ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ: ମୃତଦେହ ରଖି ପରିବାର ପକ୍ଷରୁ ଧାରଣା

ସୋର, ୧୫।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ଉତ୍ତରେଶ୍ୱରଠାରେ ଥିବା ଏକ ଘରୋଇ ନର୍ସିଂହୋମ୍‌ରେ ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ଯୁବତୀଙ୍କ ମୃତଦେହକୁ ନର୍ସିଂହୋମ୍‌ ସମ୍ମୁଖରେ ରଖି ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଧାରଣାରେ ବସିଛନ୍ତି। ମୃତ ଯୁବତୀ ହେଲେ କୌଶଲ୍ୟା ମହାରଣା(୧୮)। ତାଙ୍କ ଘର ସୋର ଥାନା ମହୁମୁହାଣ ପଞ୍ଚାୟତ ଆଙ୍ଗୁଳା ଗ୍ରାମରେ।
କୌଶଲ୍ୟା ଆପେଣ୍ଡିସାଇଡ୍‌ ଅସ୍ତ୍ରୋପଚାର ପାଇଁ ରବିବାର ପୂର୍ବାହ୍ନରେ ଉକ୍ତ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ। ଅପରେଶନ ପରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ନର୍ସିଂହୋମ୍‌ ତରଫରୁ ଯୁବତୀଙ୍କୁ ବାହାନଗା ଡାକ୍ତରଖାନାକୁ ନେଇଯିବା ପାଇଁ ପରିବାର ଲୋକଙ୍କୁ କୁହାଯାଇଥିଲା। ପରିବାର ଲୋକେ ଏକ ଆମ୍ବୁଲାନ୍ସ ଦ୍ୱାରା ବାହାନଗା ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ମୃତଦେହ ନେଇ ଆସି ନର୍ସିଂହୋମ୍‌ ସମ୍ମୁଖରେ ରଖି ଧାରଣାରେ ବସିଥିଲେ। ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁ କୌଶଲ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ପହଞ୍ଚି ମୃତକ ପରିବାରଙ୍କୁ କ୍ଷତିପୂରଣ ଦାବି କରିଥିଲେ। ଗ୍ରାମର କେତେଜଣ ବ୍ୟକ୍ତି ଏହାର ସମାଧାନ ନିମନ୍ତେ ନର୍ସିଂହୋମ୍‌ର ମାଲିକଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ଖବର ଲେଖା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କରିଥିବା ମାଓବାଦୀ କମାଣ୍ଡରଙ୍କ ଅଭିନବ ପ୍ରୟାସ : ସାଥୀ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଗୀତ ମାଧ୍ୟମରେ ଦେଲେ ଆହ୍ବାନ

ମାଲକାନଗିରି,୨୫।୮(ସ୍ବ.ପ୍ର.): ଜିଲାର ସୀମାନ୍ତ ଛତିଶଗଡ଼ ସୁକମା ପୋଲିସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆତ୍ମସମର୍ପଣ କରିଥିବା ମାଓବାଦୀ କମାଣ୍ଡର ଅର୍ଜୁନ ସାଥୀ ମାଓବାଦୀଙ୍କୁ ହିଂସା ଛାଡ଼ି...

ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ଶିକ୍ଷକ

ବରଗଡ଼ ଅଫିସ,୨୩ା୧୦: ବରଗଡ଼ ମୁଖ୍ୟ କେନାଲରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ଶିକ୍ଷକ ଭାସି ଯାଇଛନ୍ତି। ସେ ହେଲେ ବରଗଡ଼ ବ୍ଲକ ଅନ୍ତର୍ଗତ ସିମେଣ୍ଟ ନଗର ନିକଟ...

ଓପିଜିସି ଆଶ୍‌ପଣ୍ଡକୁ ନେଇ ଏନ୍‌ଜିଟିରେ ମାମଲା

କଟକ ଅଫିସ, ୬।୧୨:ଝାରସୁଗୁଡ଼ା ଜିଲା ତିଲିଆ ମୌଜାରେ ଥିବା ଓପିଜିସି (ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ)ର ପାଉଁଶ ଗଦା (ଆଶ୍‌ପଣ୍ଡ)କୁ ନେଇ ଜାତୀୟ ସବୁଜ ପ୍ରାଧିକରଣ...

ବାର୍ଷିକ ଦରମା ବୃଦ୍ଧି ବନ୍ଦ ନେଇ ଶିକ୍ଷକ ମହଲରେ ନିନ୍ଦା

ମାଲକାନଗିରି, ୧୭।୯:(ଡି.ଏନ.ଏ):ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଯେଉଁସବୁ ହାଇସ୍କୁଲରେ ଶୂନ କିମ୍ବା ୫୦ ପ୍ରତିଶତରୁ କମ୍‌ ଫଳାଫଳ ହୋଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବାର୍ଷିକ ବେତନ ବୃଦ୍ଧି...

ପୁନରୁଦ୍ଧାର ହେଲେ ମାଡ଼ନ୍ତା ପାଣି

ଛେଣ୍ଡିପଦା,୧୧।୬(ଡି.ଏନ.ଏ.) କୁମ୍ଭୀରା ନାଳରେ ମାଟି ବନ୍ଧ ବାନ୍ଧି ଚାଷୀ ନିର୍ମାଣ କରିଥିଲେ ଘୁଡ଼ିଆନାଳୀ ଜଳସେଚନ ପ୍ରକଳ୍ପ। ପରେ ମାଟି ବନ୍ଧକୁ ପକ୍କା କରାଯାଇଥିଲା। ହେଲେ ୨୦୦୨ରେ...

ଚାଷ ଜମିରୁ ମିଳିଲା ମା, ପୁଅଙ୍କ ମୃତଦେହ

ହାଟଡିହୀ/କେନ୍ଦୁଝର.୧୪l୬(ଡ଼ି.ଏନ.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ହାବଳେଶ୍ୱର ପଞ୍ଚାୟତ ମଙ୍ଗରାଜପୁର ଆଦିବାସୀ ସାହି ନିକଟ ଏକ ଚାଷ ଜମିରୁ ପୋଲିସ ମା’, ପୁଅଙ୍କ ମୃତଦେହ ମଙ୍ଗଳବାର...

ସୁନ୍ଦରଗଡ଼ରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ

ସୁନ୍ଦରଗଡ଼, ୧୫।୧ (ଡି.ଏନ୍‌.ଏ.)- ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନ ହେବା ପର୍ଯ୍ୟନ୍ତ ଓକିଲଙ୍କ ଆନ୍ଦୋଳନ ଚାଲୁ ରହିବ। ମଙ୍ଗଳବାର ସୁନ୍ଦରଗଡ଼ଠାରେ...

ଶ୍ରମିକ ରୂପେ ୨ ଛାତ୍ରଙ୍କୁ କାର୍ଯ୍ୟରେ ଲଗାଇଛନ୍ତି ଶିକ୍ଷକ

ଏମ୍‌ଭି-୭୯,୨୧ା୬(ଡି.ଏନ.ଏ.)-ସରକାର ଗରିବ ପିଲାଙ୍କ ପାଠପଢ଼ା ପାଇଁ ମାଗଣା ଖାତା, ବହି, ସିଲଟ, ଖାଦ୍ୟ, ରହିବା ପାଇଁ ହଷ୍ଟେଲ ସୁବିଧା କରିଛନ୍ତି। କେତେକ କ୍ଷେତ୍ରରେ ଶିଶୁଶ୍ରମିକମାନଙ୍କୁ ଉଦ୍ଧାର...

Advertisement
Archives

Model This Week