Posted inଖେଳ

ଅଶ୍ୱିନଙ୍କଠାରୁ ଲିୟନ ଭଲ ଅଫ୍‌ ସ୍ପିନର: ବ୍ରାଡ ହଗ୍‌

ନୂଆଦିଲ୍ଲୀ,୧୧।୪ (ପି.ଟି.): ରବିଚନ୍ଦ୍ରନ ଅଶ୍ୱିନ ଜଣେ ଉଚ୍ଚକୋଟୀର ଅଫ୍‌ ସ୍ପିନର ଓ ତାଙ୍କର ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ। ତେବେ ଅଶ୍ୱିନଙ୍କଠାରୁ ନିଜର ଦେଶର ନାଥନ ଲିୟନ ଅପେକ୍ଷାକୃତ ଭଲ ଅଫ୍‌ସ୍ପିନର ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଚାଇନାମ୍ୟାନ ବୋଲର ବ୍ରାଡ ହଗ୍‌ କହିଛନ୍ତି। ଟେଷ୍ଟ ଫର୍ମାଟ୍‌ରେ ଅଶ୍ୱିନଙ୍କୁ ପଛରେ ପକାଇଛନ୍ତି ହଗ୍‌ ବୋଲି ସେ କହିଛନ୍ତି।
ସାରା ବିଶ୍ୱ ଏବେ ଲକ୍‌ଡାଉନ୍‌ରେ ଥିବା ବେଳେ ପ୍ରଶଂସକଙ୍କ ଉତ୍ତର ଦେବା ବେଳେ ୪୯ ବର୍ଷୀୟ ହଗ୍‌ ଏହି କଥା କହିଛନ୍ତି। ହଗ୍‌ ଅଷ୍ଟ୍ରେଲିଆ ପାଇଁ ୭ଟି ଟେଷ୍ଟ ଓ ୧୨୩ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟ କ୍ରିକେଟ ଅଶ୍ୱିନ ଓ ଲିୟନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବୋଲି ଜଣେ ପ୍ରଶଂସକ ପ୍ରଶଂସା କରିଥିଲେ। ଗତ କେତେବର୍ଷ ହେବ ଲିୟନ ଅଶ୍ୱିନଙ୍କଠାରୁ ଜଣେ ଅଫ୍‌ ସ୍ପିନର ଭାବେ ଅଧିକ ଭଲ ପ୍ରଦର୍ଶନ କରିଆସୁଛନ୍ତି। ତେବେ ଦୁଇଜଣ ବୋଲର ଯେପରି ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛନ୍ତି ତାହା ପ୍ରଶଂସନୀୟ। ବିଦେଶରେ ଅଶ୍ୱିନଙ୍କ ସଫଳତା ହାର କମ୍‌। ବୋଧହୁଏ ଏହାକୁ ଲକ୍ଷ୍ୟ କରି ହଗ୍‌ ଏହି ମତ ଦେଇପାରିନ୍ତି। ତେବେ ଲିୟନ ସବୁ ପ୍ରକାର ପରିସ୍ଥିତିରେ ଉଇକେଟ ହାସଲ କରିବାରେ ସଫଳ ହୋଇଛନ୍ତି। ଅଶ୍ୱିନ ୭୧ଟି ଟେଷ୍ଟ ଖେଳି ୩୬୫ଟି ଉଇକେଟ ହାସଲ କରିଛନ୍ତି। ସେହିପରି ଲିୟନ ୯୬ ଟେଷ୍ଟ ଖେଳି ୩୯୦ ଉଇକେଟ ପାଇଛନ୍ତି। ସେହିପରି ଦିନିକିଆରେ ଅଶ୍ୱିନ୍‌ ୧୧୧ଟି ମ୍ୟାଚ୍‌ ଖେଳି ୧୫୦ ଉଇକେଟ ହାସଲ କରିଥିବା ବେଳେ ଲିୟନ ୨୯ଟି ଦିନିକିଆ ଖେଳି ୨୯ ଉଇକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସ୍‌ଆର୍‌ଏଚ୍‌ର ସହଜ ବିଜୟ…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ସହଜ ବିଜୟ ହାସଲ...

