ଅସୁରକ୍ଷିତ ଐତିହ୍ୟ: ଦିନେ ଏହା ଥିଲା ରାଜାଙ୍କ ସଭାଗୃହ

କେନ୍ଦୁଝର, ୧୩ା୧୦ (ସ୍ବ.ପ୍ର.)- ଗଡ଼ଜାତ ଶାସନ ସମୟରେ ନିର୍ମିତ ପୁରାତନ ଐତିହ୍ୟ ସମ୍ପନ୍ନ କୋଠାରେ ଚାଲିଛି କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ। ଗଡ଼ଜାତ ଶାସନବେଳେ ଏହାକୁ ରାଜା ସଭାଗୃହ ଭାବେ ବ୍ୟବହାର କରୁଥିଲେ। ଦେଶ ସ୍ବାଧୀନ ହେବା ପରେ ଏହି ସଭାଗୃହ କୋଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଖୋଲିଥିଲା। ସେବେଠାରୁ ଆବଶ୍ୟକ ରକ୍ଷଣା ବେକ୍ଷଣ ଓ ମରାମତି କାର୍ଯ୍ୟ କରା ନ ଯିବରୁ ଏହି ପୁରାତନ କୋଠା କ୍ରମେ ଅସୁରକ୍ଷିତ ହୋଇପଡୁଛି। ଏହି କୋଠାର ଚାରିପାଖରେ ଥିବା ପାଚେରି କେତେକ ସ୍ଥାନରେ ଭାଙ୍ଗି ପଡିଥିଲେ ବି ମରାମତି କରାଯାଉନାହିଁ। କେବଳ ଜିଲାପାଳଙ୍କ କାର୍ଯ୍ୟାଳୟ ନୁହେଁ ଏହି କୋଠା ପରିସରରେ ଅନ୍ୟ କେତେକ ବିଭାଗର ଜିଲା ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ରହିଛି। ଗଡ଼ଜାତ ଶାସନ ସମୟରେ ନିର୍ମିତ ଏହି କୋଠା ଆଗକୁ ଶହେବର୍ଷ ପୂରଣ କରିବାକୁ ଯାଉଥିବାବେଳେ ଏହି ଐତିହ୍ୟର ସୁରକ୍ଷା ପାଇଁ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଉ ନ ଥିବାରୁ ସହରବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପୁରାତନ କୋଠାର ରକ୍ଷଣାବେକ୍ଷଣ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା କରାଯାଉ ବୋଲି ଦାବି ହେଉଥିଲାବେଳେ ପୂର୍ତ୍ତ ବିଭାଗ ନାମକୁ ମାତ୍ର ମରାମତି କାମ କରି ଦାୟିତ୍ୱ ଶେଷ କରିଦେଉଛି।
ଉଲ୍ଲେଖନୀୟ ଯେ, ଜିଲାପାଳଙ୍କ କାର୍ଯ୍ୟାଳୟ ଚାଲୁଥିବା ଏହି କୋଠାର ଅନେକ ସ୍ଥାନରୁ ପ୍ଲାଷ୍ଟର ଖସିପଡ଼ିଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ କାନ୍ଥରେ ମଧ୍ୟ ଗଛ ଉଠିଛି। ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ କୋଠାର ଛାତରେ ବାଦୁଡି ରହୁଥିବା ଦେଖିବାକୁ ମିଳୁଛି। ଏସବୁ ସ୍ଥାନକୁ ସଫେଇ କରାଯାଉ ନ ଥିବାରୁ ଦୁର୍ଗନ୍ଧ ହେଉଛି ା ଜିଲାପାଳ ଓ ଅନ୍ୟ ବିଭାଗୀୟ କାର୍ଯ୍ୟାଳୟକୁ ଦୈନିକ ବହୁ ସଂଖ୍ୟାରେ ଲୋକ ଆସୁଥିଲେ ବି ଏହା ପରିସରରେ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା କରାଯାଇ ନାହିଁ ା କିଛିବର୍ଷ ତଳେ ନିର୍ମିତ ଏକ ଶୌଚାଳୟ କୋଠାକୁ ତାଲା ପକାଇ ରଖାଯାଇଛି। ସେହିପରି ଦୁଇଟି ପୁରୁଣା ସାଇକେଲ ଷ୍ଟାଣ୍ଡ ଅସୁରକ୍ଷିତ ଅବସ୍ଥାରେ ରହିଛି ା ଡ୍ରେନ୍‌ ସଫେଇ ହେଉ ନ ଥିବାରୁ ଅନାବନା ଗଛ ଉଠି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଜମିଜମା ପଞ୍ଜୀକରଣ କାର୍ଯ୍ୟାଳୟରେ ପୂର୍ବରୁ ଏକାଧିକ ବାର ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ସେହିପରି କେତେକ ଅଫିସରୁ ବାରମ୍ବାର ଚୋରି ହେବା ଘଟଣା ପଦାକୁ ଆସିଥିଲା। ଏଭଳି ସ୍ଥିତିରେ ଏବେ ରାତି ୧୦ଟା ପରେ ମୁଖ୍ୟ ଗେଟ୍‌ରେ ତାଲା ପକାଯାଇ ଜଣେ ଜଗୁଆଳିଙ୍କୁ ରଖାଯାଇଛି। ମୁଖ୍ୟ ଫାଟକ ଓ ସମ୍ମୁଖ ଭାଗରେ ଥିବା ପାଚେରିର ଦୁଇଟି ସ୍ଥାନରେ ଲୁହା ଗ୍ରୀଲ୍‌ ଭାଙ୍ଗି ଯାଇଥବାରୁ ଅସାମାଜିକ ଲୋକେ ରାତିରେ ସେହି ସ୍ଥାନରେ ପାଚେରି ଡେଇଁ ଭିତରକୁ ପ୍ରବେଶ କରୁଥିବା ଅଭିଯୋଗ ହେଉଛି ା ଏହି ଏତିହ୍ୟସମ୍ପନ୍ନ କୋଠାର ଉପଯୁକ୍ତ ରକ୍ଷଣାବେକ୍ଷଣ ସହ ଏହାର ପରିବେଶରେ ପରିମଳ ସମସ୍ୟାର ପ୍ରତିକାର କରିବାକୁ ସହରବାସୀ ଦୀର୍ଘଦିନରୁ ଦାବି କରିଆସୁଥିଲେ ମଧ୍ୟ କାହିଁକି ଏହାକୁ ଅବହେଳା କରାଯାଉଛି ବୁଝାପଡୁନାହିଁ। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଡ. ଭକ୍ତ ଚରଣ ପ୍ରଧାନଙ୍କୁ ପଚାରିବାରୁ ଏହି କୋଠାର ମରାମତି କାମ ପୂର୍ତ୍ତ ବିଭାଗ କରୁଛି, ଯଦି କିଛି ଅଧିକ ଭାଙ୍ଗିଥାଏ ତେବେ ତାହାର ମରାମତି କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର କୁମାର ପାଣି କହିଛନ୍ତି ଯେ, କୋଠା ମରାମତି ପାଇଁ କୌଣସି ନିର୍ଦ୍ଦିଷ୍ଟ ଫୋନ ଆସି ନାହିଁ, ଯାହା କାମ ଆସେ ସେହି ହିସାବରେ ମରାମତି କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟର ଓ୍ବାଚ୍‌ମ୍ୟାନ, ସୁଇପର ପଦ ପାଇଁ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଦାୟିତ୍ୱ: ଧାରଣାରେ ବସିଲେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା

ପାଟଣା,୧୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ କୁଣ୍ଡଳା ପଞ୍ଚାୟତ କୁଣ୍ଡୁଳାସ୍ଥିତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲ ଫାଟକରେ ଗୁରୁବାର ୧୨ଟି ସ୍ବୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳା...

ବାଟ ଭୁଲି ୩୦ କିଲୋମିଟର ଚାଲିଆସିଥିଲେ ଦୁଇ ଶିଶୁପୁତ୍ର: ଉଦ୍ଧାର କଲା ଚାଇଲ୍ଡଲାଇନ୍‌, ପରିବାରବର୍ଗଙ୍କୁ ହସ୍ତାନ୍ତର

ଆନନ୍ଦପୁର,୧୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ଗ୍ରାମରୁ ଦୁଇ ଶିଶୁଙ୍କୁ ଆନନ୍ଦପୁର ଚାଇଲ୍ଡଲାଇନ୍‌ ସଦସ୍ୟମାନେ ଉଦ୍ଧାର କରି ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।...

ମନ୍ଦିର ଯିବା ବେଳେ ଦୁର୍ଘଟଣା: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ, ଝିଅ ଗୁରୁତର

କେନ୍ଦୁଝର,୯ା୧୧(ସ୍ବ.ପ୍ର.): ଝୁମ୍ପୁରା ଥାନା ଅନ୍ତର୍ଗତ ଘଣ୍ଟିପଶି ଗ୍ରାମ ମୁଣ୍ଡାସାହି ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଡାଲା ଅଟୋ ଓ ବାଇକ୍‌ ଧକ୍କା ହେବା ଫଳରେ ସ୍ବାମୀଙ୍କ...

ଆନନ୍ଦପୁର ବ୍ୟାରେଜ ଗେଟ୍‌ ତଳେ ପଡ଼ି ରହିଛି ଯୁବକଙ୍କ ମୃତଦେହ, ହତ୍ୟା କରାଯାଇଥିବା ସନ୍ଦେହ

ଆନ୍ଦନପୁର,୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ୟାରେଜର ୫ନଂ ଗେଟ୍‌ ତଳେ ରବିବାର ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏହା ଜଣେ ଯୁବକଙ୍କର ବୋଲି ଅନୁମାନ...

ଘର ମିଳୁନାହିଁ, ଝାଟି ମାଟି ଘର ସାହା

କେନ୍ଦୁଝର, ୯ା୧୨(ସ୍ବ.ପ୍ର.)-ସରକାର ବିଭିନ୍ନ ଯୋଜନାରେ ଗରିବ ଲୋକଙ୍କୁ ବିଶେଷ କରି ଗୃହହୀନ ଆଦିବାସୀଙ୍କୁ ମାଗଣାରେ ଘର ଯୋଗାଇଦେଉଥିବା ବେଳେ ସଦର ବ୍ଲକ ଯୋଗୀମଠ ମୁଣ୍ଡା ସାହିରେ...

କାର୍‌ରେ ପ୍ରେସ୍‌ ଲେଖି ବୁଲୁଥିଲେ ଜଙ୍ଗଲରେ: ଟେକିନେଲେ ଗ୍ରାମବାସୀ

କେନ୍ଦୁଝର,୭।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ କରଦାଙ୍ଗୀ ଜଙ୍ଗଲରେ ମଙ୍ଗଳବାର ୬ ଜଣ ବ୍ୟକ୍ତି କାରରେ ପ୍ରେସ ଲେଖି ସନ୍ଦେହ ଜନକ ଭାବେ ବୁଲୁଥିଲେ।...

ଭୁଶୁଡ଼ିବ ମାଛକାନ୍ଦଣା ପୋଲ

କେନ୍ଦୁଝର,୩ା୧୧(ସ୍ବ.ପ୍ର.)-ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲାର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ମରାମତି ଅଭାବରୁ ବହୁ ରାସ୍ତାଘାଟ ତଥା ପୋଲ...

ଦେବୋତ୍ତର ଜମିରେ ବେଆଇନ ରାସ୍ତା ନିର୍ମାଣ

କେନ୍ଦୁଝର,୯।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ବଣିଆପାଟ ଖୁଣ୍ଟାପଡ଼ା ମୌଜାରେ ଦେବୋତ୍ତର ଜମିରେ ବେଆଇନ ରାସ୍ତା ନିର୍ମାଣ ନେଇ ଅସନ୍ତୋଷ ଦେଖାଦେଇଛି। ଉକ୍ତ ଅଞ୍ଚଳରେ ଦେବୋତ୍ତର...

Advertisement
Archives

Model This Week