Advertisement
Posted inଜାତୀୟ

ଆଜି ନ୍ୟାୟ ହୋଇଛି: ମୋଦି

ନୂଆଦିଲ୍ଲୀ,୨୦।୩: ଦୀର୍ଘ ୭ବର୍ଷର ଅପେକ୍ଷାର ଅନ୍ତ ଘଟି ଶେଷରେ ନିର୍ଭୟା ଓ ତାଙ୍କ ପରିବାରଙ୍କୁ ନ୍ୟାୟ ମିଳିଛି। ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ଜଣ ଦୋଷୀ ଅକ୍ଷୟ, ପଓ୍ବନ, ବିନୟ ଓ ମୁକେଶଙ୍କୁ ଶୁକ୍ରବାର ଭୋର ସାଢ଼େ ୫ଟାରେ ଫାଶୀ ଦିଆଯାଇଛି। ଫାଶୀ ପରେ ସାରା ଦେଶରେ ଉତ୍ସବର ମାହୋଲ ଦେଖାଦେଇଛି। ଏନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଜି ନ୍ୟାୟ ହୋଇଛି। ମହିଳାଙ୍କ ସମ୍ମାନ ଓ ସୁରକ୍ଷାକୁ ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଚାଲ ସମସ୍ତେ ମଳିମିଶି ଏଭଳି ଏକ ରାଷ୍ଟ୍ର ଗଠନ କରିବା ଯେଉଁଥିରେ ମହିଳା ସଂଶକ୍ତିକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ୭ବର୍ଷ ପରେ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ତେଣୁ ଆଜିର ଦିନରେ ରାଜ୍ୟ ଓ କେନ୍ଦ୍ର ସରକାର ମିଶି ଏକ ପ୍ରତିଶ୍ରୁତି ନେବାର ଆବଶ୍ୟକତା ରହିଛି। ଯେପରିକି ଦେଶରେ ଦ୍ୱିତୀୟ ନିର୍ଭୟା ଜନ୍ମ ନ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ-ଏନ୍‌ଆର୍‌ସି ଦେଲାନି କାମ: ହେମନ୍ତ ସୋରେନ୍‌

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍‌।...

୨୧ରୁ ଖୋଲିବ ସ୍କୁଲ: ଜାରି ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ଥିବା ସ୍କୁଲ ସେପ୍ଟେମ୍ବର ୨୧ରୁ ଖୋଲିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ନବମରୁ...

ଇଦ୍‌ରେ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି କଲା ଗୋଇନ୍ଦା ବ୍ୟୁରୋ

ନୂଆଦିଲ୍ଲୀ/ଶ୍ରୀନଗର,୧୨ା୮,(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ ବିରୋଧରେ ବିଷ ଓଗାଳୁଥିବା ପାକିସ୍ତାନ ରଚିଛି...

ଅଖିଳେଶ ଜାରି କଲେ ବଚନ ପତ୍ର, ୨ ଚକିଆ ଚାଳକଙ୍କୁ ୧ ଲିଟର ମାଗଣା ପେଟ୍ରୋଲ-ମୃତ ଚାଷୀଙ୍କୁ ୨୫ ଲକ୍ଷ…

ଲକ୍ଷ୍ନୌ, ୮।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଦଳର ଘୋଷଣା ପତ୍ର ଜାରି କରିଛନ୍ତି। ଏହାକୁ ବଚନ...

ଦୋଷୀ ଫାଶୀ ଖୁଣ୍ଟରେ ଛୁଲିଲା ପରେ ଖୁସି ହେବି: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୫।୩: ନିର୍ଭୟା ଗଣ ବଳାତ୍କାର ମାମଲାର ୪ ଦୋଷୀଙ୍କ ପାଇଁ ଗୁରୁବାର ଚତୁର୍ଥ ଥର ଲାଗି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ମାର୍ଚ୍ଚ ୨୦...

ଏଏପିରେ ଯୋଗ ଦେଲେ ଭାରତ ସୁନ୍ଦରୀ

ନୂଆଦିଲ୍ଲୀ,୧ ।୩: ମାନସୀ ସେହଗଲ । ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୯ ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି । ଦଳର ନେତା ରାଘବ ଚଢାଙ୍କ...

ଭାଜପା ସଦସ୍ୟ ସଂଗ୍ରହ ଅଭିଯାନ: ‘ସମାଲୋଚକ ପେସାଦାର ନିରାଶାବାଦୀ’

ବାରାଣସୀ,୭ା୭(ଆଇଏଏନ୍‌ଏସ୍‌); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ନିଜ ନିର୍ବାଚନମଣ୍ଡଳୀ ବାରାଣସୀରୁ ଶାସକ ଦଳ ଭାଜପାର ସଭ୍ୟସଂଗ୍ରହ ଅଭିଯାନ ଶୁଭାରମ୍ଭ କରିଛନ୍ତି। ସବୁ ବର୍ଗର ଲୋକଙ୍କୁ...

‘ନିର୍ଲଜ୍ଜ ଘୋଡ଼ାବେପାର କରୁଛି ଭାଜପା’

ଜୟପୁର,୧୨ା୩(ପି.ଟି.): ମଧ୍ୟପ୍ରଦେଶରେ ଭାଜପା ଅର୍ଥ ବଳରେ ନିର୍ଲଜ୍ଜ ଭାବେ ଘୋଡ଼ାବେପାର ଚଳାଇଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର କହିଛନ୍ତି। ଯେଉଁମାନେ ଦେଶକୁ ଶାସନ...

Advertisement
Archives

Model This Week