
ନୂଆଦିଲ୍ଲୀ,୨୭।୨: ଆଗକୁ ଆସୁଛି ଆଇପିଏଲ୍-୨୦୨୦। ତେବେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତରଭୁଜ ଏବଂ ଅମୃତ ଭଣ୍ଡା ଚାଷ ଶିଖିବା ଆରମ୍ଭ କରିଛନ୍ତି। ସେ ମାର୍ଚ୍ଚ ୨ରେ ନିଜ ଆଇପିଏଲ୍ ଦଳରେ ଯୋଗଦେବେ। ଧୋନୀ ଜୈବିକ ଚାଷ ଶିଖୁଥିବାର ଏକ ୨ ମିନିଟ୍ର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଶେୟାର କରିଛନ୍ତି। ରାଞ୍ଚିରେ ଧୋନୀ ନିଜ ଚାଷ ଜମିରେ ପୂଜାର୍ଚ୍ଚନା ମଧ୍ୟ କରୁଥିବାରୁ ଦୃଶ୍ୟ ଏହି ଭିଡ଼ିଓରେ ରହିଛି। ଧୋନୀଙ୍କ ଏଭଳି ନୂଆ ଅବତାର ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। କେତେକ ୟୁଜର ଧୋନୀ ରିଟାୟରମେଣ୍ଟ୍ ପ୍ଲାନିଂ କରୁଥିବା କମେଣ୍ଟ୍ ଦେଇଛନ୍ତି।