ଆଉ ଛପା ହେବନି ୧୦୦୦ ଟଙ୍କିଆ ନୋଟ୍‌; ରଦ୍ଦ ହେଲା ଆଇନ

ନୂଆଦିଲ୍ଲୀ,୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ୧ହଜାର ଟଙ୍କିଆ ନୋଟ୍‌ ଛାପିବା ପାଇଁ ଅନୁମତି ଦେଉଥିବା ୧୯୯୮ର ଉଚ୍ଚ ମୂଲ୍ୟର ସଂଶୋଧିତ ଆଇନକୁ ପାର୍ଲାମେଣ୍ଟ ରଦ୍ଦ କରିଦେଇଛି। ଅର୍ଥନୀତିରେ ନଗଦ ସଙ୍କଟ ଦୂର କରିବା ଲାଗି ସେତେବେଳେ କେନ୍ଦ୍ର ସରକାର ଏହି ଆଇନ ପ୍ରଣୟନ କରିଥିଲେ। ଏଥିସହ ବେକାର ହୋଇଯାଇଥିବା ୫୮ ପୁରୁଣା ଆଇନକୁ ରଦ୍ଦ କରିବାକୁ ଗତ ସପ୍ତାହରେ ପାର୍ଲାମେଣ୍ଟ ଅନୁମୋଦନ କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ଏହି ସଂଶୋଧନ ବିଲ୍‌କୁ ୧୯୯୮ ଡିସେମ୍ବରରେ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିଲେ। ଏହା ଅନୁମୋଦନ ଲାଭ କରିବା ପରେ ଆର୍‌ବିଆଇ ୧୦୦୦ ଟଙ୍କିଆ ନୋଟ୍‌ ଛାପିବା ଆରମ୍ଭ କରିଥିଲା। ଉଲ୍ଲେଖଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ଡିଏର ପ୍ରଥମ ଶାସନ କାଳରେ ୨୦୧୬ ନଭେମ୍ବରରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲେ। ଏଥିସହିତ ସେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ଘୋଷଣା କରିଥିଲେ। ବଜାରରେ ଅନ୍ୟ ମୂଲ୍ୟର ନୋଟ୍‌ ଉପରେ ଚାପ କମାଇବା ଲାଗି ସରକାର ସେତେବେଳେ ହଜାରେ ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଣ୍ଡାର ନୂଆ ହାଇନେସ-ସିବି ୩୫୦

ନୂଆଦିଲ୍ଲୀ: ପାର୍ବଣକୁ ଧ୍ୟାନରେ ରଖି ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ନୂଆ ହାଇନେସ- ସିବି ୩୫୦ ମଡେଲ ଭାରତ ବଜାରରେ ଶୁଭାରମ୍ଭ ହୋଇଛି। ଏହି ମଡେଲର ଏକ୍ସ...

ନୀରବଙ୍କ ପରିବାରର ସିଙ୍ଗାପୁର ବ୍ୟାଙ୍କ ଆକାଉଣ୍ଟ ଜବତ

ସିଙ୍ଗାପୁର,୩-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାରର ସିଙ୍ଗାପୁରସ୍ଥିତ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ଲାଗି ସ୍ଥାନୀୟ...

କୋଣାର୍କ ଇନ୍‌ଫ୍ରାକୋର୍‌ର ୨ୟ ଉତ୍କର୍ଷ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୧୨: କୋଣାର୍କ ଇନ୍‌ଫ୍ରାକୋରର ୨ୟ ଉତ୍କର୍ଷ କେନ୍ଦ୍ର ସମ୍ବଲପୁରରେ ଉଦଘାଟିତ ହୋଇଯାଇଛି। ଏପରିକି ଭୁବନେଶ୍ୱରର ଦ ଗ୍ରାଣ୍ଡ ଶିବା ହୋଟେଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ...

ପରିବର୍ତ୍ତନ ହେବେ ଏସ୍‌ଏଲ୍‌ବିସି କନ୍‌ଭେନର

ମୁମ୍ବାଇ,୩୧। ୩: ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପରେ ରିଜର୍ଭ ବ୍ୟାଙ୍କ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି)ର କନ୍‌ଭେନରଙ୍କୁ ପରିବର୍ତ୍ତନ ନେଇ ସୋମବାର ପ୍ରସ୍ତାବ ଦେଇଛି। ସରକାର...

ଡିଜେଲ ଲିଟର ପିଛା ୧୦ଟଙ୍କା ବଢିଲାଣି

ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୨୦ ପଇସା ଏବଂ ଡିଜେଲ ୫୬ ପଇସା ବୃଦ୍ଧି ପାଇଛି। ଫଳରେ ଡିଜେଲ ଦର ଲିଟର...

ଜିଓରେ ୧୧୩୬୭ କୋଟି ନିବେଶ କରିବ କେକେଆର୍‌

ମୁମ୍ବାଇ,୨୩।୫: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟ୍‌ଫର୍ମରେ ନିବେଶକାରୀ ସଂସ୍ଥା କେକେଆର୍‌ ୧୧୩୬୭ କୋଟି...

ଚାହିଦା ବୃଦ୍ଧିରେ ମିଡିଲ୍‌ ଇଣ୍ଡିଆ

ନୂଆଦିଲ୍ଲୀ: କରୋନା ମହାମାରୀ ଚାପରେ ଭାରତର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ...

ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର୍‌’ ପୁରସ୍କାର

ନୂଆଦିଲ୍ଲୀ,୧୭।୩: ରିଜର୍ଭ ବ୍ୟାଙ୍କ ଅପ୍‌ ଇଣ୍ଡିଆ(ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର୍‌’ ପୁରସ୍କାର ପ୍ରଦାନ କରାଯାଇଛି। ଇଣ୍ଟରନ୍ୟାଶ୍‌ନାଲ୍‌ ପବ୍ଲିକେଶନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ...

Advertisement
Archives

Model This Week