ଆଇଟିଆଇ ଛାତ୍ରୀଛାତ୍ରଙ୍କ ପ୍ରଥମ ବିଶ୍ୱ ରେକର୍ଡ : ବ୍ରହ୍ମପୁର ଆଇଟିଆଇକୁ ‘ଗ୍ରାଣ୍ଡମାଷ୍ଟର’ ଟାଇଟଲ

ବ୍ରହ୍ମପୁର ଅଫିସ,୨୨ା୮-ଆବର୍ଜନା ତଥା ସ୍କ୍ରାପ୍‌ ସାମଗ୍ରୀର ପୁନଃ ବ୍ୟବହାର କରି ବିଶ୍ୱସ୍ତରରେ ନିଜ ନାମ ସ୍ଥାନିତ କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରୀଛାତ୍ର। ସ୍କ୍ରାପ୍‌ ସାମଗ୍ରୀରୁ ଜୁଲାଇ ୧୮ରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ୭୦ ଫୁଟ ଉଚ୍ଚତାର ବୃହତ୍‌କାୟ ଗିଟାର ଏବେ ଏସିଆନ୍‌ ବୁକ ଅଫ ରେକଡର୍‌ସରେ ସ୍ଥାନିତ ହୋଇଛି ା ଅନୁଷ୍ଠାନର ଫିଟର, ଇଲେକ୍ଟ୍ରିସିଆନ, ପ୍ଲମ୍ବର, ପେଣ୍ଟର, ୱେଲଡର ଟ୍ରେଡର ୧୫୦ ଛାତ୍ରୀଛାତ୍ର ମାତ୍ର ୩ ମାସ ୨୨ ଦିନ ମଧ୍ୟରେ ପ୍ରସ୍ତୁତ କରିଥିବା ଏହି ବିଶାଳକାୟ ଗିଟାରକୁ ଜୁଲାଇ ୧୮ରେ ଏସିଆନ୍‌ ବୁକ ଅଫ ରେକଡର୍‌ସ, ଗୋଲଡେନ ବୁକ ଅଫ ୱାଲ୍ଡ ରେକଡର୍‌ସ, ଲିମକା ବୁକ ଅଫ୍‌ ରେକଡର୍‌ସ ପାଇଁ ଆବେଦନ କରାଯାଇଥିଲା ା ମଙ୍ଗଳବାର ରାତିରେ ୭୦ ଫୁଟ ଉଚ୍ଚତା ଓ ୨୫ ଫୁଟ ଓସାର ନିର୍ମିତ ଏହି ଗିଟାର ଏସିଆନ୍‌ ବୁକ ଅଫ ରେକଡର୍‌ସରେ ସ୍ଥାନିତ ହୋଇଛି। ଏଭଳି ମଡେଲ ନିର୍ମାଣ ପାଇଁ ଏସିଆନ୍‌ ବୁକ ଅଫ ରେକଡର୍‌ସ ପକ୍ଷରୁ ଅନୁଷ୍ଠାନକୁ ସ୍ବତନ୍ତ୍ର ଗ୍ରାଣ୍ଡମାଷ୍ଟର ଟାଇଟଲ ପ୍ରଦାନ କରିଥିବା ଆଇଟିଆଇ ପକ୍ଷରୁ ସୂଚନା ମିଳିଛି ା
ଆବର୍ଜନାର ସଦୁପଯୋଗ ତଥା ପୁନଃ ବିନିଯୋଗ ଦିଗରେ ସଚେତନତା ସୃଷ୍ଟି ନେଇ ୨୦୧୭ରୁ ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ସ୍କ୍ରାପ ସାମଗ୍ରୀରେ ବିଭିନ୍ନ କ୍ଷୁଦ୍ର ଓ ବୃହତ୍ତ ମଡେଲ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା ା ଦୁଇବର୍ଷ ମଧ୍ୟରେ ୩୨ ଫୁଟ ଉଚ୍ଚତାରେ ବିଭିନ୍ନ ସ୍କ୍ରାପ୍‌ ତଥା ଆବର୍ଜନାରେ ପେଡିଏଟର, ମାଛ, ହରିଣ ଓ ଜିରାଫ ଭଳି ବହୁ ବୃହତ୍‌କାୟ ମଡେଲ ନିର୍ମାଣ କରି ଏହି ଅନୁଷ୍ଠାନ ରାଜ୍ୟ, ଜାତୀୟସ୍ତରରେ ପୁରସ୍କୃତ ସହ ପ୍ରଶଂସିତ ମଧ୍ୟ ହୋଇଥିଲା। ଏହାପରେ ଜୁଲାଇ ୧୮ରେ ୭୦ ଫୁଟ ଉଚ୍ଚତା, ପ୍ରାୟ ୮ ଟନରୁ ଊର୍ଦ୍ଧ୍ୱ ଓଜନ ବିଶିଷ୍ଟ ବିଶାଳକାୟ ଗିଟାର ମଡେଲକୁ ୧୫୦ ଛାତ୍ରୀଛାତ୍ର ମାତ୍ର ୩ ମାସ ୨୨ ଦିନରେ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ପ୍ରଥମ ଥର ପାଇଁ ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ବିଶ୍ୱସ୍ତରରେ ରେକର୍ଡ ସୃଷ୍ଟି କରିଥିବା ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ସ୍ବାୟତ ଶାସନ ଦିବସ ପାଳନ କରାଯିବ। ଏନେଇ ସୋମବାର ଏନଏସି କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଥିବା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri