ଆଜିଠୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ଅଫିସ,୨୦ା୩: କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କୁ କିପରି ସୁରକ୍ଷା ଦିଆଯାଇ ପାରିବ ସେନେଇ ସରକାର ସବୁପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏହି କ୍ରମରେ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ନିଆଯାଇଛି ବଡ଼ ନିଷ୍ପତ୍ତି। ଶୁକ୍ରବାରଠାରୁ ଏପ୍ରିଲ୍‌ ପହିଲା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯିବ। ହେଲେ ଦୈନନ୍ଦିନ ଭଳି ମହାପ୍ରଭୁଙ୍କ ନୀତିକାନ୍ତି ଜାରି ରହିବ। କେବଳ ସେବାୟତମାନେ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାବିଗ୍ରହଙ୍କ ସେବାପୂଜା କରିପାରିବେ। ଭକ୍ତ, ସେବାୟତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଏବଂ କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲାପାଳ ବଲ୍‌ଓ୍ବନ୍ତ ସିଂ ସୂଚନା ଦେଇଛନ୍ତି।
ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଅଧିକ ସତର୍କ ହୋଇପଡିଛନ୍ତି। ସତର୍କତା ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଜନ ସମାବେଶକୁ ବାରଣ କରାଯାଇଥିବାବେଳେ ସଭାସମିତି, କର୍ମଶାଳା ଆଦିକୁ ବନ୍ଦ ରଖାଯାଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସାମାଜିକ ଦୂରତ୍ୱ ରକ୍ଷା କରିବା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି ହୋଇଥିଲା। ଗତ ଚାରିଦିନ ହେଲା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଚାଲିଥିବାବେଳେ ଦର୍ଶନାର୍ଥୀଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ଘଟିଥିଲା। ସେହିପରି ହୁଣ୍ଡିରେ ବି କରୋନା କଟକଣାର ପ୍ରଭାବ ଦେଖିବାକୁ ମିଳିଥିଲା। କିନ୍ତୁ ଗାଇଡ୍‌ଲାଇନ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରିବା କଷ୍ଟକର ହୋଇପଡ଼ିବାରୁ ପ୍ରଶାସନ ପକ୍ଷରୁ ଭକ୍ତ, ସେବାୟତ, ମନ୍ଦିର କର୍ମଚାରୀ, ପୋଲିସ ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନକୁ ଶୁକ୍ରବାରଠାରୁ ବନ୍ଦ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ଏଥିରେ ସହଯୋଗ ରହିଲେ ସମସ୍ତେ ମିଶି ଏହି ମହାମାରୀର ସଫଳ ମୁକାବିଲା କରିବା ସହ ଖୁବ୍‌ଶୀଘ୍ର ମହାପ୍ରଭୁଙ୍କ ଦର୍ଶନ ମିଳିପାରିବ ବୋଲି ଜିଲାପାଳ ସିଂ ସୂଚନା ଦେଇଛନ୍ତି। ଅପରପକ୍ଷରେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି। ତେବେ ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ସୁବିଧା ଅସୁବିଧା ପ୍ରତି ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦିନରେ ଟିକା ନେଲେ ୧୨୮୪ ଗର୍ଭବତୀ

ଭୁବନେଶ୍ୱର,୧୭ା୭ (ବ୍ୟୁରୋ): ରାଜ୍ୟରେ ଶୁକ୍ରବାରଠାରୁ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୨ଶହ ୮୪ଜଣ ଗର୍ଭବତୀଙ୍କୁ କୋଭିଡ୍‌ ଟିକା ଦିଆଯାଇଛି। ଟିକା ନେବା ପାଇଁ...

ପୁଣି ଘାରିଲା କୋଭିଡ୍‌ ଭୟ: ଓଡ଼ିଶାରେ ଲକ୍‌ଡାଉନ୍‌ ସମ୍ଭାବନାକୁ ଏଡାଇ ହେବନି ବୋଲି କହିଲେ ଡିଏମ୍‌ଇଟି

ଭୁବନେଶ୍ୱର,୨୦।୨(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କୋଭିଡ କେସ୍‌ ସଂଖ୍ୟା କମୁଛି। ଏବେ ଲକ୍‌ଡାଉନ୍‌ର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡାଇ ହେବନି। କୋଭିଡ୍‌ର ସାମ୍ପ୍ରତିକ ସ୍ଥିତିକୁ ନେଇ...

