ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ ଅଫିସ,୧୯।୩ : ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁବାରଠାରୁ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ ପ୍ରାୟ ୧୬ହଜାର ପରୀକ୍ଷକ ନିୟୋଜିତ ହୋଇଛନ୍ତି। ଖାତା ମୂଲ୍ୟାୟନ ପାଇଁ ସମସ୍ତ କେନ୍ଦ୍ରଗୁଡ଼ିକରେ ବୁଧବାର ସନ୍ଧ୍ୟା ସୁଦ୍ଧା ପରୀକ୍ଷକମାନେ ପହଞ୍ଚତ୍ ସାରିଛନ୍ତି। ଏଥର କରୋନା ଆଶଙ୍କା ଯୋଗୁ ସ୍ବାସ୍ଥ୍ୟ ବିଭାଗର ଗାଇଡ ଲାଇନ ଅନୁଯାୟୀ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନ ଅନୁଯାୟୀ ପ୍ରତ୍ୟେକ ପରୀକ୍ଷକଙ୍କ ମଧ୍ୟରେ ଏକ ମିଟରର ଦୂରତା ରଖାଯିବ। ଖାତା ମୂଲ୍ୟାୟନ ପୂର୍ବରୁ ଡିସ୍‌ଇନ୍‌ଫେକ୍ଟାଣ୍ଟରେ ସମସ୍ତ ଚେୟାର ଟେବୁଲ ପୋଛାଯିବ। ଏହାବ୍ୟତୀତ କେନ୍ଦ୍ରର ପର୍ଯ୍ୟାପ୍ତ ସାନିଟାଇଜର ଓ ସାବୁନ ମହଜୁଦ ରଖାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ପରୀକ୍ଷକଙ୍କୁ ୩ଟି ଗ୍ରୁପରେ ବିଭକ୍ତ କରାଯାଇ ପୃଥକ ଭାବେ ୩ପର୍ଯ୍ୟାୟରେ କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ କରିବେ। ପ୍ରଥମ ଗ୍ରୁପ ପୂର୍ବାହ୍ନ ୮ଟା୩୦ରେ ପ୍ରବେଶ କରି ଅପରାହ୍ନ ୨ଟା୩୦ରେ ବାହାରିବେ। ସେହିପରି ଦ୍ୱିତୀୟ ଗ୍ରୁପ ପୂର୍ବାହ୍ନ ୯ଟା୩୦ରେ ପ୍ରବେଶ କରି ଅପରାହ୍ନ ୩ଟା୩୦ ବାହାରିବେ ଓ ତୃତୀୟ ଗ୍ରୁପ ୧୦ଟା୩୦ରେ ପହଞ୍ଚତ୍ ଅପରାହ୍ନ ୪ଟା୩୦ରେ ବାହାରିବେ। ଏ ସବୁ ବ୍ୟବସ୍ଥା ବ୍ୟତୀତ ଯଦି କେହି ଅସୁସ୍ଥ ଅନୁଭବ କରିବେ ତାଙ୍କୁ ତୁରନ୍ତ ସ୍ବାସ୍ଥ୍ୟ କେନ୍ଦ୍ର ପହଞ୍ଚାଇ ଚିକିତ୍ସା କରା ଯିବ। ଏଥର ୫ଲକ୍ଷ ୬୦ହଜାର ୯୦୫ଜଣ ପରୀକ୍ଷା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରେ ଓଡ଼ିଆ ମନୋବିଜ୍ଞାନୀ ଶୀତଲ

କଟକ ଅଫିସ, ୧୩।୭: ଅନେକ ଓଡ଼ିଆ ନିଜ ପ୍ରତିଭା ବଳରେ ଦେଶବିଦେଶରେ ନାମ ଅର୍ଜନ କରୁଛନ୍ତି। ଶିକ୍ଷକମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ସହ ଅଧିକ...

କଳା, ସଂସ୍କୃତିର ଅପୂର୍ବ ନିଦର୍ଶନ

ବରଗଡ଼ ଅଫିସ,୨୨।୨: ବରଗଡ଼ ବ୍ଲକ ଖଲିଆପାଲିରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ସମାରୋହ ଅବସରରେ ଜଳନ୍ଧର ଦରବାର ଉଦ୍‌ଘାଟିତ ହୋଇଛି। ବରଗଡ଼ ବିଧାୟକ ତଥା ଜିଲା ଯୋଜନା...

ହିଞ୍ଜିଳିରେ ମତଦାନ ବ୍ୟାହତ

ହିଞ୍ଜିଳି, ୧୮।୪: ହିଞ୍ଜିଳି ବିଧାନସଭା ହିଞ୍ଜିଳିକାଟୁ ବ୍ଲକ କଂଟେଇକୋଳି ଗଁ।ର ପ୍ରାଇମେରୀ ସ୍କୁଲର ୧୯୬ ବୁଥ୍‌ରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଭୋଟଦାନରେ ବ୍ୟାହତ...

ହିନ୍ଦୋଳ ଏନ୍‌ଏସି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ଢେଙ୍କାନାଳ ଅଫିସ, ୧୪।୩: ଢେଙ୍କାନାଳ ଜିଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ନିର୍ବାଚନ ପାଇଁ ମଙ୍ଗଳବାର ବିଜେଡି, ଭାଜପା, ଓ କଂଗ୍ରେସ ଏବଂ ସାଧୀନ ପ୍ରାର୍ଥୀମାନେ...

ଶରୀର ଦାନ କରିବେ ଭବାନୀ ଚରଣ ପଟ୍ଟନାୟକ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଶରୀର ଦାନ କରିବେ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ। ମୃତ୍ୟୁ ପରେ ସେ ତାଙ୍କ ଶରୀରକୁ କଟକ ଏସ୍‌ସିବି ମେଡିକାଲ...

ତଳେ ବସି ପ୍ରବେଶିକା ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ତେଲକୋଇ, ୧୨।୧(ଡି.ଏନ.ଏ.)-ତେଲକୋଇ ଉଚ୍ଚ ବିଦ୍ୟାଳୟରେ ଶନିବାର ବ୍ଲକସ୍ତରୀୟ ୫ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷା ହୋଇଛି। ଏଥିରେ ବ୍ଲକର ୪୭୯ ଜଣ ଛାତ୍ରୀଛାତ୍ର ସାମିଲ ହୋଇଥିଲେ...

ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତଦାନ, ୩୫ ୟୁନିଟ୍‌ ରକ୍ତ ସଂଗ୍ରହ

ପାଟଣା,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଉପାନ୍ତ ଅଞ୍ଚଳ ମାଛଗଡ଼ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବୁଧବାର ସାହାରପଡ଼ା ବ୍ଲକ ବିଜେଡି ପକ୍ଷରୁ...

ଆଜି ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୩୦ା୧୧:କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ରବିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି। ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ରତ୍ନସିଂହାସନରେ ମହାପ୍ରଭୁଙ୍କ ଅତ୍ୟନ୍ତ...

Advertisement
Archives

Model This Week