ଅଯୋଗ୍ୟଙ୍କୁ ଘର, ଯୋଗ୍ୟଙ୍କଠାରୁ ଲାଞ୍ଚ

ସୋନପୁର,୨।୩(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଓ୍ବାଇଜି)ରେ ବ୍ୟାପକ ଅନିୟମିତତା ହୋଇଛି। ପକ୍କା ଘର ଥିବା ଧନୀକ ଶ୍ରେଣୀର ବ୍ୟକ୍ତିଙ୍କୁ ଏହି ଯୋଜନାରେ କାର୍ଯ୍ୟାଦେଶ ମିଳିଛି। ଅଯୋଗ୍ୟଙ୍କୁ ଯୋଜନାରେ ଜାଣିଶୁଣି ଅନ୍ତର୍ଭୁକ୍ତ କରାଯାଇଛି। ଗୋଟିଏ ପରିବାରର ୩ଜଣଙ୍କୁ ଘର ମିଳିଛି। ସେହିପରି ଯୋଗ୍ୟ ହିତାଧିକାରୀ ବିଲ୍‌ କରାଇଦେବା ନାଁରେ ଜିଆରଏସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଲାଞ୍ଚ ନେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ଟିମ୍‌ ଦ୍ୱାରା ତଦନ୍ତ ପରେ ଏଭଳି ଅନିୟମିତତାର ପର୍ଦ୍ଦାଫାଶ ହୋଇଛି। ପଞ୍ଚାୟତିରାଜ ବିଭାଗର ଉପସଚିବ କୁଳମଣି ମିଶ୍ରଙ୍କ ଚିଠି ନଂ. ୧୦୧୭/ତା୧୩।୦୧।୨୦୨୦ରିଖ ଅନୁଯାୟୀ ଜିଲାପାଳ ମୋନିଷା ବାନାର୍ଜୀ ଏହି ଘଟଣାରେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଳିକଙ୍କ ନାମରେ ଡ୍ରାଫ୍ଟ ଚାର୍ଜ କରିଛନ୍ତି। ବିଡିଓ ମଲ୍ଳିକଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଛନ୍ତି। ଅନ୍ୟପକ୍ଷେ ବିଡିଓ ମିକ ସୁବର୍ଣ୍ଣପୁର ଜିଲାପାଳ ଓ ପିଡି ଡିଆରଡିଏଙ୍କ ନିର୍ଦ୍ଦେଶକ୍ରମେ ପିଇଓ ରମାକାନ୍ତ ନାଏକ, ଜିଆରଏସ ଅନିଲ କୁମାର ସାହୁ, ନିରୋଜ ନଳିନୀ ନାଏକ, ସୁନୀଲ ପ୍ରସାଦ ସାହୁ ଓ କନିଷ୍ଠ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଶିବ ସୁନ୍ଦର ଗୁରିଆଙ୍କ ନାମରେ ବିନିକା ଥାନାରେ ଗତ ୨୦ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଅଯୋଗ୍ୟ ହିତାଧିକାରୀ ଯୁଲୁଣ୍ଡା ଗ୍ରାମର ଚିତ୍ର ଦନ୍ତା, ବିଲେଇବାହାଲିର ଦୌଲଥ ବାଗ, ରତନ ନାଗ, କଦଲିପାଲିର କାର୍ତ୍ତିକ କୁମ୍ଭାର, ଭଣ୍ଡାରର ଅଜାମିଳ ବାରିକ୍‌, ବାଉଁଶୁଣିର ପ୍ରଦୀପ୍ତ ମହଲା, କଲସେପାଲିର ସାବିତ୍ରୀ ପାଣ୍ଡେ, ତାଙ୍କ ପୁଅ ଦେବରାଜ, ସିଂଘିଯୁବା ପଞ୍ଚାୟତ କମିରାର ଲୋକନାଥ ପଧାନ, ତାଙ୍କ ବାପା ଗୁଲା ପଧାନ ଓ କଣ୍ଟିଆ ପଧାନଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବିନିକା ଥାନାରେ ୨ଟି ପୃଥକ ମାମଲା ରୁଜୁ ହୋଇଛି।
ପ୍ରକାଶ ଯେ, ଅନିୟମିତତା ନେଇ ପଞ୍ଚାୟତିରାଜ ବିଭାଗରେ ଅଭିଯୋଗ ହୋଇଥିଲା। ବିଭାଗ ପକ୍ଷରୁ ଏକ ଟିମ୍‌ ସ୍ଥାନୀୟ ପ୍ରଶାସନର ଅଗୋଚରରେ ବିନିକା ବ୍ଲକର ସିଂଘିଯୁବା, ବାଉଁଶୁଣୀ, ଭଣ୍ଡାର ଓ ଯୁଲୁଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମ ଗସ୍ତ କରି ଅଭିଯୋଗର ତଦନ୍ତ କରିଥିଲେ। ତଦନ୍ତରୁ ୨୦୧୯-୨୦ ଆର୍ଥିକ ବର୍ଷରେ କାର୍ଯ୍ୟାଦେଶ ପ୍ରଦାନରେ ଅନିୟମିତତା ଥିବାର ପ୍ରମାଣ ମିଳିଥିଲା। ଅଯୋଗ୍ୟଙ୍କୁ କାର୍ଯ୍ୟାଦେଶ ମିଳିଥିଲା ବେଳେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ମଜୁରି ପ୍ରଦାନ ସକାଶେ ହିତାଧିକାରୀଙ୍କଠାରୁ ତଳିଆ କର୍ମଚାରୀ ଲାଞ୍ଚ ନେଇଥିଲେ। ତଦନ୍ତକାରୀ ଟିମ୍‌ ଅଯୋଗ୍ୟ ହିତାଧିକାରୀ ଓ ଅନିୟମିତତାରେ ସମ୍ପୃକ୍ତ କର୍ମଚାରୀଙ୍କ ନାମ ତାଲିକା ସହିତ ସରକାରଙ୍କୁ ସିଧାସଳଖ ରିପୋର୍ଟ କରିଥିଲେ। ଅନ୍ୟପକ୍ଷେ ଏହି କାର୍ଯ୍ୟାନୁଷ୍ଠାନ ପରେ ଜିଲାର ଲାଞ୍ଚୁଆ ସରକାରୀ କର୍ମଚାରୀ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ବିନିକା ପୋଲିସ ଏହି ଘଟଣାରେ ଗଣମାଧ୍ୟମକୁ ତଥ୍ୟ ପ୍ରଦାନ ନ କରି ତଦନ୍ତକୁ ବାଟବଣା କରୁଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ୧୪ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି, ୨ ସୁସ୍ଥ

ବଲାଙ୍ଗୀର ଅଫିସ, ୨୬ା୫: ବଲାଙ୍ଗୀର ଜିଲାରେ ମଙ୍ଗଳବାର ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳର ୭ଜଣ ରହିଛନ୍ତି। ଏହି ସଂକ୍ରମିତ...

କ୍ରିକେଟ ଖେଳରୁ ଦୁର୍ଘଟଣା:  ବଲ ବାଜି ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୬ା୧୧-ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ବଡ ମେଡିକାଲ ଖେଳ ପଡ଼ିଆରେ ଶୁକ୍ରବାର କ୍ରିକେଟ ଖେଳ ବେଳେ ଏକ ଦୁର୍ଘଟଣା ଘଟିଛି। କ୍ରିକେଟ...

ବିବାଦୀୟ ମୋଡ଼ରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ୍‌, ୨୨।୪: ନୟାଗଡ଼ ଜିଲା ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୪ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଶୁକ୍ରବାର...

‘ବୁଲ୍‌ବୁଲ୍‌’ ପ୍ରଭାବ: ଚାଷୀ, ଉପକୂଳ ବାସିନ୍ଦା ଆତଙ୍କିତ

ବାଲିଆପାଳ, ୯।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ ଦେଖିବାକୁ ମିଳିଛି। ପବନର ବେଗ ଘଣ୍ଟାକୁ ୫୦ରୁ ୬୦ କିମି ରହିଛି। ଏହାର...

ଟ୍ରେନ୍‌ରେ କନ୍ୟାସନ୍ତାନ ଜନ୍ମ ଦେଲେ ପ୍ରବାସୀ ମହିଳା

ଟିଟିଲାଗଡ଼, ୨୪।୫(ଡି.ଏନ.ଏ.)-ପ୍ରବାସୀ ଶ୍ରମିକଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଯାତ୍ରା କରୁଥିବା ଜନୈକା ମହିଳା ବଗିରେ ରବିବାର ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଟ୍ରେନ୍‌...

ନାଗରିକତ୍ୱ ସଂଶୋଧନ ବିଲ୍‌ ପ୍ରସଙ୍ଗ: ବିଜେଡି-ଭାଜପା ସମ୍ପର୍କକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ବିଲ୍‌କୁ କଂଗ୍ରେସ ପାର୍ଲାମେଣ୍ଟ ଭିତରେ ଏବଂ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି। ଏହି ଅବସରରେ ନିଖିଳ ଭାରତ...

ବଲାଙ୍ଗୀରରେ ନରସିଂହ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗୁଆ ରହିଛନ୍ତି। ନରସିଂହ ୮୨୬୬ ଭୋଟ...

୧୯ରୁ ଏଲ୍‌ଆର୍‌ପି ଏଣ୍ଡ୍‌-ଟର୍ମ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): କରୋନା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ସ୍କୁଲ ଖୋଲିବା ପରେ ପିଲାଙ୍କ ଦକ୍ଷତା ମାପିବା ପାଇଁ ରାଜ୍ୟ ସରକାର ଲର୍ନିଂ ରିକଭରି...

Advertisement
Archives

Model This Week