Posted inଖେଳ

ଆଜିଠାରୁ ଟ୍ରେନିଂ ଆରମ୍ଭ କରିବେ ଶ୍ରୀଲଙ୍କା କ୍ରିକେଟର

କଲମ୍ବୋ,୩୧।୫ (ପି.ଟି.): କୋଭିଡ୍‌-୧୯ ମହାମାରୀ ଜାରି ରହିଥିବା ବେଳେ ୧୩ ଶ୍ରୀଲଙ୍କା କ୍ରିକେଟରଙ୍କୁ ନେଇ ଏକ ଗ୍ରୁପ୍‌ ସୋମବାରଠାରୁ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଖେଳାଳି ବୋଲର ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍‌ଏଲ୍‌ସି) ତରଫରୁ କୁହାଯାଇଛି। କଲମ୍ବୋ କ୍ରିକେଟ କ୍ଲବ୍‌ରେ ଆଗଧାଡିର ଏହି ୧୩ଜଣ କ୍ରିକେଟର ରେସିଡେନ୍ସିଆଲ ଟ୍ରେନିଂ କ୍ୟାମ୍ପରେ ଅଭ୍ୟାସ ଆରମ୍ଭ କରିବେ ବୋଲି ଏସ୍‌ଏଲ୍‌ସି କହିଛି। ୩ଟି ଟାକ ଫର୍ମାଟକୁ ଦୃଷ୍ଟିରେ ରଖି ଟ୍ରେନିଂ ପାଇଁ ଏହି ଖେଳାଳିମାନଙ୍କୁ ଚୟନ କରାଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ବୋଲର ରହିଛନ୍ତି। କାରଣ ମ୍ୟାଚ୍‌ରେ ଭାଗ ନେବା ପୂର୍ବରୁ ବୋଲରମାନେ ଫିଟ୍‌ ହେବା ପାଇଁ ଓ ଫର୍ମକୁ ଫେରିବା ପାଇଁ ଅଧିକ ସମୟ ନେଇଥାନ୍ତି ବୋଲି ବୋର୍ଡ ତରଫରୁ କୁହାଯାଇଛି।
୪ଜଣ ସଦସ୍ୟଙ୍କୁ ନେଇ କୋଚିଂ ଷ୍ଟାଫ୍‌ ଏହି ଟ୍ରେନିଂ କ୍ୟାମ୍ପର ତଦାରଖ କରିବେ। କୋଭିଡ୍‌-୧୯ ପାଇଁ ସରକାରଙ୍କ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ମାନିବା ପାଇଁ ଖେଳାଳିମାନଙ୍କୁ କୁହାଯାଇଛି। ପୂର୍ବରୁ ଇଂଲଣ୍ଡ କ୍ରିକେଟରମାନେ ପ୍ରଥମେ ଟ୍ରେନିଂ ପାଇଁ ପଡିଆକୁ ଓହ୍ଲାଇଥିଲେ। ଆଗକୁ କେତୋଟି ସିରିଜ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ଖେଳାଳିଙ୍କ ଟ୍ରେନିଂକୁ ଏସ୍‌ଏଲ୍‌ସି ଗୁରୁତ୍ୱ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାରେ ଭାରତର ସିରିଜ ଜିତିବା ରହିଲା ଅଧୁରା

କେପ୍‌ ଟାଉନ୍‌,୧୪।୧: ସ୍ଥାନୀୟ ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଉଇକେଟରେ ପରାସ୍ତ କରିଛି । ଫଳରେ...

ଆଇପିଏଲ୍‌ରେ ୪ର୍ଥ ଥର ଲାଗି ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେ ଚେନ୍ନାଇ-ମୁମ୍ବାଇ

ନୂଆଦିଲ୍ଲୀ, ୭।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଲାଗି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୟୁଏଇରେ ୧୯...

ଏସିଆ କପ୍‌ ନେଇ ନିଷ୍ପତ୍ତି ହେଲାନି, ବୈଠକରେ ଯୋଗଦେଲେ ଗାଙ୍ଗୁଲି, ଶାହା

ନୂଆଦିଲ୍ଲ, ୯।୬(ପି.ଟି.): ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଏସିଆ କପ୍‌ ଟି୨୦ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଏସିଆନ କ୍ରିକେଟ କାଉନସିଲ (ଏସିସି)...

ଲଙ୍କା ପ୍ରିମିୟର ଲିଗ୍‌: ସୋହେଲ ଖାନ୍‌ କାଣ୍ଡି ଫ୍ରାଞ୍ଚାଇଜ୍‌ ମାଲିକ

କଲମ୍ବୋ,୨୨।୧୦: ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ରେ ବଲିଉଡ୍‌ର ଏଣ୍ଟ୍ରି ହୋଇଛି। ବଲିଉଡ୍‌ ଅଭିନେତା, ପ୍ରଯୋଜକ, ଲେଖକ ତଥା ଫିଲ୍ମ ନିର୍ମାତା ସୋହେଲ ଖାନ୍‌ କାଣ୍ଡି ଫ୍ରାଞ୍ଚାଇଜ୍‌ର...

ମନଦୀପ ସିଂଙ୍କ ୧୫୦ତମ ମ୍ୟାଚ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ମଙ୍ଗଳବାର ବେଲଜିୟମ ବିପକ୍ଷରେ କ୍ୟାରିୟରର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ମନଦୀପ ସିଂ। ମ୍ୟାଚ ପୂର୍ବରୁ କୋଚ୍‌ ଗ୍ରାହାମ ରିଡ୍‌ ତାଙ୍କୁ ୧୫୦ ନମ୍ବର...

କମ୍‌ ବୟସରେ ହେୟାର ଷ୍ଟାଇଲିଷ୍ଟଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍‌: ଏବେ କଲେ ଖୁଲାସା

ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର୍‌ ରାହୁଲ ଚହର ନିଜ ବୋଲିଂକୁ ନେଇ ଚର୍ଚ୍ଚାରେ ଥାନ୍ତି। ଚଳିତ ଆଇପିଏଲ୍‌ରେ ସେ ନିଜ ହେୟାର ଷ୍ଟାଇଲକୁ ନେଇ ଚର୍ଚ୍ଚାକୁ...

ମାଞ୍ଚେଷ୍ଟର ଟେଷ୍ଟ ଲାଗି ଟିମ୍‌ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ,୮।୯: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅପରାଜେୟ ସ୍ଥିତିରେ ଥିବା ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହ ମାଞ୍ଚେଷ୍ଟର ଟେଷ୍ଟରେ ଓହ୍ଲାଇପାରେ। ଭେଟେରାନ ଭାରତୀୟ ପେସର...

ନିର୍ବନ୍ଧ ଶେଷ ହେବାପରେ ବି ଚହଲଙ୍କୁ ଛାଡିଲେନି ଏହି କ୍ରିକେଟର, କହିଲେ ଏମିତି

ଭାରତୀୟ କ୍ରିକେଟ ଦଳର ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ ଶେଷ ହୋଇଛି। ଡାକ୍ତର, କୋରିଓଗ୍ରାଫର ତଥା ୟୁଟ୍ୟୁବର ଧନଶ୍ରୀ ବର୍ମାଙ୍କୁ ନିଜ ଜୀବନ ସାଥୀ...

Advertisement


Archives

Model This Week