ଆଜି ମା’ ଲଙ୍ଗ ବାଉତୀଙ୍କ ପୌଷ ପୂର୍ଣ୍ଣମୀ ଯାତ୍ରା: ଆକର୍ଷଣ ସାଜିବ ମହିଳା ପାଇକ ଖେଳ

ବଅଁରପାଳ, ୧୦।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା’ ଲଙ୍ଗ ବାଉତୀଙ୍କ ବାର୍ଷିକ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ସମଗ୍ର ଗ୍ରାମ। ଏଥିସହିତ ପ୍ରତ୍ୟେକ ଗ୍ରାମବାସୀ ଯାତ୍ରାକୁ ମହାଆଡମ୍ବର ସହକାରେ ପାଳନ କରିବା ପାଇଁ ତତ୍ପର ହୋଇପଡ଼ିଛନ୍ତି।
ପ୍ରତ୍ୟେକ ବର୍ଷ ପୌଷ ପୂର୍ଣ୍ଣିମା ତିଥିରେ ମା’ଙ୍କ ଯାତ୍ରା ପାଳିତ ହୋଇଥାଏ। ଯାତ୍ରା ଆସିଲେ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ ଜମିବା ସହ ପିଠାପଣା ହୋଇଥାଏ। ଯାତ୍ରାଦିନ ଗ୍ରାମର ଦିଅଁ ଘରେ ସକାଳେ ପୂଜାର୍ଚ୍ଚନା ହୋଇଥାଏ। ପୂର୍ବାହ୍ନରେ ବିଭିନ୍ନ ବାଦ୍ୟବାଜଣା ସହକାରେ ମା’ଙ୍କ ଆଲମକୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଯାତ୍ରା ପୀଠକୁ ଅଣାଯାଏ। ଶୋଭାଯାତ୍ରାରେ ଚଳିତ ବର୍ଷ ଖୋର୍ଦ୍ଧାର ମହିଳା ପାଇକ ଖେଳ ଓ ଭବାନୀପାଟଣାର ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଆଲମ ଆସିବା ପରେ ଦେବୀଙ୍କ ମାଜଣା ପର୍ବ ସହ ବଡ଼ପୂଜା ଅନୁଷ୍ଠିତ ହେବ। ମାନସିକ ପୂରଣ ପାଇଁ ବହୁ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ଅଧିଆ ପଡିବେ। ଯାତ୍ରାରେ ବିଭିନ୍ନ କିସମର ଦୋକାନ ବଜାର ପଡିବ। ଏଥିପାଇଁ ବ୍ୟବସାୟୀମାନେ ସେମାନଙ୍କ ପସରା ମେଲାଇ ସାରିଲେଣି। ଯାତ୍ରା ଅବସରରେ ଗ୍ରାମରେ ଦଣ୍ଡନୃତ୍ୟ ପ୍ରତିଯୋଗିତା ସହ ମେଲୋଡି, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଯାତ୍ରାକୁ ଗ୍ରାମବାସୀ ପରିଚାଳନା କରୁଛନ୍ତି। ଏ ନେଇ ବୁଢ଼ାପଙ୍କ ସରପଞ୍ଚ ଉତ୍ସବ ଦେହୁରୀ, ବୁନୁ ସିଂ, ଅଭୟ ସାମଲ ପ୍ରମୁଖ କୁହନ୍ତି, ଦେବୀ ଆମର ପ୍ରତ୍ୟକ୍ଷ ଠାକୁରାଣୀ। ଏଠାରେ ଯିଏ ଯେଉଁ ମାନସିକ କରେ ତାହାର ମାନସିକ ପୂରଣ ହୋଇଥାଏ। ଚଳିତବର୍ଷ ଯାତ୍ରାକୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ବିଶେଷକରି ଶୋଭାଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତିମେଳାକୁ ଖଣି, ଶିଳ୍ପସଂସ୍ଥାର ଅଣଦେଖା

ଯାଜପୁର ଅଫିସ,୨୮।୧୨: ଜିଲା ପ୍ରଶାସନ ପକ୍ଷରୁ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ପ୍ରାୟ ୪ ବର୍ଷ ପରେ ସୋମବାର ବରୁହାଁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର...