ଇଙ୍କ୍‌ଫେଷ୍ଟ ପଞ୍ଚମ ସନ୍ଧ୍ୟାର ଚତୁର୍ଥ କଥାଚକ୍ର: ବୟନ ଶିଳ୍ପ ଦେଇଛି ପରିଚୟ, ରୋଜଗାର

ସୋନପୁର,୨୧।୧(ନି.ପ୍ର.) – ବୟନ ଶିଳ୍ପ ହିଁ ସୁବର୍ଣ୍ଣପୁର ଜିଲାକୁ ଦେଶ ବିଦେଶରେ ପରିଚିତ କରିଛି। ଏଠାକାର କୁଶଳୀ ବୁଣାକାର ହସ୍ତତନ୍ତ ଓ ବୟନ କଳାକୁ ବିଶ୍ୱସ୍ତରରେ...

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଲା ଟ୍ରକ: ସେବା ବାଧାପ୍ରାପ୍ତ

ବଇଣ୍ଡା,୧୦।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ନିକଟସ୍ଥ କଦଳୀମୁଣ୍ଡାଠାରେ ଥିବା ଏକ ଏଲଟିଲାଇନ ବିଦ୍ୟୁତ୍‌ ଖୁଣ୍ଟକୁ ଏକ ଟ୍ରକ ଧକ୍କା ଦେଇଛି। ଫଳରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଥିବାବେଳେ ବିଦ୍ୟୁତ...

ବିରଳ ଅହିରାଜକୁ ଗୁଳି କରି ଶିକାର

ବନ୍ତଳା,୧୦।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆ ପାଣ୍ଡୁରୀଶୁଣି ପାହାଡ଼ରେ ବୁଧବାର ସକାଳେ ଏକ ବିରଳ ପ୍ରଜାତିର ଅହିରାଜକୁ ଗୁଳି କରି ଶିକାର କରିଛନ୍ତି ଶିକାରୀ।...

ବାତ୍ୟା ଅପେକ୍ଷା ରାସାୟନିକ ଗ୍ୟାସ୍‌ ଟାଙ୍କି ଭୟ ଅଧିକ

ପାରାଦୀପ,୧ା୫(ସ୍ବ.ପ୍ର.): ଉପକୂଳ ଓଡ଼ିଶାବାସୀଙ୍କ ପାଇଁ ବାତ୍ୟା ସହଜାତ ଓ ଦେହଘଷା ହୋଇଗଲାଣି। ପ୍ରତିବର୍ଷ ପ୍ରାୟତଃ ଛୋଟବଡ଼ ବାତ୍ୟା ଏକାଧିକ ଥର ଆସୁଛି। କିନ୍ତୁ ସେଥିମଧ୍ୟରୁ ୧୯୯୯...

ରେଳଧାରଣାରୁ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଉଦ୍ଧାର: ମାସକ ତଳେ କରିଥିଲେ ବିବାହ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜଧାନୀ ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରୁ ମଙ୍ଗଳବାର ସମାଜସେବୀ ଆଦିତ୍ୟ ଦାସଙ୍କ କ୍ଷତାକ୍ତ ମୃତଦେହକୁ ଜିଆରପି ପୋଲିସ ଉଦ୍ଧାର କରିଛି। ମୃତଦେହ ଜବତ ପରେ...

ମହାପ୍ରସାଦର ହୋମ୍‌ ଡେଲିଭରି ହେଉ

କଟକ ଅଫିସ,୩୦ା୫-ଲକ୍‌ଡାଉନ୍‌ ଯୋଗୁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ମହାପ୍ରସାଦ ବିକ୍ରି ମଧ୍ୟ ବନ୍ଦ ରହିଛି। ତେବେ ମହାପ୍ରସାଦର ହୋମ୍‌ ଡେଲିଭରି...

Advertisement


Archives

Model This Week