ଅସୁରକ୍ଷିତ ଐତିହ୍ୟ: ଦିନେ ଏହା ଥିଲା ରାଜାଙ୍କ ସଭାଗୃହ

କେନ୍ଦୁଝର, ୧୩ା୧୦ (ସ୍ବ.ପ୍ର.)- ଗଡ଼ଜାତ ଶାସନ ସମୟରେ ନିର୍ମିତ ପୁରାତନ ଐତିହ୍ୟ ସମ୍ପନ୍ନ କୋଠାରେ ଚାଲିଛି କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ। ଗଡ଼ଜାତ ଶାସନବେଳେ ଏହାକୁ ରାଜା ସଭାଗୃହ ଭାବେ ବ୍ୟବହାର କରୁଥିଲେ। ଦେଶ ସ୍ବାଧୀନ ହେବା ପରେ ଏହି ସଭାଗୃହ କୋଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଖୋଲିଥିଲା। ସେବେଠାରୁ ଆବଶ୍ୟକ ରକ୍ଷଣା ବେକ୍ଷଣ ଓ ମରାମତି କାର୍ଯ୍ୟ କରା ନ ଯିବରୁ ଏହି ପୁରାତନ କୋଠା କ୍ରମେ ଅସୁରକ୍ଷିତ ହୋଇପଡୁଛି। ଏହି କୋଠାର ଚାରିପାଖରେ ଥିବା ପାଚେରି କେତେକ ସ୍ଥାନରେ ଭାଙ୍ଗି ପଡିଥିଲେ ବି ମରାମତି କରାଯାଉନାହିଁ। କେବଳ ଜିଲାପାଳଙ୍କ କାର୍ଯ୍ୟାଳୟ ନୁହେଁ ଏହି କୋଠା ପରିସରରେ ଅନ୍ୟ କେତେକ ବିଭାଗର ଜିଲା ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ରହିଛି। ଗଡ଼ଜାତ ଶାସନ ସମୟରେ ନିର୍ମିତ ଏହି କୋଠା ଆଗକୁ ଶହେବର୍ଷ ପୂରଣ କରିବାକୁ ଯାଉଥିବାବେଳେ ଏହି ଐତିହ୍ୟର ସୁରକ୍ଷା ପାଇଁ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଉ ନ ଥିବାରୁ ସହରବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପୁରାତନ କୋଠାର ରକ୍ଷଣାବେକ୍ଷଣ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା କରାଯାଉ ବୋଲି ଦାବି ହେଉଥିଲାବେଳେ ପୂର୍ତ୍ତ ବିଭାଗ ନାମକୁ ମାତ୍ର ମରାମତି କାମ କରି ଦାୟିତ୍ୱ ଶେଷ କରିଦେଉଛି।
ଉଲ୍ଲେଖନୀୟ ଯେ, ଜିଲାପାଳଙ୍କ କାର୍ଯ୍ୟାଳୟ ଚାଲୁଥିବା ଏହି କୋଠାର ଅନେକ ସ୍ଥାନରୁ ପ୍ଲାଷ୍ଟର ଖସିପଡ଼ିଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ କାନ୍ଥରେ ମଧ୍ୟ ଗଛ ଉଠିଛି। ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ କୋଠାର ଛାତରେ ବାଦୁଡି ରହୁଥିବା ଦେଖିବାକୁ ମିଳୁଛି। ଏସବୁ ସ୍ଥାନକୁ ସଫେଇ କରାଯାଉ ନ ଥିବାରୁ ଦୁର୍ଗନ୍ଧ ହେଉଛି ା ଜିଲାପାଳ ଓ ଅନ୍ୟ ବିଭାଗୀୟ କାର୍ଯ୍ୟାଳୟକୁ ଦୈନିକ ବହୁ ସଂଖ୍ୟାରେ ଲୋକ ଆସୁଥିଲେ ବି ଏହା ପରିସରରେ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା କରାଯାଇ ନାହିଁ ା କିଛିବର୍ଷ ତଳେ ନିର୍ମିତ ଏକ ଶୌଚାଳୟ କୋଠାକୁ ତାଲା ପକାଇ ରଖାଯାଇଛି। ସେହିପରି ଦୁଇଟି ପୁରୁଣା ସାଇକେଲ ଷ୍ଟାଣ୍ଡ ଅସୁରକ୍ଷିତ ଅବସ୍ଥାରେ ରହିଛି ା ଡ୍ରେନ୍‌ ସଫେଇ ହେଉ ନ ଥିବାରୁ ଅନାବନା ଗଛ ଉଠି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଜମିଜମା ପଞ୍ଜୀକରଣ କାର୍ଯ୍ୟାଳୟରେ ପୂର୍ବରୁ ଏକାଧିକ ବାର ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ସେହିପରି କେତେକ ଅଫିସରୁ ବାରମ୍ବାର ଚୋରି ହେବା ଘଟଣା ପଦାକୁ ଆସିଥିଲା। ଏଭଳି ସ୍ଥିତିରେ ଏବେ ରାତି ୧୦ଟା ପରେ ମୁଖ୍ୟ ଗେଟ୍‌ରେ ତାଲା ପକାଯାଇ ଜଣେ ଜଗୁଆଳିଙ୍କୁ ରଖାଯାଇଛି। ମୁଖ୍ୟ ଫାଟକ ଓ ସମ୍ମୁଖ ଭାଗରେ ଥିବା ପାଚେରିର ଦୁଇଟି ସ୍ଥାନରେ ଲୁହା ଗ୍ରୀଲ୍‌ ଭାଙ୍ଗି ଯାଇଥବାରୁ ଅସାମାଜିକ ଲୋକେ ରାତିରେ ସେହି ସ୍ଥାନରେ ପାଚେରି ଡେଇଁ ଭିତରକୁ ପ୍ରବେଶ କରୁଥିବା ଅଭିଯୋଗ ହେଉଛି ା ଏହି ଏତିହ୍ୟସମ୍ପନ୍ନ କୋଠାର ଉପଯୁକ୍ତ ରକ୍ଷଣାବେକ୍ଷଣ ସହ ଏହାର ପରିବେଶରେ ପରିମଳ ସମସ୍ୟାର ପ୍ରତିକାର କରିବାକୁ ସହରବାସୀ ଦୀର୍ଘଦିନରୁ ଦାବି କରିଆସୁଥିଲେ ମଧ୍ୟ କାହିଁକି ଏହାକୁ ଅବହେଳା କରାଯାଉଛି ବୁଝାପଡୁନାହିଁ। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଡ. ଭକ୍ତ ଚରଣ ପ୍ରଧାନଙ୍କୁ ପଚାରିବାରୁ ଏହି କୋଠାର ମରାମତି କାମ ପୂର୍ତ୍ତ ବିଭାଗ କରୁଛି, ଯଦି କିଛି ଅଧିକ ଭାଙ୍ଗିଥାଏ ତେବେ ତାହାର ମରାମତି କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର କୁମାର ପାଣି କହିଛନ୍ତି ଯେ, କୋଠା ମରାମତି ପାଇଁ କୌଣସି ନିର୍ଦ୍ଦିଷ୍ଟ ଫୋନ ଆସି ନାହିଁ, ଯାହା କାମ ଆସେ ସେହି ହିସାବରେ ମରାମତି କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭୀତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ଅର୍ପିତାଙ୍କୁ ମିଳିଲା ‘ବାବାଜୀ ଚରଣ ଜେନା ସ୍ମାରକୀ ସମ୍ମାନ’ ପ୍ରଦାନ, ଛୁଟିଲା ଶୁଭେଚ୍ଛାର ସୁଅ

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଟି.ଏମ୍. ଏକାଡେମୀ ଡଅଁର ହାଇସ୍କୁଲରେ ୨୦୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ମାନ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ଯୁବ ବ୍ୟବସାୟୀ ପାର୍ଥ ରାଉତଙ୍କ ଅକାଳ ବିୟୋଗ: ହାଟଡିହୀରେ ଶୋକର ଛାୟା, ବୈତରଣୀ କୂଳରେ…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦି ଛକର ଯୁବ ବ୍ୟବସାୟୀ ତଥା ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସାନଭାଇ ସୁଶାନ୍ତ ରାଉତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri