ଅନୁଗୋଳ ଅଫିସ୍, ୨୯।୧ – ଆସନ୍ତା ଫେବୃୟାରୀରେ ଜିଲା ମହୋତ୍ସବ ଆୟୋଜନ କରାଯିବ। ଏନେଇ ପ୍ରତି ବ୍ଲକ ସ୍ତରରେ ସଜବାଜ ଆରମ୍ଭ ହୋଇଛି। ଅନୁଗୋଳ ବ୍ଲକରେ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବୁଧବାର ପୂର୍ବାହ୍ନରେ ଅନୁଗୋଳ ବ୍ଲକ ବନ୍ତଳା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ମହୋତ୍ସବ କରାଯାଇ ଜିଲା ମହୋତ୍ସବ ପାଇଁ ଦଳ ବଛାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୩୦ରୁ ସାତକୋଶିଆରୁ ହିଙ୍ଗୁଳା ମହୋତ୍ସବ ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ଏ ନେଇ ଅନୁଗୋଳ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଶେଷ ପର୍ଯ୍ୟାୟ ଆଲୋଚନା ହୋଇଛି ବୋଲି ବିଡିଓ ମାୟାଧର ବେହେରା ସୂଚନା ଦେଇଛନ୍ତି। ଅନୁଗୋଳ ବ୍ଲକରେ ଥିବା ୩୪ଟି ପଞ୍ଚାୟତରୁ ୨ଟି ଲେଖାଏଁ ଦଳ ପ୍ରତିଯୋଗିତାରେ ଯୋଗଦେବେ ବୋଲି ଜଣାପଡିଛି।
ବ୍ଲକସ୍ତରୀୟ ମହୋତ୍ସବରେ ପାଲା, ଦାଶକାଠିଆ, ଦଣ୍ଡ, ସଂକୀର୍ତ୍ତନ ଓ ଓଡ଼ିଶୀ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ଅଂଶଗ୍ରହଣ କରିବାକୁ ଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଗୋଟିଏ ଟ୍ରୁପ୍କୁ ବଛାଯାଇ ଜିଲା ମହୋତ୍ସବରେ ଭାଗ ନେବାକୁ ସୁଯୋଗ ପ୍ରଦାନ କରାଯିବ ବୋଲି ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ପିଡି ଅତୁଲ୍ୟ କୁମାର ଚମ୍ପତ୍ତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଓ ବିଡିଓଙ୍କ ଉପସ୍ଥିତିରେ ଏହି ବୈଠକ ଆୟୋଜନ କରାଯାଇଥିଲା। ସେହିପରି ୩୦ରେ ସାତକୋଶିଆରୁ ଜିଲାପାଳ ମନୋଜ କୁମାର ମହାନ୍ତି ମଶାଲ ଯାତ୍ରାର ଦାୟିତ୍ୱ ନେଇଥିବାରୁ ଏଥିପ୍ରତି ସମସ୍ତ ଜିଲା ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି। ସାତକୋଶିଆରୁ ମଶାଲ ବାହାରି ହିଙ୍ଗୁଳା ପୀଠକୁ ଯିବ। ମଶାଲ ଶୋଭାଯାତ୍ରାରେ କିପରି ଅଧିକ ସଂଖ୍ୟାରେ ଲୋକ ସାମିଲ ହେବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ପ୍ରତି ଛକରେ ସ୍ବୟଂ ସହାୟକ ଗୋଷ୍ଠୀ, ଜନ ପ୍ରତିନିଧି ଓ ସାଧାରଣ ଲୋକେ ମଶାଲକୁ ସ୍ବାଗତ କରିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ସାତକୋଶିଆରୁ ବାହାରିବାକୁ ଥିବା ମଶାଲ ଶେଭାଯାତ୍ରା ବନ୍ତଳା ପର୍ଯ୍ୟନ୍ତ ଆସିବା ପରେ ବେଡ଼ାଶାସନ ଦେଇ ମହୀଧରପୁର ପରେ ଫୁଲପଡ଼ା ଦେଇ ଖଲାରି ଅଭିମୁଖେ ଆସିବ। ଏହାପରେ କଲେଜ ଛକ ଦେଇ ସର୍କିଟ ହାଉସ ଓ ପରେ ବଅଁରପାଳ ଦେଇ ହିଙ୍ଗୁଳା ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ମିଳିଛି।
Posted inଅନୁଗୋଳ, ଆମ ଜିଲା ଖବର View All

ଷ୍ଟାଡିୟମ ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ
ଗଞ୍ଜାମ,୨୫ା୧୨(ଡି.ଏନ୍.ଏ.): ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ହେବ। ଏଥିପାଇଁ ଶନିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର...

ପେଭର ବ୍ଲକ ବଢ଼ାଉଛି ଉତ୍ତାପ
କେନ୍ଦୁଝର, ୨୫।୪ (ସ୍ବ.ପ୍ର.): ଥଣ୍ଡା ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଥିବା କେନ୍ଦୁଝର ଜିଲାରେ ଗତ କିଛି ବର୍ଷ ହେଲା ବ୍ୟାପକ ଜଙ୍ଗଲ କ୍ଷୟ ଓ ବହୁ...

ପ୍ରଥମ ଥର ରଥରେ ଲାଗିବ ସୋରଡ଼ା କାଠ
ସୋରଡା,୨ା୫(ଡି.ଏନ୍.ଏ.): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡା ବନ ବିଭାଗ ଗାଜଲବାଡି ବନାଞ୍ଚଳରୁ ସୋମବାର ୨ଟି ଟ୍ରକରେ ରଥକାଠ ପୁରୀ ଅଭିମୁଖେ...

ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ
କୋକସରା,୨୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ବୁଧବାର ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅୟୋଜନ କରାଯାଇଛି । ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ...

ନନ୍ଦନକାନନ: ଭାଲୁ ଆରତି ଅସୁସ୍ଥ
ବାରଙ୍ଗ,୧୬।୯(ଡି.ଏନ୍.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଭାଲୁ ସଫାରିରେ ଥିବା ଭାଲୁ ଆରତି ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏହି ଭାଲୁଟିକୁ ସୋମବାର ନନ୍ଦନକାନନରେ...

ମିନି ଷ୍ଟାଡିୟମ କାମ ଆଗଉନି, ସାଧାରଣରେ ଅସନ୍ତୋଷ
କୋଣାର୍କ, ୧୮।୪ (ଡି.ଏନ୍.ଏ): କୋଣାର୍କ ଏନ୍ଏସି ଅଧୀନ ଭଗବତୀ ମହାବିଦ୍ୟାଳୟ ପରିସରରେ ମିନି ଷ୍ଟାଡିୟମ ନିିର୍ମାଣରେ ଅହେତୁକ ବିଳମ୍ବ ଘଟୁଛି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ...

ରାଜ୍ୟ, କେନ୍ଦ୍ର ସରକାର ସବୁକ୍ଷେତ୍ରରେ ବିଫଳ: କଂଗ୍ରେସ
ଅମରପାଲି, ୧୯।୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା କଂଗ୍ରେସ ତରଫରୁ ନବସଂକଳ୍ପ ଶିବିରର ଜିଲାସ୍ତରୀୟ କର୍ମଶାଳା ଶନିବାର ବୀରମହାରାଜପୁର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ବ୍ଲକ କଂଗ୍ରେସ...

ରୋଜଗାର ଚିନ୍ତାରେ ମାଛଧରାଳୀ
ଭଦ୍ରକ ଅଫିସ, ୨୫ା୮- କରୋନା ପ୍ରଭାବରେ ଦେଶରେ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଥିବା ବେଳେ ମାଛଧରାଳୀ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ସବୁ ଶ୍ରେଣୀର...