ରାତି ୨ଟାରେ ଉଠିବ ମହାଦୀପ

ଆଠଗଡ, ୪ା୨(ସ୍ବ.ପ୍ର) : ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ଗ୍ରାମ ମହାନଦୀ ଗର୍ଭସ୍ଥ ପ୍ରସିଦ୍ଧ ଶୈବପୀଠ ଶ୍ରୀଧବଳେଶ୍ୱରଙ୍କ ଜାଗରଯାତ୍ରା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ...

୨ ଲୋଧା ଶିଶୁଙ୍କ ଚିକିତ୍ସାରେ ଅର୍ଥ ବାଧକ

ଚିତ୍ରଡା,୧୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମ ଲୋଧା ସମ୍ପ୍ରଦାୟର ରାଧି ନାୟକଙ୍କ ଦୁଇ ଶିଶୁ କନ୍ୟାଙ୍କ ଚିକିତ୍ସାରେ ଅର୍ଥ...

ଅଳିଆଗଦାରେ ଜୀବିକା ଖୋଜା

ବାରିପଦା ଅଫିସ, ୧୦।୧: ରାଜା ରାଜୁଡ଼ା ଅମଳରୁ ଛଉନୃତ୍ୟକୁ ଆଦରି ଥିଲେ। ଭାରତର ବିଭିନ୍ନ ସ୍ଥାନରେ ଛଉନୃତ୍ୟ ବେଳେ ଢୋଲ ଓ ମହୁରି ବଜାଇ ବେଶ୍‌...

ଛେଳି ବେପାରୀଙ୍କୁ ହତ୍ୟା କରି ଲୁଟିନେଲେ ୯ ଲକ୍ଷ ଟଙ୍କା

ସୁନ୍ଦରଗଡ,୧୩।୪(ଡି.ଏନ.ଏ.): ଛେଳି ବେପାରୀଙ୍କୁ ଗୁଳିକରି ହତ୍ୟା କରିବା ପରେ ଲୁଟିନେଲେ ୯ ଲକ୍ଷ ଟଙ୍କା। ଏମସିଏଲ ରାସ୍ତାର ଲେଫ୍ରିପଡା ଥାନା ଅନ୍ତର୍ଗତ ଛଟେନପାଲି ତାରିଣୀ ମନ୍ଦିର...

ମୃତକଙ୍କ ବ୍ୟାଙ୍କ ଖାତାରୁ ୧ଲକ୍ଷ ୮୦ହଜାର ଟଙ୍କା ହଡ଼ପ

ହିଞ୍ଜିଳିକାଟୁ, ୩୦।୪(ଡି.ଏନ.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରିସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜଣେ ମୃତବ୍ୟକ୍ତିଙ୍କ ସଞ୍ଚୟ ଖାତାରୁ ବିଭିନ୍ନ ପର୍ଯ୍ୟାୟରେ ୧ଲକ୍ଷ ୮୦ହଜାର...

ଅଭାବ ଦୂର କଲା ୩୨ ୟୁନିଟ୍‌ ରକ୍ତ

ବରଗଡ଼ ଅଫିସ୍‌,୨।୫: କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏଥିପାଇଁ ବିଭିନ୍ନ ରକ୍ତ ଭଣ୍ଡାରରେ...

କନଷ୍ଟେବଳଙ୍କୁ ମାଡ଼, ୫ ଗିରଫ

ଆଠମଲ୍ଲିକ,୧୨ା୬(ଡି.ଏନ.ଏ.)-ଆଠମଲ୍ଲିକ ଥାନା ଜାମୁଡୋଲି ଫାଣ୍ଡିର ଜଣେ କନଷ୍ଟେବଳଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆଠମଲ୍ଲିକ ଥାନା...

Advertisement
Archives

Model This Week