ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଗିରଫ

ପାଟଣା,୧୯।୧୦(ସ୍ବ.ପ୍ର.)- ଏକ ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଅଜୟ କୁମାର ସାହଙ୍କଠାରୁ ରାସ୍ତାରେ ଟଙ୍କା ଲୁଟ୍‌ ଘଟଣାରେ କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ପର୍ଦ୍ଦାଫାଶ କରିଛି। କେହି ଲୁଟେରା ନୁହେଁ ନିଜେ ଅଭିଯୁକ୍ତ ଅଜୟ ଲୁଟ୍‌ ବାହାନା କରି ଟଙ୍କା ଆତ୍ମସାତ କରିବାକୁ ଉଦ୍ୟମ କରିଥିବା ତଦନ୍ତରୁ ଜଣାପଡିଛି। ସେ ଟଙ୍କା ଲୁଚାଇ ରଖିଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ପୋଲିସ ୧ଲକ୍ଷ ୫୯ ହଜାର ୯୭୩ ଟଙ୍କା, ବାଇକ, ସ୍ମାର୍ଟ ଫୋନ ଓ କାଗଜ ପତ୍ର ଜବତ କରିଛି। ଏ ନେଇ ଅଧିକ ତଦନ୍ତ ଚାଲୁ ରହିଥିବା ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ଅଜୟ ମୟୂରଭଞ୍ଜ ଜିଲା କରଞ୍ଜିଆ ସ୍ଥିତ ଭାରତ ଫାଇନାନ୍ସ ଇନକ୍ଲୁଜନ ଲିମିଟେଡ କମ୍ପାନୀ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥାରେ ଫିଲ୍‌ଡ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଗତ ବୁଧବାର ସେ ସାହାରପଡା ବ୍ଲକ ମାଛଗଡ଼ ଓ ରାଇଡିହା ଅଞ୍ଚଳକୁ ଯାଇ ମହିଳାମାନଙ୍କଠାରୁ ଋଣ ବାବଦ ଅର୍ଥ ଆଦାୟ କରି ଫେରୁଥିବାବେଳେ ତାଙ୍କୁ ରାଇଡ଼ିହା -ସାହାରପଡା ରାସ୍ତାର ଚଢେଇଘୁଳ ଶାଳ ଜଙ୍ଗଲ ନିକଟରେ ୪ଦୁର୍ବୃତ୍ତ ୨ଟି ବାଇକରେ ଆସି ଖଣ୍ଡା ଦେଖାଇ ୧ଲକ୍ଷ ୫୦ହଜାର୧୯୩ଟଙ୍କା ଲୁଟିନେଇଥିବା ସେ କମ୍ପାନୀର ଶାଖା ପରିଚାଳକ ରଞ୍ଜନକୁମାର ସାହୁଙ୍କୁ ଜଣାଇଥିଲେ। ପରେ ଏନେଇ ରଞ୍ଜନ ଗୁରୁବାର ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନ ଅଧିକାରୀ ସାରାଣୀ ଜେନା ଘଟଣାର ତଦନ୍ତ କରିବା ବେଳେ ପ୍ରକୃତରେ ଅଜୟଙ୍କଠାରୁ ଟଙ୍କା ଲୁଟ୍‌ ହୋଇନାହିଁ ବରଂ ସେ ନିଜେ କମ୍ପାନୀର ଟଙ୍କା ଆତ୍ମସାତ କରିବା ଉଦ୍ଦେଶ୍ୟରେ ବାଟରେ ଟଙ୍କା ଲୁଟ୍‌ ବାହାନା କରିଥିବା ଜଣାପଡିଥିଲା। ଶେଷରେ ସେ ଆନନ୍ଦପୁର ଥାନା ମୁଗୁପୁର ଗ୍ରାମ ନୀଳାପୁର ସାହିରେ ତାଙ୍କ ଭିଣୋଇଙ୍କ ଘରେ ଏହି ଟଙ୍କା ଲୁଚାଇ ରଖିଥିବା ଜଣାପଡିବାରୁ ପାଟଣା ଥାନାଧିକାରୀ ସନ୍ଧ୍ୟାରାଣୀଙ୍କ ନେତୃତ୍ୱରେ ସାହାରପଡା ଫାଣ୍ଡି ଅଧିକାରୀ ମୋନହର ମହାନ୍ତ ଓ କନଷ୍ଟେବଳ ଲକ୍ଷ୍ମୀପ୍ରିୟା ବଳ ପ୍ରମୁଖ ନୀଳାପୁର ସାହିରେ ସୁଦର୍ଶନ ସାହୁଙ୍କ ଘରେ ଚଢ଼ାଉକରି ସମସ୍ତ ଟଙ୍କା ଜବତ କରିଥିଲେ। ଥାନାରେ ପ୍ରଦତ୍ତ ଏତଲାରେ ଦର୍ଶାଯାଥଥିବା ଅର୍ଥଠାରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡିଛି। ଏନେଇ ଭାରତୀୟ ପିଙ୍ଗଳ କୋଡ ୪୦୮, ୪୨୦ ଓ ୨୦୧ ଧାରା ଅନୁଯାୟୀ ପାଟଣା ଥାନାରେ ଏକ ମାମଲା (ନଂ. ୧୪୭/୧୯) ରୁଜୁ କରି ପୋଲିସ ଅଭିଯୁକ୍ତ ଅଜୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା କହିଛି। ତାଙ୍କ ଘର ଭଦ୍ରକ ଜିଲା ବନ୍ତ ଥାନା ଅପଣ୍ଡା ଗ୍ରାମରେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ସତ୍ତ୍ୱେ ପର୍ଯ୍ୟଟକଙ୍କ ଭିଡ଼

କେନ୍ଦୁଝର, ୨୭।୧୨ (ସ୍ବ.ପ୍ର.) କଟକଣା ସତ୍ତ୍ୱେ କେନ୍ଦୁଝର ଜିଲାର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଭିଡ ଦେଖିବାକୁ ମିଳିଛି ା ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଭୋଜିଭାତ...

କାଳବୈଶାଖୀରେ ଉଡ଼ିଗଲା ହଷ୍ଟେଲ ଛପର

ପାଟଣା/ଢେଙ୍କିକୋଟ, ୨୨।୪(ସ୍ବ.ପ୍ର./ଡି.ଏନ.ଏ.) କେନ୍ଦୁଝର ଜିଲା ପାଟଣା ଓ ଢେଙ୍କିକୋଟ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଝଡ଼ବର୍ଷା ସାଙ୍ଗକୁ ପବନରେ ପାଟଣା ବ୍ଲକରେ...

ସରକାରୀ ସ୍କୁଲରେ ୩୫୮ ଶିକ୍ଷକ ପଦବୀ ଖାଲି

କେନ୍ଦୁଝର, ୧୬।୬ (ସ୍ବ.ପ୍ର.) – ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲାରେ ସରକାରୀ ଉଚ୍ଚ ବିଦ୍ୟାଳୟର ଭିତି ଭୂମିର ବିକାଶ...

ବ୍ୟାଗ ଭିତରୁ ମିଳିଲା ନବଜାତ ଶିଶୁପୁତ୍ର

ଚମ୍ପୁଆ,୨।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ସଶାଙ୍ଗ ଗ୍ରାମ ନିକଟରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ରାସ୍ତକଡ଼ରେ ଏକ ନବଜାତ...

ବର୍ଷାଦିନେ ପୋଖରୀ ଖୋଳା

କେନ୍ଦୁଝର,୯।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ପୋଖରୀ ଖୋଳାରେ ମେଶିନ ବ୍ୟବହାର କରାଯିବା ସହ ବର୍ଷା ଦିନରେ ପୋଖରୀ ଖୋଳା ନେଇ ଅସନ୍ତୋଷ...

ସାଇକେଲରେ ପୁନେରୁ ଆନନ୍ଦପୁର ଫେରିଲେ ଅରୁଣ

ଆନନ୍ଦପୁର,୧୭। ୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବାସିନ୍ଦା ରାମ ଜେନାଙ୍କ ପୁଅ ଅରୁଣ ଜେନା ସାଇକେଲ ଯୋଗେ ମହାରାଷ୍ଟ୍ରର ପୁନେ ଅଞ୍ଚଳରୁ ଆସି ରବିବାର ଘରେ ପହଞ୍ଚିଛନ୍ତି।...

ରାସ୍ତା ମରାମତି କଲେ ଗ୍ରାମବାସୀ

କେନ୍ଦୁଝର,୧୯ା୯(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ଶରତ ଘାଟିରୁ ବ୍ରାହ୍ମଣୀ ଘାଟି ଦେଇ କେନ୍ଦୁଝର ଜିଲା କେ.ବାଲିପାଳ ଓ ଘଷିପୁରା ଡାକ୍ତରଖାନାକୁ ସଂଯୋଗ କରୁଥିବା ବିପର୍ଯ୍ୟସ୍ତ ରାସ୍ତାକୁ କେ.ବାଲିପାଳ ଗ୍ରାମବାସୀ...

ମାଟ୍ରିକ୍‌ରେ ରଖିଥିଲେ ଅଧିକ ମାର୍କ: ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ପାଟଣା,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜା ଗ୍ରାମର ଜଗବନ୍ଧୁ ମୁଣ୍ଡା(୧୫)ଙ୍କର ଶୁକ୍ରବାର କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନା...

Advertisement
Archives

Model This Week