ଆଇନଜୀବୀଙ୍କୁ ମିଳିବ ୧୦ ହଜାର ସହାୟତା

କଟକ ଅଫିସ୍‌,୧୧।୫: କରୋନା ପ୍ରଭାବରେ ରୋଜଗାର ହରାଇଥିବା ଆଇନଜୀବୀଙ୍କୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା ମିଳିବ। ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯାଇଛି। ପରିଷଦ ଦ୍ୱାରା ପ୍ରସ୍ତୁତ ଜରୁରିକାଳୀନ ଆର୍ଥତ୍କ ସହାୟତା ନିୟମ -୨୦୨୦କୁ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ସାଧାରଣ ପରିଷଦରେ ଅନୁମୋଦନ ମିଳିଛି। ରାଜ୍ୟରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିୟମ ଅନୁଯାୟୀ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଦ୍ୱାରା ପ୍ରଭାବିତ ଆଇନ୍‌ଜୀବୀଙ୍କୁ ସହାୟତା ପ୍ରଦାନ କରାଯିବ।
ଲକ୍‌ଡାଉନ୍‌ ପ୍ରଭାବରେ କୋର୍ଟଗୁଡ଼ିକ ବନ୍ଦ ରହିଥିବାରୁ ଆଇନଜୀବୀମାନେ ସାମୟିକ ଭାବେ ରୋଜଗାର ହରାଇଛନ୍ତି। ତେଣୁ ସେମାନଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ ପାଇଁ ବିଭିନ୍ନ ଓକିଲ ସଂଘ ତରଫରୁ ଦାବି ହୋଇଥିଲା। ଏ ନେଇ ଏପ୍ରିଲ୍‌ ୧ରେ ରାଜ୍ୟ ଆଇନଜୀବୀ ପରିଷଦର ସ୍ବତନ୍ତ୍ର କମିଟି ବୈଠକରେ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ‘ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଜରୁରିକାଳୀନ ଆର୍ଥତ୍କ ସହାୟତା ନିୟମ-୨୦୨୦’ ପ୍ରସ୍ତୁତ କରାଯାଇଥିଲା। ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଆଇନ୍‌ଜୀବୀଙ୍କ ରୋଜଗାର ପ୍ରଭାବିତ ହେଲେ ସହାୟତା ପ୍ରଦାନ ପାଇଁ ଏହି ନିୟମରେ ବ୍ୟବସ୍ଥା ରହିଛି। ଏଥିପାଇଁ ୭ଜଣିଆ କମିଟି ଗଠନ ହେବ। ଆଇନଜୀବୀ ନିଜ ଓକିଲ ସଂଘ ସଭାପତି କିମ୍ବା ସମ୍ପାଦକଙ୍କଠାରୁ ଆବେଦନପତ୍ରରେ ଅନୁମୋଦନ ଆଣିବେ। ଆବେଦନଗୁଡ଼ିକ ଗଠିତ କମିଟି ପାଖରେ ଉପସ୍ଥାପନ କରାଯିବ। କମିଟି ଆବେଦନଗୁଡ଼ିକର ବିଚାର କରି ତାଲିକା ପ୍ରସ୍ତୁତ ପରେ ରାଜ୍ୟ ଆଇନଜୀବୀ ପରିଷଦ କିମ୍ବା ସ୍ବତନ୍ତ୍ର କମିଟି ପାଖକୁ ପଠାଇବେ। କୌଣସି ଆଇନଜୀବୀ ମିଥ୍ୟା ତଥ୍ୟ ଦେଇଥିଲେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ସମ୍ପୃୃକ୍ତ ସଂଘ କର୍ମକର୍ତ୍ତା ମଧ୍ୟ ଦାୟୀ ହେବେ। କୌଣସି ଆବେଦନକୁ ବାତିଲ କରିବାର ସମସ୍ତ କ୍ଷମତା ପରିଷଦ ପାଖରେ ରହିବ।

