Posted inଖେଳ

ଆଇସିସି ବିଶ୍ୱକପ୍‌: ପାକିସ୍ତାନ- ନ୍ୟୁଜିଲାଣ୍ଡ ମୁକାବିଲା

ବର୍ମିଂହାମ,୨୬।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ କେତୋଟି ଶକ୍ତିଶାଳୀ ଦଳର ପରାଜୟ ପରେ ଏବେ ଟୁର୍ନାମେଣ୍ଟ ପୂରା ଖୋଲା ଯାଇଛି। ଅର୍ଥାତ ପଏଣ୍ଟ ତାଲିକାର ନିମ୍ନରେ ଥିବା କେତୋଟି ଦଳ ପାଇଁ ସେମିଫାଇନାଲ ସୁଯୋଗ ସୃଷ୍ଟି ହୋଇଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ପାକିସ୍ତାନ ଲାଗି ସେମିଫାଇନାଲର କ୍ଷୀଣ ଆଶା ସୃଷ୍ଟି ହୋଇଛି। ତେବେ ପ୍ରଥମେ ପାକିସ୍ତାନକୁ ତା’ର ବାକିଥିବା ସବୁ ୩ଟି ମ୍ୟାଚ୍‌ରେ ବିଜୟୀ ହେବାକୁ ପଡିବ। କେବଳ ସେତିକ ନୁହଁ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ପାକିସ୍ତାନକୁ ଅନ୍ୟ ମ୍ୟାଚ୍‌ର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ। ବୁଧବାର ପାକିସ୍ତାନ ବିଶ୍ୱକପ୍‌ର ୩୩ତମ ମ୍ୟାଚ୍‌ରେ ଅପରାଜେୟ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ। ପାକିସ୍ତାନ ସମ୍ମୁଖରେ ଏବେ ନିଶ୍ଚିତ ବିଜୟ ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ପାକିସ୍ତାନ ଏହି ମ୍ୟାଚରେ ପରାସ୍ତ ହୁଏ ତାହେଲ ସେମି ଦୌଡ଼ରୁ ବାଦ୍‌ ପଡିବ। ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ କର ବା ମର ପରିସ୍ଥିତିର ସମ୍ମୁଖୀନ ହୋଇଛି। ପାକିସ୍ତାନ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୨ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇଁ ତାଲିକାର ସପ୍ତମ ସ୍ଥାନରେ ରହିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ୬ଟି ମ୍ୟାଚ୍‌ ଖେଳି ୫ ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି।
ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ ଦଳ ସବୁ ମହଲରୁ କଡ଼ା ସମାଲୋଚନାର ଶିକାର ହୋଇଥିଲା। ତେବେ ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିବା ପରେ ପାକିସ୍ତାନ ପୁଣି ଥରେ ଟ୍ରାକ୍‌କୁ ଫେରିବା ସହ ସମାଲୋଚକଙ୍କୁ ଚୁପ୍‌ କରାଇବାରେ ସମର୍ଥ ହୋଇଛି। ତାରକା ଦ୍ରୁତ ବୋଲର ମହମ୍ମଦ ଅମୀର ଏପର୍ଯ୍ୟନ୍ତ ୧୫ଟି ଉଇକେଟ ହାସଲ କରି ଟୁର୍ନାମେଣ୍ଟର ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି। ତେବେ ଦଳରେ ଅନ୍ୟ ବୋଲରମାନେ ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିନାହାନ୍ତି। ଫଳରେ ପାକିସ୍ତାନର ପ୍ରଦର୍ଶନ ଆଶାନୁରୂପ ହୋଇ ପାରିନାହିଁ। ଦଳର ବ୍ୟାଟିଂ ଲାଇନ ମଧ୍ୟ ସଫଳ ହୋଇ ପାରିନାହିଁ। ତେବେ ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡିବା ପରେ ହାରିସ ସୋହେଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରି ୫୯ ବଲରୁ ୮୯ ରନର ଦ୍ରୁତ ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପାକିସ୍ତାନ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୦୮/୭ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଶଦାବ ଖାଁ ଓ ଓ୍ବାହାବ ରିୟାଜ ୩ଟି ଲେଖାଏ ଓ ଅମୀର ୨ଟି ଉଇକେଟ ଅକ୍ତିଆର କରିଥିଲେ। ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏହି ମ୍ୟାଚ୍‌ରେ ପାକିସ୍ତାନର ଫିଲ୍ଡିଂ ନିମ୍ନମାନର ଥିଲା ବୋଲି ଅଧିନାୟକ ସର୍ଫରାଜ ଏହାକୁ ସ୍ବୀକାର କରିଛନ୍ତି। ବିଜୟୀ ହେବାକୁ ହେଲେ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ ବୋଲି ସେ ସାଥୀ ଖେଳାଳିଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ମ୍ୟାଚ୍‌ରେ ୩ଟି କ୍ୟାଚ୍‌ ମିସ୍‌ କରିଥିଲୁ ବୋଲି ସେ କହିଛନ୍ତି।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ଦମ୍‌ଦାର ପ୍ରଦର୍ଶନ କରି ଶୀର୍ଷରେ ରହିଛି। କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱରେ ଏହି ଦଳ ବେଶ୍‌ ସନ୍ତୁଳିତ ମନେହେଉଛି। ଦଳ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ମ୍ୟାଚ୍‌ ହାରିନାହିଁ। ତେବେ ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ନ୍ୟୁଜିଲାଣ୍ଡ ବିପଦରେ ପଡିଥିବା ବେଳେ ଓ୍ବିଲିୟମସନ ଦୁଇଟି ଶତକ ହାସଲ କରି ଦଳକୁ ବିଜୟୀ କରାଇଥିଲେ। ଓ୍ବିଲିୟମ୍‌ସନଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ଆଫଗାନିସ୍ତାନ ବିପକ୍ଷରେ ଟୁର୍ନାମେଣ୍ଟର ସର୍ବାଧିକ ସ୍କୋର ହାସଲ କରିଥିଲା। ଅଭିଜ୍ଞ ରସ୍‌ ଟେଲର ଆଶାନୁରୂପ ପ୍ରଦର୍ଶନ କରିଥିଲେ ମଧ୍ୟ ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ କଲିନ ମୁନରୋ ଏପର୍ଯ୍ୟନ୍ତ ଦମ୍‌ ଦେଖାଇପାରି ନାହାନ୍ତି। ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ, ଜିମ୍ମି ନିଶାମ ଓ କଲିନ ଡି ଗ୍ରାଣ୍ଡହୋମଙ୍କୁ ନେଇ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲିଂ ବେଶ୍‌ ଶକ୍ତିଶାଳୀ ମନେ ହେଉଛି। ନ୍ୟୁଜିଲାଣ୍ଡ ପାଇଁ ଗୋଟିଏ ସମସ୍ୟା ହେଉଛି ମନ୍ଥର ବୋଲିଂ। ନିର୍ଦ୍ଧାରିତ ସମୟରେ ବୋଲରମାନେ ସେମାନଙ୍କ ବୋଲିଂ କୋଟା ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଛନ୍ତି। ଆଉ ଗୋଟିଏ ମ୍ୟାଚ୍‌ରେ ମନ୍ଥର ବୋଲିଂ ହେଲେ ଓ୍ବିଲିୟମସନଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହେବାକୁପଡିବ। ମନ୍ଥର ବୋଲିଂରେ ନ୍ୟୁଜିଲାଣ୍ଡକୁ ସୁଧାର ଆଣିବାକୁ ହେବ।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫଖାର ଜମାନ, ଇମାମ ଉଲ ହକ, ବାବର ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ, ମହମ୍ମଦ ହସନୈନ, ଶାହିନ ଶାହା ଆଫ୍ରିଦୀ, ଓ୍ବାହାବ ରିୟାଜ, ମହମ୍ମଦ ଅମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ମ୍ୟାଟ ହେନେରୀ, ଟମ୍‌ ଲାଥମ, କଲିନ ମୁନରୋ, ଜିମ୍ମି ନିଶାମ, ହେନେରୀ ନିକୋଲ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଥୀ, ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, ଟିମ୍‌ ସାଉଦି, ରସ ଟେଲର ଓ ଟମ୍‌ ବ୍ଲଣ୍ଡେଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ବଡ ଝଟକା: ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ପାକିସ୍ତାନ ଯିବାକୁ ମନା କଲେ

କଲମ୍ବୋ,୧୦।୯: ଶ୍ରୀଲଙ୍କା କ୍ରିକେଟ ଦଳର ପାକିସ୍ତାନ ଗସ୍ତ ଫିକା ପଡିଯାଇଛି। ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି।...

ଟିମ୍ ଇଣ୍ଡିଆରେ ମିଳିଲାନି ସୁଯୋଗ, ଧାଓ୍ବନ କହିଲେ…

ନୂଆଦିଲ୍ଲୀ, ୧୧। ୮: ବିସିସିଆଇ ପକ୍ଷରୁ ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁ ଥିବା ଏସିଆନ୍ ଗେମ୍ସ ଲାଗି ଦଳ ଘୋଷଣା କରାଯାଇଛି। ଏଥିରେ ବରିଷ୍ଠ ଖେଳାଳି ଶିଖର ଧାଓ୍ବନ...

କ୍ୱାର୍ଟର ଫାଇନାଲରେ ହାରିିଗଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌, ୨୦ା୩ (ପି.ଟି.)- ଭାରତ ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ଚାମ୍ପିୟନଶିପ୍‌ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି। ଶୁକ୍ରବାର ସେ ନେଦରଲାଣ୍ଡ୍ସର ମାର୍କ କାଲ୍‌ଜୋଙ୍କଠାରୁ ୧୭-୨୧,...

ଡବ୍ଲ୍ୟୁଟିସି ଫାଇନାଲରେ କେ ଏଲ୍‌ ରାହୁଲଙ୍କୁ କରାଯାଉ ଭାରତର ଉଇକେଟକିପର: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୭୫ ରନ୍‌ର ଇନିଂସ ଖେଳିବା ଦଳକୁ ବିଜେତା କରିବାରେ ପ୍ରମୁଖ ଯୋଗଦାନ ଦେଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ କେ...

ବିଶ୍ୱରେକର୍ଡ କଲେ ବାବର ଆଜମ, ୧୬ ବର୍ଷ ବଡ ଗେଲ, କୋହଲିଙ୍କୁ ପଛରେ ପକାଇଲେ

ଇସଲାମାବାଦ,୪।୧୦:ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଜବରଦସ୍ତ ଫର୍ମ ଜାରି ରହିଛି। ରବିବାର ସେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ସେ ଟି -୨୦ରେ ୭୦୦୦...

କୋହଲିଙ୍କୁ ମିଳିଲା ଲାଭ

ନୂଆଦିଲ୍ଲୀ,୧୪।୯: ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ।...

ବିଶ୍ୱର ଏକମାତ୍ର ଖେଳାଳି, ଯିଏ ଖେଳିଛନ୍ତି ଉଭୟ କ୍ରିକେଟ ଏବଂ ଫୁଟବଲ ବିଶ୍ୱକପ

ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ସାର୍‌ ଭିଭିଆନ ରିଚାର୍ଡସ ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ରିଚାର୍ଡସ ହେଉଛନ୍ତି ଦୁନିଆର ଏକମାତ୍ର ଖେଳାଳି ଯିଏ କ୍ରିକେଟ ଏବଂ...

ଏହି ବିଦେଶୀ ଖେଳାଳିଙ୍କୁ କିଣିପାରେ ସିଏସ୍‌କେ

ଚେନ୍ନାଇ, ୧୭।୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ଲାଗି ଏଠାରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ଏହି...

Advertisement
Archives

Model This Week