Posted inଖେଳ

ଆଇପିଏଲ୍‌ ଫାଇନାଲ୍‌ ଉପରେ ଭବିଷ୍ୟବାଣୀ କଲେ ଯୁବରାଜ, ରାଗିଗଲେ ଚହଲ

ଆଇପିଏଲ ୨୦୨୦ରେ ପ୍ରଶଂସକମାନେ ଗତ ରବିବାର ଜବରଦସ୍ତ ମୁକାବିଲା ଦେଖିବାକୁ ପାଇଥିଲେ। ଦିନର ଉଭୟ ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା। କିଙ୍ଗସ ଏକାଦଶ ପଞ୍ଜାବ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଳଯାଇଥିବା ଦ୍ୱିତୀୟ ମ୍ୟାଚ ଦୁଇଟି ସୁପର ଓଭରରେ ଶେଷ ହୋଇଥିଲା। ରୋମାଞ୍ଚକର ମ୍ୟାଚରେ ପଞ୍ଜାବ ଦଳ ନିକୋଲାସ ପୁରାନ ଏବଂ କେ.ଏଲ ରାହୁଲଙ୍କ ଯୋଗୁ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ ଦେଖି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏକ ଟୁଇଟ୍‌ କରିଥିଲେ। ଏଥିରେ ରାଗିଯାଇଛନ୍ତି ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଖେଲାଳି ୟୁଜବେନ୍ଦ୍ର ଚହଲ। ନିକୋଲାସ ପୁରାନଙ୍କ ବ୍ୟାଟିଂରେ ଯୁବରାଜ ସିଂ ପ୍ରଭାବିତ ହୋଇଥିଲେ। ଟୁଇଟ୍‌ କରି ସେ ଲେଖିଛନ୍ତି, ଲାଗୁଛି ଯେ ଆଜିର ଗେମ ଚେଞ୍ଜର ହେଉଛନ୍ତି ନିକୋଲାସ ପୁରାନ, ତାଙ୍କ ବ୍ୟାଟିଂ ଦେଖିବାକୁ ମଜା ଲାଗିଲା । ମୁଁ ଭାବୁଛି କିଙ୍ଗସ ଏକାଦଶ ପଞ୍ଜାବ ପ୍ଲେ ଅଫକୁ ଯିବ ଏବଂ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ କିମ୍ବା ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଯୁବରାଜଙ୍କ ଟୁଇଟ୍‌ ଦେଖି ଚହଲ ରାଗି ଯୁବରାଜଙ୍କୁ କହିଥିଲେ
ଚହଲ – ଭାଇ, ଆମେ ଭାରତକୁ ଫେରି ଯିବୁ କି?
ଯୁବରାଜ ସିଂ – ଏବେ ଆଉ ଅଧିକ ଛକା ଖାଇ ଏବଂ ଉଇକେଟ୍‌ ନେଇ ଆସିବ
ଚହଲ – ଠିକ ଅଛି ଭାଇ, ମୁଁ ନଭେମ୍ବର ୧୦ ପର୍ଯ୍ୟନ୍ତ ଉଇକେଟ ଏବଂ ଛକା ଖାଇ ଦେଉଛି
ଯୁବରାଜ ସିଂ – ହଁ, ନିଶ୍ଚିତ ଭାବରେ ଫାଇନାଲ ଦେଖିକି ଆସିବ
ଉଭୟଙ୍କ ମଧଧ୍ୟରେ ଏଭଳି ଚାଟିଂ ଦେଖି ପ୍ରଶଂସକ ବେଶ୍‌ ମଜା ନେଇଥିଲେ। ଚହଲଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଥର ଟାଇଟଲ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ। ଦଳ ୯ଟି ମ୍ୟାଚରୁ ୬ଟି ଜିତି ତୃତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୌରଭଙ୍କ ଉପରେ ରାଗିଥିଲେ ସଚିନ

ମୁମ୍ବାଇ, ୨୮।୪- ଭାରତୀୟ କ୍ରିକେଟରେ ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ମହାରାଜା ସୌରଭ ଗାଙ୍ଗୁଲି ଦୁଇ ପ୍ରତିଷ୍ଠିତ କ୍ରିକେଟର। ଉଭୟେ ଅନେକ ମ୍ୟାଚରେ ଏକାକୀ...

ହବିବୁଲ ବସାରଙ୍କୁ କରୋନା

ଢାକା:ବାଂଲାଦେଶର ପୂର୍ବତନ ଅଧିନାୟକ ହବିବୁଲ୍‌ ବସାର କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌ ଟେଷ୍ଟରେ ତାଭ୍କର ପଜିଟିଭ ଆସିଛି। ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ବସାର ବର୍ତ୍ତମାନ...

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଟସ୍‌ ଜିତିଲା ଭାରତ

ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି...

ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌...

କର୍ମଚାରୀଙ୍କୁ ଘରକୁ ବିଦା କଲା ଫୁଟବଲ ଏଫ୍‌ଏଫ୍‌ଏ

ସିଡନୀ,୨୭।୩(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଫୁଟବଲ ଫେଡେରେଶନ ଅଫ୍‌ ଅଷ୍ଟ୍ରେଲିଆ (ଏଫ୍‌ଏଫ୍‌ଏ) ତା’ର କର୍ମଚାରୀଙ୍କୁ ଘରକୁ ବିଦା କରିଛି। ଫେଡେରେଶନର ୭୦ ପ୍ରତିଶତ...

ଦୁଇ ବର୍ଷ ଲେଖାଏ ବ୍ୟବଧାନରେ ହୋଇଥିଲା ପ୍ରଥମ ୩ ବିଶ୍ୱକପ୍‌

ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଆନୁକୂଲ୍ୟରେ ପୁରୁଷ ହକି ବିଶ୍ୱକପ୍‌ ୧୯୭୧ରୁ ଆରମ୍ଭ ହୋଇଥିଲା। ଇତିହାସ ଅବଲୋକନ କଲେ ଜଣାଯାଏ ଯେ, ପ୍ରଥମ ୩ ବିଶ୍ୱକପ୍‌...

ହିଟ୍‌ମ୍ୟାନ୍‌ଙ୍କ ଭୁଲାମନ

ରାୟପୁର,୨୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଏମିତି କିଛି ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭାରତୀୟ ଅଧିନାୟକ...

୪ ବର୍ଷ ବୟସରେ ମା’ଙ୍କୁ ହରାଇଥିଲେ, ଶୁଖିଲା ରୁଟି ଖାଇ ୫୪୬ ରନର ଇନିଂସ ଖେଳିଥିଲେ ଏହି କ୍ରିକେଟର୍‌

ମାତ୍ର ୧୪ ବର୍ଷ ବୟସରେ ଲଗାତର ୨ ଦିନ ବ୍ୟାଟିଂ, ୮୫ ଚୌକା ଏବଂ ୫ ଛକା ସହାୟତାରେ ୩୩୦ ବଲରେ ୫୪୬ ରନ କରିବା...

Advertisement
Archives

Model This Week