Posted inଖେଳ

ଆକମଲଙ୍କ ଅପିଲର ଶୁଣାଣି କରିବେ ପୂର୍ବତନ ସୁପ୍ରିମକୋର୍ଟ ଜଜ୍‌

କରାଚି,୩୧।୫ (ପି.ଟି.): ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କ ମାମଲାର ଶୁଣାଣି କରିବେ ପୂର୍ବତନ ସୁପ୍ରିମକୋର୍ଟ ଜଜ୍‌ ଫକିର ମହମ୍ମଦ ଖୋଖାର। ଦୁର୍ନୀତି କରିବାକୁ ଆକମଲଙ୍କୁ ପ୍ରସ୍ତାବ ଦିଆଯାଇ ନ ଥିଲେ ମଧ୍ୟ ସେ ଏ ସଂକ୍ରାନ୍ତରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ଜଣାଇ ନଥିଲେ। ଫଳରେ ପିସିବି ତାଙ୍କୁ ୩ ବର୍ଷ ବାସନ୍ଦ କରିଥିଲା। ଏବେ ଏହା ବିରୋଧରେ ଆକମଲ ଅପିଲ କରିଛନ୍ତି । ଫକିର ଏହି ଅପିଲର ଶୁଣାଣି କରିବେ ବୋଲି ପିସିବି ତରଫରୁ କୁହାଯାଇଛି।
ଆକମଲଙ୍କୁ ଗତମାସ ପିସିବି ସବୁ ପ୍ରକାର କ୍ରିକେଟ କାର୍ଯ୍ୟକଳାପରୁ ବାସନ୍ଦ କରିଥିଲା। ବୋର୍ଡର ଶୃଙ୍ଖଳାଗତ କମିଟି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ପାକିସ୍ତାନ୍‌ ସୁପର ଲିଗ୍‌ ଆରମ୍ଭ ହେବା ପୂର୍ବରୁ ଦୁର୍ନୀତି ନେଇ ପ୍ରସ୍ତାବ ମିଳିଥିଲେ ମଧ୍ୟ ଆକମଲ ପିସିବିକୁ ରିପୋର୍ଟ କରି ନ ଥିଲେ। ତେଣୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହା ବାସନ୍ଦାଦେଶ ବିରୋଧରେ ୩୦ ବର୍ଷୀୟ ଆକମଲ ଚ୍ୟାଲେଞ୍ଜ୍‌ କରିଥିଲେ। ଏବେ ଏହାର ନିରପେକ୍ଷ ତଦନ୍ତ ହେବ। ଏହି ମାମଲାରେ ସାହାଯ୍ୟ କରିବାକୁ ଆକମଲ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଲାମେଣ୍ଟରୀ ଆଫେୟାର୍ସ ଆଡଭାଇଜର ବାବର ଆଓ୍ବାନଙ୍କର ସହୟତା ନେଇଛନ୍ତି। ପିଏସ୍‌ଏଲ ଆରମ୍ଭ ହେବା ପୂର୍ବରୁ ଆକମଲଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ଉମର ହେଉଛନ୍ତି ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ କାମରାନ ଆକମଲଙ୍କ ସାନ ଭାଇ। ସେ ମଧ୍ୟ ଅଧିନାୟକ ବାବର ଆଜମଙ୍କର ସମ୍ପର୍କୀୟ ଭାଇ। ଉମର ପାକିସ୍ତାନ ପାଇଁ ୧୬ ଟେଷ୍ଟ, ୧୨୧ ଦିନିକିଆ ଓ ୮୪ଟି ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୦୦୩, ୩୧୯୪ ଓ ୧୬୯୦ ରନ ସଂଗ୍ରହ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ପଦାର୍ପଣ କରି ସେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ପରେ ସେ ଏହି ସଫଳତାକୁ ଦୋହରାଇ ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri