ଅସଜଡା କେଶ, ଭୟଙ୍କର ଆଖି: କ୍ୱାରାଣ୍ଟାଇନ୍‌ରେ ରଣବୀର

ମୁମ୍ବାଇ: କରୋନା ଭାଇରସ୍‌ କବଳରେ ଏପର୍ଯ୍ୟନ୍ତ ୧୮୮ ଦେଶ ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭାଇରସ୍‌ ବିରୋଧରେ ସାରା ବିଶ୍ୱର ସଂଘର୍ଷ ଜାରି ରହିଛି। ଏଭଳି ସ୍ଥିତିରେ କେତେକ ଲୋକ କରୋନା ସଂକ୍ରମଣରୁ ଭୟଭୀତ ହୋଇ ନିଜକୁ କ୍ୱାରାଣ୍ଟାଇନ୍‌ରେ ରଖୁଥିବା ଦେଖିବାକୁ ମିଳିଛି। କରୋନା ମୁକାବିଲା ଲାଗି ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଘରେ ଏକୁଟିଆ ରହି ସମୟ ଅତିବାହିତ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେବା ସହ ନିଜେ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି। କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ ଲୋକମାନେ ଘରେ ବସି ବିରକ୍ତି ହୋଇଗଲେଣି। କିନ୍ତୁ ନିଜ ଓ ଅନ୍ୟମାନଙ୍କର ସୁରକ୍ଷା ପାଇଁ ସେମାନେ ଘରେ ରହି ସମୟ କାଟୁଛନ୍ତି। ଇତିମଧ୍ୟରେ ନିଜର ମଜାଳିଆ ଅନ୍ଦାଜ ପାଇଁ ଜଣାଯାଉଥିବା ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ଏକ ମଜାଳିଆ ପୋଷ୍ଟ ସାମ୍ନାକୁ ଆସିଛି। ଏଥିରେ ରଣବୀରଙ୍କ ଲମ୍ବା ଓ ଅସଜଡା କେଶ ସହ ଭୟଙ୍କର ଆଖି ଦେଖିବାକୁ ମିଳିଛି। ରଣବୀର ଏହି ଫଟୋକୁ ଶେୟାର କରିବା ସହ କ୍ୟାପଶନ୍‌ରେ ଲେଖିଛନ୍ତି, ଯେତେବେଳ ଆପଣ କ୍ୱାରାଣ୍ଟାଇନ୍‌ରୁ ବାହାରକୁ ଆସିବେ ସେତେବେଳେ ଏଭଳି ଦେଖାଯିବେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରଣବୀରଙ୍କ ଏହି ଫଟୋକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥିବା ବେଳେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ କାହାଣୀର ନାୟିକା ସାଜିବେ ବିହାରର ଜ୍ୟୋତି

ବମ୍ବେ: ମହାମାରୀ କରୋନା ସମୟରେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହି ସମୟରେ ଅନେକ ଲୋକ ଚର୍ଚ୍ଚାକୁ ଆସିଥିଲେ। ସେଭଳି ଜଣେ ଥିଲେ ବିହାର ଦରଭଙ୍ଗାରେ...

୪ବର୍ଷ ପରେ ବଡ଼ ପରଦାକୁ ଫେରିବେ ଆଶିକି ଫେମ୍‌ ଷ୍ଟାର

ମୁମ୍ବାଇ: ୧୯୯୦ର ରୋମାନ୍ସ ଡ୍ରାମା ଫିଲ୍ମ ‘ଆଶିକି’କୁ ଦର୍ଶକେ ଭୁଲି ନ ଥିବେ। ଏହି ଫିଲ୍ମ ଜରିଆରେ ଅଭିନେତା ରାହୁଲ ରୟ ରାତାରାତି ଷ୍ଟାର ହୋଇଯାଇଥିଲେ।...

CORONAVIRUS UPDATE: ରାଜ୍ୟରେ ପୁଣି ୪ ହଜାରରୁ ଅଧିକ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ଶନିବାର ୪୨୦୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧୭୫୫୫୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଦିନରେ ମାଲାୟଲମ୍‌ ରାତିରେ ବଙ୍ଗାଳି ରୀତିନୀତିରେ ବିବାହ କଲେ ମୌନି

ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ। ବ୍ୟବସାୟୀ ସୁରଜ ନାମ୍ବିଆଙ୍କ ହାତ ଧରିଛନ୍ତି ସେ। ଦିନରେ ମାଲାୟଲମ୍‌ ରାତିରେ...

ବଲିଉଡ୍‌ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋନାଲି ମୁଖାର୍ଜୀ...

ବଲିଉଡ୍‌ରୁ ଇସ୍ତଫା ନେଲେ ଏହି ସଫଳ ନିର୍ଦ୍ଦେଶକ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ରେ ଅନେକ ପରିବର୍ତ୍ତନ ଆସିଛି। ନେପୋଟିଜିମ୍‌ଠାରୁ ଆରମ୍ଭକରି ଜଣେ ଅନ୍ୟ ଜଣଙ୍କ ଉପରେ ଦୋଷ ଲଦିବାରେ...

କରୋନା ଭୂତାଣୁ ପ୍ରାକୃତିକ ଅବା ଲ୍ୟାବ୍‌ରେ ତିଆରି, ବିଶେଷଜ୍ଞ ଦେଲେ ଏଭଳି ଉତ୍ତର…

ଓ୍ବାଶିଂଟନ,୨୪।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବା ସନ୍ଦେହ କରାଯାଉଛି। ତେବେ ଏପରିସ୍ଥଳେ...

ପରଦାରେ ଆଲିଆ-ରଣବୀରଙ୍କ ‘ରକି ଔର ରାନୀ କି ପ୍ରେମ କାହାନୀ’

ବମ୍ବେ: ପରଦାରେ ବଲିଉଡ୍‌ର ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଛି। ଏଥିରେ ଅଭିନେତା ରଣବୀର ସିଂହ...

Advertisement
Archives

Model This Week