ଆଜିଠାରୁ ସକାଳୁଆ ବ୍ୟାଙ୍କ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ସରକାରୀ ଅଫିସ ଏବଂ ବ୍ୟାଙ୍କଗୁଡିକ ଚଳାଇବା ନେଇ ରାଜସ୍ବ ବିଭାଗ ପକ୍ଷରୁ ଗତ ୧୭ତାରିଖରେ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ ୩ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକ୍‌ଡାଉନ ବଳବତ୍ତର ରହିବ ବୋଲି ଗୁରୁବାର ନୂଆ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ୨୩ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଗ୍ରୀଷ୍ମଋତୁ ଯୋଗୁ ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖାଯାଇ ରାଜ୍ୟର ସବୁ ବ୍ୟାଙ୍କ ଶୁକ୍ରବାରଠାରୁ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହି ନିୟମ ୬ଟି ଅଞ୍ଚଳ କଟକ, ଭୁବନେଶ୍ୱର, ପୁରୀ, ଛତ୍ରପୁର, ବ୍ରହ୍ମପୁର ଏବଂ କୋରାପୁଟ ପାଇଁ ଲାଗୁ ହେବନାହିଁ। ସକାଳୁ ବ୍ୟାଙ୍କ କାର୍ଯ୍ୟାରମ୍ଭ ହେବାପରେ ସେଠାରେ ଯେପରି ଲୋକମାନଙ୍କ ଗହଳି ନ ଜମିବ ସେଥିପ୍ରତି ଧ୍ୟାନ ଦିଆଯିବ। ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଦୃଷ୍ଟି ଦିଆଯିବ। ଏପ୍ରିଲ ୧୦ ତାରିଖରୁ ଜୁନ୍‌ ୧୫ତାରିଖ ପର୍ଯ୍ୟନ୍ତ ଏହି ନିୟମ ଜାରି ରହିବ। ନିର୍ଦ୍ଦେଶନାମାରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ସକାଳ ୮ଟାରୁ ଯେପରି ଗ୍ରାହକମାନେ ସେବା ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୪୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି

ଭୁବନେଶ୍ୱର,୩ା୫(ବ୍ୟୁରୋ): ରବିବାର ରାଜ୍ୟରୁ ୪୨ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଭୁବନେଶ୍ୱର-ବନମାଳିପୁରରୁ ରାସ୍ତାରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ

ବାଳକାଟୀ,୧୭ା୬(ଡି.ଏନ୍‌.ଏ.)-ବାଳକାଟୀ ଫାଣ୍ଡି ଅନ୍ତର୍ଗତ ଭୁବନେଶ୍ୱର-ବନମାଳିପୁର ମୁଖ୍ୟରାସ୍ତାର ମା’ ଦୁଲ୍ଲାଦେବୀ ମନ୍ଦିର ନିକଟରେ ବୁଧବାର ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି।...

ସିଏଏ: ସୁନ୍ଦରଗଡ଼ରେ ହିଂସା; ୨ଗୋଷ୍ଠୀ ମୁହାଁମୁହିଁ, ପଥର ମାଡ଼ରେ ଆଇଆଇସିଙ୍କ ସମେତ ୧୦ ଆହତ

ସୁନ୍ଦରଗଡ଼,୧୫-୧(ଡି.ଏନ୍‌.ଏ.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସୁନ୍ଦରଗଡ଼ରେ ସୋମବାର ଉତ୍ତେଜନା ସୃଷ୍ଟି ହୋଇଥିଲା। ମଙ୍ଗଳବାର ଏହା ହିଂସାର ରୂପ ନେଇଛି। ସ୍ଥାନୀୟ ରିଜେଣ୍ଟ ମାର୍କେଟ ଅଞ୍ଚଳରେ...

ରାଜ୍ୟରେ ଆଜି ୬,୦୧୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୬,୦୧୯ କରୋନା ଆକ୍ରାନ୍ତ...

ରାଜ୍ୟରେ ୩,୬୩୬ ଜନଶୂନ୍ୟ ଗ୍ରାମ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜ୍ୟରେ ୩,୬୩୬ଟି ଜନଶୂନ୍ୟ ଗ୍ରାମ ତଥା ବସତି ରହିଛି। ଏହାମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୪୧୨ଟି ମାନବଶୂନ୍ୟ ଗ୍ରାମ ରହିଛି। ଏହାତଳକୁ ବାଲେଶ୍ୱରରେ ୨୯୭,...

ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ୍‌

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଶନିବାର ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ଏହାକୁ ୧୫ ଦିନ ବନ୍ଦ କରିବାକୁ ବିଏମ୍‌ସି ନୋଟିସ...

‘କରତାଳି ଦିଏ ପ୍ରେରଣା’

ସିମୁଳିଆ, ୧୭ା୩(ସନ୍ତୋଷ କୁମାର ନାୟକ)-ପିଲାଦିନେ ସୁଲଳିତ କଣ୍ଠରେ ଗୀତ ବୋଲି ପାରୁଥିଲେ ପୂଜାରାଣୀ । ସ୍କୁଲରେ ପଢିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ବୋଲି ପ୍ରଶଂସା...

ଗ୍ରାହକ ସାଜି ଲୁଟିନେଲେ ୧୦ ଲକ୍ଷର ଅଳଙ୍କାର

ସମ୍ବଲପୁର,୩୦।୧୨(ବ୍ୟୁରୋ)- ଦିନ ଦ୍ୱିପହରରେ ଜଣେ ଯୁବକ ଗ୍ରାହକ ସାଜି ଏକ ସୁନା ଦୋକାନରୁ ୨୦୦ ଗ୍ରାମ ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିବା ଜଣାପଡିଛି।...

Advertisement


Archives

Model This Week