କେଉଁମାନଙ୍କୁ ମିଳିବ ସହାୟତା

ସହାୟତା ପାଇବାକୁ ଯୋଗ୍ୟ ଆଇନଜୀବୀଙ୍କ ପାଇଁ କେତେକ ସର୍ତ୍ତ ରଖାଯାଇଛି। ସେଗୁଡ଼ିକ ହେଲା ବାର୍ଷିକ ଆୟ ଦେଢ଼ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବ। ସ୍ବାମୀ/ସ୍ତ୍ରୀ ସରକାରୀ/କର୍ପୋରେଟ୍‌ ସଂସ୍ଥାରେ ଚାକିିରି କରି ନ ଥିବେ କିମ୍ବା ପେନ୍‌ସନ୍‌ ପାଉ ନ ଥିବେ। ସହରାଞ୍ଚଳରେ ନିଜର ଘର କିମ୍ବା ଫ୍ଲାଟ୍‌ ନ ଥିବ, ୧୦ ଏକରରୁ ଅଧିକ ଚାଷ ଜମି ନ ଥିବ, ଅଭିଭାବକଙ୍କ ବ୍ୟକ୍ତିଗତ ଆୟ ନ ଥିବ, ଚାରିଚକିଆ ଯାନ ନ ଥିବ। ସେହିପରି ସେ ନିୟମିତ ଲ’ ପ୍ରାକ୍ଟିସ୍‌ କରୁଥିବେ, ରାଜ୍ୟ ଆଇନ୍‌ଜୀବୀ ପରିଷଦର ସଦସ୍ୟ ଥିବେ, ଅଲ୍‌ ଇଣ୍ଡିଆ ବାର୍‌ ଏକ୍ସଜାମିନେଶନ୍‌ରେ ଉତ୍ତୀର୍ଣ୍ଣ ହୋଇଥିବେ, ଜୁନିୟର୍‌ ଭାବେ କାମ କରୁଥିଲେ ୧୦ ହଜାରରୁ ଅଧିକ ଟଙ୍କା ମାସିକ ନେଉ ନ ଥିବେ, ଅନୁବନ୍ଧିତ ଓକିଲ ସଂଘର ଭୋଟର୍‌ ଥିବେ, ପେନ୍‌ସନ୍‌ ପାଉ ନ ଥିବେ, କେନ୍ଦ୍ର, ରାଜ୍ୟ ସରକାର କିମ୍ବା କୌଣସି ସରକାରୀ କି ଘରୋଇ ଉଦ୍ୟୋଗଠାରୁ ଫି’ ଗ୍ରହଣ କରୁ ନ ଥିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଗଳା କାଟି ହତ୍ୟା

ବ୍ରହ୍ମପୁର ଅଫିସ,୪ା୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେସନ ୪ନଂ ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟାବେଳେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି।...

ବୁଗୁଡ଼ା ସହରରେ ଶଟ୍‌ଡାଉନ୍‌ର ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ

ବୁଗୁଡ଼ା,୭ା୬(ଡି.ଏନ୍‌.ଏ.): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହର ଶନିବାର ଏବଂ...

୩୦ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୮।୭: ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହୋଇଛି। ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର...

ଇକୋ ରିଟ୍ରିଟ୍‌ ମହୋତ୍ସବରେ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ

କୋଣାର୍କ,୧୬ା୧(ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗର ସାହୁଖଣତାଠାରେ ଅନୁଷ୍ଠିତ ଇକୋ ରିଟ୍ରିଟ ମହୋତ୍ସବ ସ୍ଥଳୀରେ ବୁଧବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉତରାୟନ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ...

କଟକ ସିରିଏଲ୍‌ ହତ୍ୟା ଘଟଣାରେ ଗୃହସଚିବଙ୍କୁ ନୋଟିସ:କ’ଣ ପଦକ୍ଷେପ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ, ୨୪।୯: କଟକ ସିରିଏଲ୍‌ ହତ୍ୟା ଘଟଣାରେ ସୋମବାର ହାଇକୋର୍ଟ ରାଜ୍ୟ ଗୃହ ସଚିବଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା...

ରାଜ୍ୟରେ ଚିନ୍ତା ବଢାଉଛି ଓମିକ୍ରନ,ଆଉ ୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ) : ରାଜ୍ୟରେ ଗୁରୁବାର ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲଏସ୍‌ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏହାକୁ...

ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା ଉଦ୍ୟମ: ବନ୍ଧା ହେଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୬।୧: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ସଦର ଥାନା ପୋଲିସ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହିଞ୍ଜିଳିକାଟୁ ଥାନା ଅଧୀନ ଅଲାପୁର ଗ୍ରାମର...

ଅନନ୍ତ ବାସୁଦେବ ମନ୍ଦିର: ଅବକ୍ଷୟ ହେଉଛି କାରୁକାର୍ଯ୍ୟ, ପାର୍ଶ୍ୱ ଦେବଦେବୀ

ପୁରୁଣା ଭୁବନେଶ୍ୱର,୧୦।୯ (ଡି.ଏନ୍‌.ଏ.): ପବିତ୍ର ବିନ୍ଦୁସାଗର କୂଳରେ ଅବସ୍ଥିତ ତ୍ରୟୋଦଶ ଶତାବ୍ଦୀର ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଐତିହ୍ୟର ଅନ୍ୟ ଏକ ମୂକ ସାକ୍ଷୀ ହେଉଛି...

Advertisement
Archives

Model This Week