ଭୁବନେଶ୍ୱର,୨୦।୪(ବ୍ୟୁରୋ): କରୋନା ମୁକାବିଲା ଓ ରାଜଧାନୀକୁ ସଂକ୍ରମଣମୁକ୍ତ ଲକ୍ଷ୍ୟ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚାଲିଥିବା ରାପିଡ୍‌ ଟେଷ୍ଟ ରବିବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି। ସହରରୁ ମୋଟ ୧୨ଶହରୁ ଊର୍ଦ୍ଧ୍ୱ ନମୁନା ସଂଗ୍ରହ କରାଯାଇଥିବାବେଳେ ଦୁଇଦିନରେ ଏହି ସଂଖ୍ୟା ୨୫୦୦ ଅତିକ୍ରମ କରିଛି। ସୋମବାର ତୃତୀୟ ଦିନରେ ସାଧାରଣ ଲୋକଙ୍କ ସହ କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ରାପିଡ୍‌ ଟେଷ୍ଟ କରାଯିବ। ୟୁନିଟ୍‌-୧ ସରକାରୀ ବାଳିକା ହାଇସ୍କୁଲରେ ଗଣମାଧ୍ୟମ ପ୍ରତିନିଧି ନମୁନା ପରୀକ୍ଷା କରାଇବେ। ଏହି ଶିବିର ସକାଳ ୮ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।
ସହରକୁ ୩ ଜୋନ୍‌ରେ ବିଭକ୍ତ କରାଯାଇ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀ ସାମିଲ୍‌ ରହିଛନ୍ତି। ୧୩ଟିମ୍‌ ବିଭିନ୍ନ ଅଞ୍ଚଳରେ ଶିବିର ଆୟୋଜନ କରି ଲୋକଙ୍କ ନମୁନା ସଂଗ୍ରହ କରୁଛି। ସ୍ବେଚ୍ଛାକୃତ ଭାବେ ଲୋକମାନେ ଶିବିରକୁ ଆସି ପରୀକ୍ଷା କରାଇ ନେଉଛନ୍ତି। ରବିବାର ଦକ୍ଷିଣ ପଶ୍ଚିମ ମଣ୍ଡଳରେ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଓ ବିବେକାନନ୍ଦ ହସ୍ପିଟାଲରେ ଅନୁଷ୍ଠିତ ଶିବିରରେ ୨୧୫ ନମୁନା, ଉତ୍ତର ମଣ୍ଡଳର ଶିଖରଚଣ୍ଡୀ ଓ ଅନ୍ୟ ଦୁଇଟି ଶିବିରରୁ ୧୯୯ ନମୁନା ସଂଗ୍ରହ କରାଯାଇଛି। ସେହିପରି ଦକ୍ଷିଣ ପୂର୍ବ ମଣ୍ଡଳର ୯ ଶିବିରରୁ ୮୦୦ ନମୁନା ସଂଗ୍ରହ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ସହରରୁ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୨।୧୦: କଟକ ସହରରୁ ସୋମବାର ୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ...

ହାଟଡ଼ିହୀରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟଣା: ହଦଗଡ଼ ଫରେଷ୍ଟ ଅଫିସ ଘେରାଉ କଲେ ଅଞ୍ଚଳବାସୀ, ବ୍ୟାପକ ଭଙ୍ଗାରୁଜା

ହାଟଡିହୀ, ୧୮।୫(ସ୍ବ.ପ୍ର.)- କେନ୍ଦୁଝର ଜିଲା ହାଟଡ଼ିହୀ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜ ପ୍ରତିବାଦରେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଶନିବାର ହଦଗଡ଼ ଫରେଷ୍ଟ ଅଫିସ ଘେରାଉ...

କେସିଙ୍ଗାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ଭୁବନେଶ୍ୱର,୯।୬(ବ୍ୟୁରୋ): କଳାହାଣ୍ଡି ଜିଲାର କେସିଙ୍ଗାରେ ପ୍ରତିଷ୍ଠା କରାଯାଉଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାର୍କ ପାଇଁ ୧୦୦ କୋଟି ଖର୍ଚ୍ଚ ହେବ। ସୋମବାର ଲୋକସେବା...

ଏ.କେ. ବୋଷ ହେଲେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ

ପାରାଦୀପ, ୮।୨ (ସ୍ବ.ପ୍ର.): ଗତ ୪ବର୍ଷ ହେଲା ପାରାଦୀପ ବନ୍ଦର ଉପାଧ୍ୟକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ଶୁକ୍ରବାର ଆଶିଷ କୁମାର ବୋଷ ଉପାଧ୍ୟକ୍ଷ ଭାବେ...

କମୁଛି ସଂଖ୍ୟା: ରାଜ୍ୟରେ ୬୪୪ ନୂଆ ପଜିଟିଭ୍‌ ଚିହ୍ନଟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୦୦୫୨କୁ ବୃଦ୍ଧି ପାଇଥିବା ରାଜ୍ୟ...

ଅସୁସ୍ଥତା ସତ୍ତ୍ୱେ କାର୍ଯ୍ୟ କଲେ ବିଏମ୍‌ସି ଇଞ୍ଜିନିୟର

ଭୁବନେଶ୍ୱର,୧୭।୫(ବ୍ୟୁରୋ) : ସପ୍ତାହକୁ ଦୁଇଥର(ସୋମବାର ଓ ଶୁକ୍ରବାର) ଡାଏଲିସିସ୍‌ ଚିକିତ୍ସା। ୨୦୧୮ ଡିସେମ୍ବରରୁ ସେ କିଡ୍‌ନୀ ରୋଗରେ ପୀଡ଼ିତ। ଏହା ସତ୍ତ୍ୱେ ବାତ୍ୟା ‘ଫନୀ’ ପରେ...

ଲକ୍ଷ୍ମୀନାରାୟଣ ଭେଟ: ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଲା ନନ୍ଦିଘୋଷ ରଥ

ରଣପୁର,୧୬ା୭ (ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ବାହୁଡା ଯାତ୍ରାର ୩ଦିନ ପରେ ସୋମବାର ଶ୍ରଦ୍ଧାଳୁମାନେ ନନ୍ଦିଘୋଷ ରଥ ଟାଣିଥିଲେ । ବାଟରେ ଲକ୍ଷ୍ମୀ...

ଟିକା ପାଇଁ ବୀମା କବଚ

ବ୍ରସେଲ୍ସ,୩୧ା୧୦: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ଭାକ୍ସିନର ଏକ ବୀମା ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସ୍କିମ ପାଇଁ ଅନ୍ୟ କେତେକ ପକ୍ଷଙ୍କ...

Play 250+ Trending Games
Archives

Model This Week

Why Dharitri