ପୂର୍ବତନ ସୌରାଷ୍ଟ୍ର କୋଚ୍‌ ବାବାଭାଇଙ୍କ ପରଲୋକ

ରାଜକୋଟ,୩୧।୭(ପି.ଟି): ପୂର୍ବତନ ସୌରାଷ୍ଟ୍ର କୋଚ୍‌ ଓ ମ୍ୟାନେଜର ହସମୁଖଭାଇ ଜୋଶୀ ଗୁରୁବାର ପରଲୋକ ଗମନ କରିଛନ୍ତି। ବାବାଭାଇ ଭାବେ ବେଶ୍‌ ଜଣାଶୁଣା ଥିବା ଏହି ଜୋଶୀ...

ଆସେସମେଣ୍ଟ ଟେଷ୍ଟ ପାଇଁ ବ୍ୟସ୍ତ ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଚାଲିଛି। ଏହି ସମୟରେ ଭାରତର କେତେଜଣ ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସେମାନଙ୍କ ନିଯୁକ୍ତିଦାତା...

ବାଧାଦୌଡ଼ ବିଶ୍ୱ ରେକର୍ଡ ଭାଙ୍ଗିଲେ ମହମ୍ମଦ

ଡେସ ମୋଇନେସ(ଆମେରିକା),୨୯।୭(ଏଏଫ୍‌ପି)- ଅଲିମ୍ପିକ୍‌ ଚାମ୍ପିୟନ ଦାଲିଲା ମହମ୍ମଦ ଦୀର୍ଘଦିନ ହେଲା ତିଷ୍ଠି ରହିଥିବା ରେକର୍ଡ ଭଙ୍ଗ କରିଛନ୍ତି। ୟୁଏସ୍‌ ଚାମ୍ପିୟନଶିପ ୪୦୦ ମିଟର ମହିଳା ବାଧାଦୌଡ଼...

ଦଳ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଚାହାନ୍ତି ଶାସ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ୨୦୧୯ ଦିନିକିଆ ବିଶ୍ୱକପ୍‌ ଲାଗି ଦଳ ଚୟନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳରେ...

୮.୯ କୋଟି! ରୋଜଗାରରେ ରେକର୍ଡ କଲେ କୋହଲି; ଗୋଟିଏ…

ନୂଆଦିଲ୍ଲୀ,୩୦।୯: ବିଗତ କିଛି ବର୍ଷ ମଧ୍ୟରେ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସେ ବିଶ୍ୱ କ୍ରିକେଟର ସବୁଠାରୁ ଅଧିକ ଅନୁସରଣ କରାଯାଉଥିବା...

ନିର୍ଣ୍ଣାୟକ ମ୍ୟାଚ୍‌ରେ ସୂର୍ଯ୍ୟ, ସାମ୍‌ସନଙ୍କ ଉପରେ ନଜର

ଟରୌବା,୧।୮ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ମଙ୍ଗଳବାର ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଅନୁଷ୍ଠିତ...

ଅଲିମ୍ପିକ ହକି ଚାମ୍ପିୟନ ଡାନ୍‌ସନ ବେନେଟ୍‌ଙ୍କ ଅବସର

ଲଣ୍ଡନ, ୨୧ା୨ (ଏଏଫ୍‌ପି)- ଗେଟ୍‌ ବ୍ରିଟେନ ମହିଳା ଫିଲ୍ଡ ହକି ଅଧିନାୟିକା ଆଲେକ୍ସ ଡାନସନ୍‌ ବେନେଟ୍‌ ଗୁରୁବାର ଖେଳୁ ତାଙ୍କ ଅବସର ଘୋଷଣା କରିଛନ୍ତି। ୨୦୧୬...

Advertisement
Archives

Model This Week