ଆଜିଠୁ ଘରୋଇ ସେବା ଦେବ ମୋବସ୍‌

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପରିଚାଳିତ ମୋବସ ସେବା ମଙ୍ଗଳବାରଠାରୁ ଘରୋଇ ସେବା ଯୋଗାଇବ। ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ବିନା ଶୀତତାପ ନିୟନ୍ତ୍ରିତ ମୋବସ ସେବା ୭ଟି ରୁଟ୍‌ରେ ଚାଲିବ। ଆଗାମୀ ଦିନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆହୁରି ଅଧିକା ରୁଟ୍‌ରେ ମୋବସ ଚଳାଚଳ କରିବ ବୋଲି କ୍ରୁଟ୍‌ ପ୍ରବନ୍ଧକ ଦିପ୍ତୀ ମହାପାତ୍ର କହିଛନ୍ତି।
ମୋବସ୍‌ରେ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କ ପାଇଁ କ୍ରୁଟ୍‌ ପକ୍ଷରୁ କିଛି ପରାମର୍ଶ ଓ କିଛି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଯାତ୍ରୀମାନେ ଏଥିପ୍ରତି ଧ୍ୟାନ ଦେଇ ମୋବସ୍‌ ସେବାକୁ ଉପଭୋଗ କରିବାକୁ ମହାପାତ୍ର କହିଛନ୍ତି।
ସେ କହିଛନ୍ତି, ମୋବସ୍‌ରେ ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ। ସମସ୍ତ ସିଟ୍‌ ଭରିଯାଇଥିଲେ, ଅଧିକା ଯାତ୍ରୀଙ୍କୁ ଉଠାଇବେ ନାହିଁ। ଏଥିପାଇଁ ସମସ୍ତ ଗାଇଡ ଓ କ୍ୟାପଟେନ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମୋବସ୍‌ରେ ଯାତାୟତ କରିବାକୁ ହେଲେ ଯାତ୍ରୀମାନେ ବାଧ୍ୟତାମୂଳକ ଭାବେ ମାସ୍କ ଲଗାଇବେ। ଯଦି କେହି ମାସ୍କ ଲଗାଇ ନଥିବେ ତାହେଲେ ସମ୍ପୃକ୍ତ ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପ୍ରତି ମୋବସ୍‌ କର୍ତ୍ତୃପକ୍ଷ ଧ୍ୟାନ ଦେଉଛନ୍ତି। ଯାତ୍ରୀମାନେ ମଧ୍ୟ ନିଜର ଯତ୍ନ ନିଅନ୍ତୁ ଏବଂ ଯାତ୍ରା ସମୟରେ ନିଜ ସାନିଟାଇଜର ନିଜ ସାଥିରେ ରଖନ୍ତୁ ବୋଲି ମହାପାତ୍ର କହିଛନ୍ତି। ଏଥିସହ ଯାତ୍ରୀମାନେ ବର୍ତ୍ତମାନ ସମୟରେ ଟିକେଟର ମୁଲ୍ୟ ମୁତାବକ ଖୁଚୁରା ଦିଅନ୍ତୁ ବୋଲି ମହାପାତ୍ର ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷେ ଆଗାମୀ ଦିନରେ ଡିଜିଟାଲ୍‌ ଟିକେଟ୍‌ ବୁକିଙ୍ଗ ସେବାକୁ ଅଧିକରୁ ଅଧିକ ସମୃଦ୍ଧ କରିବା ପାଇଁ ଏବଂ ନୋଟ୍‌ର ପ୍ରଚଳନକୁ କମ କରିବା ପାଇଁ କ୍ରୁଟ୍‌ ତରଫରୁ ଚେଷ୍ଟା ଚାଲିଛି। ଖୁବ୍‌ଶୀଘ୍ର ‘ଟ୍ୟାପ ଆଣ୍ଡ ପେ କାର୍ଡ, କ୍ୟୁଆର କୋଡ୍‌’ ସେବା ଆରମ୍ଭ ହେବାକୁ ଯାଉଛି। କୋରୋନା ସମୟରେ ଏଭଳି ବ୍ୟବସ୍ଥା ଯାତ୍ରୀ ଏବଂ ମୋବସ କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବ ବୋଲି ମହାପାତ୍ର ସୂଚନା ଦେଇଛନ୍ତି। ଏହାବ୍ୟତୀତ ପ୍ରତ୍ୟେକ ମୋବସର ପ୍ରତିଦିନ ନିଃସଂକ୍ରମଣ କରାଯିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ବିଷେଶ ଭୂତାଣୁ ନାସକ ଶୋଧକର ବ୍ୟବହାର କରାଯାଉଛି। ଜନସାଧାରଣଙ୍କ ସୁରକ୍ଷା ଏବଂ ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ କ୍ରୁଟ୍‌ ପ୍ରତିବଦ୍ଧ ଥqତ୍ବା ମହାପାତ୍ର ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

କେରଳକୁ ଦାଦନ ଖଟି ଯାଇଥିଲେ, କୁଅରୁ ଉଦ୍ଧାର ହେଲା ଶ୍ରମିକଙ୍କ ମୃତଦେହ: ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୩୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହକୁ ନିଜ…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ୧୦୮ ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri